କମିକ୍ସ ପାଠକମାନଙ୍କ ପାଇଁ Gorr ପୁରୁଣା Super vilian ନୁହେଁ କାରଣ Gorrର କମିକ୍ସ୍ କାହାଣୀ ପ୍ରଥମେ ୨୦୧୩ରେ "Thor: God of Thunder" କମିକ୍ସର ପ୍ରଥମ ସଂସ୍କରଣରେ ପ୍ରକାଶିତ ହୋଇଥିଲା ।
ଏହି କମିକ୍ସରେ ଥିଵା କାହାଣୀ ଅନୁସାରେ Gorr ପ୍ରଥମେ ଏକ ସାଧାରଣ ଶକ୍ତିହୀନ ପରଗ୍ରହୀ ଥିଲା ଏଵଂ ସେ ଯେଉଁ ଗ୍ରହରେ ରହୁଥିଲା ସେ ଗ୍ରହ ଜଳାଭାଵ ଯୋଗୁଁ ଧୀରେ ଧୀରେ ମରୁଭୂମିରେ ପରିଣତ ହେଇଯାଇଥିଲା । ପୁଣି ସେ ଗ୍ରହରେ ଭୀଷଣ ଭୂକମ୍ପ ତଥା ଆଗ୍ନେୟ ଉଦ୍ଗିରଣ ହେଵା ସହ ଭୀଷଣ ଖାଦ୍ୟାଭାଵ ଦେଖା ଦେଇଥିଲା । ଆଗ୍ନେୟ ଉଦ୍ଗିରଣ ଯୋଗୁଁ ଗ୍ରହର ଵାୟୁମଣ୍ଡଳ ଦୁର୍ଗନ୍ଧଯୁକ୍ତ ହେଵା ସହ ଵିଷାକ୍ତ ଥିଲା । ଲୋକେ ପୋକମାଛି ଭଳି ମରୁଥିଲେ ତେବେ ଦେଵତାଙ୍କୁ ପୂଜା କରିଵା ଛାଡ଼ି ନଥିଲେ । Gorr ଜଣେ ସାଧାରଣ ପରଗ୍ରହୀ ଥିଲା କିନ୍ତୁ ତାହାର ସ୍ତ୍ରୀ ଓ ଛୁଆ ମରି ଯିଵାରୁ ଦେଵତାମାନଙ୍କ ପ୍ରତି ତାହାର କୌଣସି ଆସ୍ଥା ରହିଲା ନାହିଁ । ସେ ଖୋଲାଖୋଲି ସବୁଆଡ଼େ କହିଵାକୁ ଲାଗିଲା ଯେ ଦେଵତା ବୋଲି କିଛି ନାହିଁ । ସେ ଗ୍ରହର ଲୋକେ ତାକୁ ଏକ ନାସ୍ତିକ ଜାଣି ବହୁତ ବଝେଇଲେ ହେଲେ ଏ ନମାନିଲାରୁ ତାକୁ ଏକ ଘରକିଆ କରିଦେଲେ । ସେ ଗ୍ରହର ଲୋକେ ନିତିଦିନ ଏସବୁ ପ୍ରାକୃତିକ ଵିପତ୍ତିରୁ ଉଦ୍ଧାରିଵା ପାଇଁ ଭଗଵାନ ଵା ଦେଵତାମାନଙ୍କୁ ଡାକୁଥିଲେ ହେଲେ ତାଙ୍କର କଥା କୋଉ ଦେଵତା ଶୁଣୁନଥିଲେ । କିନ୍ତୁ Gorr ମନେ ମନେ ମାନକ ଇ ନେଇଥିଲା ଯେ ଦେଵତା ବୋଲି କେହି ନାହାନ୍ତି । ଏମିତି ଦିନକର ଘଟଣା । Gorr ଖାଦ୍ୟ ଅନ୍ୱେଷଣରେ ଲାଗିଥିଵା ସମୟରେ ଦିଜଣ ଦେଵତା ହଣା ହଣି ବାଡି଼ଆପିଟା ହେଇ ତା ଆଗରେ ଆସି ପଡି଼ଲେ । Gorr ସମ୍ମୁଖରେ ମାର୍ଵେଲ୍ କମିକ୍ସରେ
"God of the Symbiotes" ଭାବେ ଖ୍ୟାତ "Knull(ନଲ୍)" , The Golden God ନାମକ ଅନ୍ୟ ଏକ ଦେଵତା ସହିତ ଯୁଦ୍ଧ କରୁଥାଏ ।
Gorr ଏହି ଘଟଣା ଦେଖି ମନରେ ଭାବିଲା ୟେ ଦେଵତାଗୁଡ଼ା କେତେ ସ୍ଵାର୍ଥପର ! ଏମାନଙ୍କର ଅଧିନସ୍ଥ ପ୍ରାଣୀମାନଙ୍କ ପ୍ରତି କିଛି ବି ଦାୟିତ୍ଵ ନାହିଁ । କେଵଳ ନିଜ ନିଜ ମଧ୍ୟରେ ଲଢ଼େଇ କରିଵା ଛଡ଼ା ଏମାନଙ୍କର ଆଉ କ'ଣ ଵା ଅଭିପ୍ରାୟ !
