ଦିନେ, ଏକ ମହାକାଶ ଅନୁସନ୍ଧାନ ସମୟରେ Galen ଜାଣିପାରିଲା ଯେ ତା’ର ଵିଶ୍ୱରେ ଶୀଘ୍ର ଏକ ଵିରାଟ ମହାକାଶୀୟ ଘଟଣା ଘଟିଵାକୁ ଯାଉଛି। ଏହି ଘଟଣାରେ ତା’ର ଵିଶ୍ୱ ଓ ଗ୍ରହ ସମେତ ସମସ୍ତ କିଛି ଧ୍ୱଂସ ହେଵ ଏଵଂ ଏକ ନୂଆ ଵିଶ୍ୱର ସୃଷ୍ଟି ହେଵ। ଆମେ ଏହି ଘଟଣାକୁ Big Bang ନାମରେ ଜାଣୁ। ଏହା ଜାଣିଵା ମାତ୍ରେ Galen ତା’ର ଗ୍ରହଵସୀଙ୍କୁ ସତର୍କ କଲା। ସେ ସେମାନଙ୍କୁ କହିଲା, ଯଦି ଏହି ଘଟଣାକୁ ଅଟକାଇ ନ ଦିଆଯାଏ, ତେବେ ତାଙ୍କ ଗ୍ରହ ଓ ସମଗ୍ର ଜାତି ନଷ୍ଟ ହୋଇଯିଵ।
ଏହି ମହାକାଶୀୟ ଘଟଣାକୁ ଅଟକାଇଵା ପାଇଁ Galen ଏକ ଯୋଜନା ପ୍ରସ୍ତୁତ କରିଵା ଆରମ୍ଭ କଲା ଏଵଂ ଵୈଜ୍ଞାନିକମାନଙ୍କର ଏକ ଦଳ ଗଠନ କଲା। ଏହି ସମୟରେ Big Bang ଆରମ୍ଭ ହୋଇସାରିଥିଲା। ଏହାର ଵିକିରଣ ଯୋଗୁଁ ଗ୍ରହର ଲୋକମାନେ ଧୀରେ ଧୀରେ ମରିଵାକୁ ଲାଗିଲେ। Galen ତା’ର ଦଳ ସହ ଏକ ମହାକାଶଯାନରେ ଏହି ଘଟଣାକୁ ଅଟକାଇଵା ପାଇଁ ଯାତ୍ରା କଲା। ଏହା ଥିଲା ଏକ ଏଭଳି ମିଶନ, ଯେଉଁଥିରେ ସମସ୍ତେ ଜାଣିଥିଲେ ଯେ ସେମାନଙ୍କର ବଞ୍ଚିଵାର ସମ୍ଭାଵନା ନାମମାତ୍ର। କିନ୍ତୁ ଯଦି ସେମାନଙ୍କ ଯୋଜନା ୧% ମାତ୍ର କାମ କରିଯାଏ, ତେବେ ସେମାନେ ନିଜ ଗ୍ରହ ଓ ଵିଶ୍ୱକୁ ରକ୍ଷା କରିପାରିବେ।
ମହାକାଶଯାନରେ ସେମାନେ Big Bang-ର ମୂଳ ସ୍ଥାନ, ଅର୍ଥାତ୍ ଯେଉଁଠାରୁ ଏହି ଘଟଣା ଆରମ୍ଭ ହେଉଥିଲା ତହିଁର ଠିକ୍ କେନ୍ଦ୍ରରେ ପ୍ରଵେଶ କରିଵାକୁ ଚେଷ୍ଟା କଲେ। କିନ୍ତୁ ଭୟର କଥା ସତ ହେଲା। Big Bangର କେନ୍ଦ୍ରରେ ପ୍ରଵେଶ କରିଵା ମାତ୍ରେ Galen ଦଳର ସମସ୍ତ ସଦସ୍ୟ, ଜଣ ଜଣ କରି ମରିଗଲେ। Galen ତା'ର ଶେଷ ମୁହୂର୍ତ୍ତରେ ସେ ଵିଶ୍ୱର ଚେତନାତ୍ମକ ସତ୍ତାମାନଙ୍କୁ ଦେଖିଲା। ଏହି ଚେତନାତ୍ମକ ସତ୍ତାମାନେ ଥିଲେ ମହାକାଶୀୟ ଶକ୍ତି, ଯେଉଁମାନେ ଵିଶ୍ୱର ସୃଷ୍ଟି ଓ ଧ୍ୱଂସ ପାଇଁ ଦାୟୀ ଥିଲେ। Big Bang ମଧ୍ୟ ସେମାନଙ୍କ କାରଣରୁ ହିଁ ଘଟୁଥିଲା। ଏହି ମୁହୂର୍ତ୍ତରେ ସେହି ଚେତନାତ୍ମକ ସତ୍ତାମାନେ Galen ସହିତ ଏକାକାର ହେଲେ ଏଵଂ ଠିକ୍ ସେହି ମୁହୂର୍ତ୍ତରେ Big Bang ଘଟିଗଲା। Galenର ସମଗ୍ର ଵିଶ୍ୱ ଓ ଗ୍ରହ ଧ୍ୱଂସ ହେଲା ଏଵଂ ଏକ ନୂଆ ଵିଶ୍ୱର ସୃଷ୍ଟି ହେଲା।