ଏତିକିବେଳେ Symbiotes ଦେଵତା Knullର ଅତି ଶକ୍ତିଶାଳୀ "All-Black the Necrosword" ନାମକ ଅସ୍ତ୍ର ଆସି Gorr ପାଖରେ ପଡି଼ଲା ।
ସେ ଅସ୍ତ୍ରକୁ ଉଠାଇ ଆଣି Gorr ସେ Golden Godକୁ ମାରିଦେଇ ଦେଵତା ଶିକାର କରିଵାକୁ ବାହାରି ପଡ଼ିଲା । ଶହ ଶହ ଦେଵତାଙ୍କୁ ମାରିଵା ପରେ ତାହାର ସାମ୍ନା ମଧ୍ୟଯୁଗରେ(ପୃଥିଵୀରେ) Thor(ନୋର୍ସ୍ ଦେଵତା) ସହିତ ହେଲା । Thor କୌଣସି ପ୍ରକାରେ Gorrକୁ ପରାସ୍ତ କଲା ଏଵଂ ଏହି ଲଢ଼େଇରେ Gorrର ହାତ କଟିଗଲା । Gorr ହାତ କଟିଵା ଯୋଗୁଁ ଅଚେତ ହେଵାରୁ thor ତାକୁ ମୃତ ମନେ କରି ସେଠାରୁ ଚାଲିଯାଇଥିଲା କିନ୍ତୁ Gorr ପାଖରେ ଅତ୍ୟନ୍ତ ଵିନାଶକାରୀ Necrosword ଅସ୍ତ୍ର ଥିଲା ସେ କୋଉ ମରୁଛି । ତେବେ ସେ ବୁଝିଲା ଯେ ମୁଁ ଏବେ Thorକୁ ମାରିଵାକୁ ସମର୍ଥ ହୋଇନାହିଁ ଏଵଂ ଯେଉଁ ପରି ଭାବରେ ମୁଁହି ଦେଵତାଙ୍କୁ ମାରୁଛି ଏମିତିରେ ତ ଲକ୍ଷ ଲକ୍ଷ ଵର୍ଷ ଲାଗିଯିଵ ତେଣୁ ସେ ଦୁଇଟା କାମ କଲା ।
ପ୍ରଥମେ Gorr ତାପାଖରେ ଥିଵା Necrosword ଅସ୍ତ୍ର ବଳରେ shadow berserkerମାନଙ୍କର ଗୋଟିଏ ହୁରୁମା ଦଳ ଗଠନ କଲା । ତାପରେ Gorr ସମୟ ଉପରେ ନିୟନ୍ତ୍ରଣ ରଖୁଥିଵା କ୍ରୋନକ୍ସ୍ ନାମକ ଗ୍ରହର ଦେଵତାମାନଙ୍କୁ ମାରିଦେଲା । ଫଳରେ Gorr ପାଖକୁ ସମୟଯାତ୍ରାର ଶକ୍ତି ଚାଲି ଆସିଲା । ସେଇଠୁ Gorr ଅତୀତକୁ ଯାଇ ସର୍ଵପୁରାତନ Elder Godକୁ ମାରି ତାହାର ଶକ୍ତି ଶୋଷି ନେଲା । ତହୁଁ Gorr ଭଵିଷ୍ୟତକୁ ଯାଇ ସବୁ ଦେଵତାଙ୍କୁ ଏକାଥରକେ ମାରିଵା ପାଇଁ ଗୋଟିଏ ଅତି ଶକ୍ତିଶାଳୀ ବିଧ୍ବସ୍ତକାରୀ ବୋମା ନିର୍ମାଣ କରିଵାକୁ ଲାଗିଲା । ଏହି ବୋମା ନିର୍ମାଣ କରିଵାକୁ ସେ ଅନେକ ଦେଵତାଙ୍କୁ ବନ୍ଦୀ କରି ଗୋଲାମ୍ ଭଳି ଖଟାଉଥିଲା ।
ଯେଉଁ ସମୟକାଳରେ Gorr ଦେବତାମାନଙ୍କୁ ଧରି ଗଧ ଖଟଣି ଖଟାଉଥିଲା ସେ ଯୁଗରେ ମଧ୍ୟ ଜନୈକ thor ଥିଲା । ସେ All father Thor ଥିଲା । ତାକୁ Gorr ହରାଇ ଭ୍ରମଜାଲରେ ପକାଇ ଦେଲେ । ଭ୍ରମଜାଲରେ ପଡ଼ି All father Thor ସବୁଦିନ Gorr ଓ। ତାହାର shadow berserkers ସେନା ସହିତ ଲଢ଼େଇ କରୁଥିଲା ଏଵଂ ହାରିଗଲା ପରେ ନିଜ ଭଵନକୁ ବାହୁଡ଼ୁଥିଲା । ଏହା ପ୍ରତିଦିନ ଘଟିତ ହେଉଥିଲା । ହେଲେ Gorrର ମନକୁ ଏତିକିରେ ସନ୍ତୋଷ ମିଳିଲା ନାହିଁ ସେ ଅତୀତକୁ ଯାଇ ତା ହାତ କାଟିଥିଵା ମଧ୍ୟଯୁଗୀୟ କୈଶୋର Thorକୁ ଧରି ଆଣି ଗୋଲାମ କରି ଖଟେଇଲା ।
କୌଣସି ମତେ ଵର୍ତ୍ତମାନ ଯୁଗର Avenger thor ଏସବୁ କଥା ଜାଣିଲା । ସେ ସମୟଯାତ୍ରା କରି ଭଵିଷ୍ୟତରେ ପହଞ୍ଚି। ବୃଦ୍ଧ thor ଓ କୈଶୋର୍ thorକୁ ସାଥୀରେ ଧରି Gorr ସହିତ ଲଢି଼ଲା ତଥାପି ତିନୋଟି ଯୁଗର ତିନିଜଣ Thor ମିଶି ବି Gorrକୁ ହରାଇ ପାରିଲେନି ।
ଅସ୍ତୁ Gorr ଶେଷରେ ହାରିଲା ନିଜର ମାନସିକ ଦୁର୍ଵଳତା ପାଇଁ କାରଣ ସେ ନିଜ ମଲାପୁଅକୁ ସବୁବେଳେ ମନେ ପକାଉଥିଲା । ତା ସହିତ କଥା ହେଉଥିଲା । କୌଣସି ପ୍ରକାରେ ଏକଥା ତିନଯୁଗର ତିନିଜଣଯାକ Thor ଜାଣିଗଲେ । ସେମାନେ Gorrକୁ କହିଲେ ...
"ଆରେ ତୁ ନିଜକୁ ବଡ଼ ସାଧୁ ଭାବୁଛୁ କିନ୍ତୁ ତୁ ବି ତ ସ୍ଵାର୍ଥୀ , ତୋ ନିଜ ପ୍ରତିଶୋଧ ପାଇଁ ତୁ ଅନ୍ୟକୁ କଷ୍ଟ ଦେଉଛୁ ! ତୁ "God of Hypocrisy" ଇତ୍ୟାଦି ଇତ୍ୟାଦି"
ଏସବୁ ଶୁଣି Gorr ମାନସିକ ଭାବେ ଦୁର୍ଵଳ ହୋଇଗଲା । ଏହାର ସୁଯୋଗ ନେଇ Avenger Thor ଦୁଇ ଦୁଇଟା Mjolnir(ଅସ୍ତ୍ର ଵିଶେଷ) ଓ Necrosword ବଳରେ Gorrକୁ ମାରିଵାରେ ସଫଳ ହୋଇଥିଲା ।
ଏହି ସୁପର ଵିଲେନର Gorr ନାମକରଣ କାହିଁକି କରାଯାଇଛି ସେ ଵିଷୟରେ କିଛି କୁହାଯାଇନାହିଁ ତେବେ କେତୋଟି ଅନୁମାନ କରାଯାଇପାରେ ।
ଇଂରାଜୀ ଭାଷାରେ gore ବୋଲି ଏକ ଶବ୍ଦ ଅଛି ଯାହାର ଅର୍ଥ ରକ୍ତ,ହତ୍ୟା,ହିଂସା,ରକ୍ତପାତ ଓ ଅପରିଷ୍କାର ।
ଏହି gore ଶବ୍ଦ ପୂର୍ଵେ ମଧ୍ୟ ଯୁଗୀୟ ଇଂରାଜୀ ଭାଷାରେ Gor ଥିଲା । ସୁପର ଵିଲେନ୍ Gorr ମଧ୍ୟ ଭୀଷଣ ହିଂସା କରିଥିଲା ଓ ରକ୍ତପୀପାସୁ ହେଵା ସହ ନେକ୍ରୋସଡ଼ ଧାରଣ କଲା ପରେ ରାକ୍ଷସ ସମ ଅପରିଷ୍କାର ଦେଖାଗଲା ।
ସେହିପରି Gregory ଶବ୍ଦର କ୍ଷୁଦ୍ରରୂପ Gorr ! Gregory ଏକ ନାମଵାଚକ ଶବ୍ଦ ଏଵଂ ଯେଉଁ ମୂଳ ଗ୍ରୀକ୍ ଶବ୍ଦ Γρηγόριος (Grēgórios) ଶବ୍ଦରୁ ଏହାର ସୃଷ୍ଟି ସଜ ଶବ୍ଦର ଅର୍ଥ ଥିଲା “watchful, vigilant” ଵା ସଜାଗ/ସତର୍କ ।
ଏଠାରେ ମନେ ରଖିଵାକୁ ହେଵ ଯେ Gorr ହେଉଛି ନୋର୍ସ୍ ଦେଵତା ଥୋର୍ର ଶତ୍ରୁ ତେଣୁ ଏହି ନାମଟି ନୋର୍ମନ୍ ଭାଷାରୁ ଗ୍ରହଣ କରାଯାଇଥିଵା ସମ୍ଭଵ । ପୁରାତନ ନୋର୍ସ୍ ଭାଷାରେ gǫrr ବୋଲି ଏକ ଶବ୍ଦ ଥିଲା ଯାହାର ଭାଵାର୍ଥ "କୁଶଳୀ, ସମ୍ପନ୍ନ
ପ୍ରସ୍ତୁତ ଓ ଇଚ୍ଛୁକ" | ଯେହେତୁ Gorr ଦେଵତାମାନଙ୍କୁ ମାରିଵାରେ ବନ୍ଦୀ କରିଵାରେ କୁଶଳୀ ,ଇଚ୍ଛୁକ ଓ ସଦା ପ୍ରସ୍ତୁତ ଥିଲା ତେଣୁ ବହୁତ ସମ୍ଭଵ ଏହି ନୋର୍ସ୍ ଶବ୍ଦରୁ Gorrର ନାମକରଣ ହୋଇଥିଵା ସମ୍ଭଵପର ।
No comments:
Post a Comment