ଏହି ନୂଆ ଵିଶ୍ୱରେ, Galen ଓ ଚେତନାତ୍ମକ ସତ୍ତାମାନଙ୍କର ଏକାକାର ହେଵା ଫଳରେ ଏକ ଅଜଣା ଶକ୍ତିରୂପୀ ସତ୍ତାର ସୃଷ୍ଟି ହେଲା। ଏହି ଅଜଣା ଶକ୍ତିରୂପୀ ସତ୍ତାଟି ନିଦ୍ରିତ ଅଵସ୍ଥାରେ ସେହି ମହାକାଶଯାନରେ ମହାକାଶରେ ଭାସୁଥିଲା, ଯେଉଁ ଯାନରେ Big Bangକୁ ଅଟକାଇଵା ପାଇଁ Taa ଗ୍ରହଵାସୀ Galen ଆସିଥିଲା। ଏହି ସମୟରେ ଏକ Watcher-ର ଦୃଷ୍ଟି ଏହି ଯାନ ଉପରେ ପଡ଼ିଲା, ଏବଂ ସେ ଏହାକୁ ଅଟକାଇ ଦେଲା। Marvel Universe-ରେ Watcher-ର ଏକମାତ୍ର ଭୂମିକା ହେଉଛି ସବୁକିଛି ଦେଖିଵା, ଜ୍ଞାନ ସଂଗ୍ରହ କରିଵା, କିନ୍ତୁ କୌଣସି ପରିସ୍ଥିତିରେ ହସ୍ତକ୍ଷେପ ନକରିଵା। ମାତ୍ର ସେହି ମୁହୂର୍ତ୍ତରେ Watcher ହସ୍ତକ୍ଷେପ କଲା, ଯାହା ଏକ ବଡ଼ ଭୁଲ ଥିଲା।
ଯାନ ଅଟକିଵା ମାତ୍ରେ Galen ତା’ର ନିଦ୍ରିତ ଅଵସ୍ଥାରୁ ଜାଗ୍ରତ ହେଲା। ଏବେ ସେ ସେହି Galen ନଥିଲା, ଯିଏ କେବେ ନିଜ ଗ୍ରହକୁ ବଞ୍ଚାଇଵା ପାଇଁ ଯାତ୍ରା କରିଥିଲା। ସେ ଏବେ ଏକ ନୂଆ ମହାକାଶୀୟ ସତ୍ତାରେ ପରିଣତ ହୋଇଥିଲା, ଯାହା ମହାକାଶୀୟ ଶକ୍ତିରେ ପରିପୂର୍ଣ୍ଣ ଥିଲା। କିନ୍ତୁ ତା’ର କୌଣସି ନିର୍ଦ୍ଦିଷ୍ଟ ରୂପ ନଥିଲା। ଜାଗ୍ରତ ହେଵା ମାତ୍ରେ ସେ ନିଜକୁ ଏକ ରୂପ ଦେଵାକୁ ଆରମ୍ଭ କଲା। ସେ ଯେଉଁ ଯାନରେ ନିଦ୍ରିତ ଥିଲା, ସେହି ଯାନରୁ ଏକ ଖୋଷା ଭଳି ଆଵରଣ ତିଆରି କଲା। Watcher ବୁଝିପାରିଲା ଯେ ସେ ଏକ ବଡ଼ ଭୁଲ କରିଛି, ଯାହା ଭଵିଷ୍ୟତରେ ସମଗ୍ର ଵିଶ୍ୱ ପାଇଁ ଵିପଦ ସୃଷ୍ଟି କରିପାରେ।
ଅନେକ ହଜାର ଵିର୍ଷ ଧରି ସେହି ଖୋଷାରେ ରହି ସେ ମହାକାଶର ଗଭୀରତାରେ ଭାସୁଥିଲା ଓ ନିଜର ଚୂଡ଼ାନ୍ତ ରୂପରେ ରୂପାନ୍ତରିତ ହେଉଥିଲା। ଏହି ସମୟରେ ତା’ର ଖୋଷା ଅନେକ ଆଲୋକଵର୍ଷ ଯାତ୍ରା କରି Archeopia ନାମକ ଏକ ଗ୍ରହ ନିକଟରେ ପହଞ୍ଚିଲା। ସେଠାକାର ଲୋକମାନେ ଭାବିଲେ ଯେ ଏହା କୌଣସି ଶତ୍ରୁର ଅସ୍ତ୍ର କିମ୍ବା ଯାନ ହୋଇଥାଇପାରେ, ତେଣୁ ସେମାନେ ଏହା ଉପରେ ଆକ୍ରମଣ କଲେ। ଠିକ୍ ସେହି ମୁହୂର୍ତ୍ତରେ ଏକ ଵିରାଟ ଵିସ୍ଫୋରଣ ସହ ସେ ଅଜଣା ମହାଶକ୍ତି ଖୋଷାରୁ ବାହାରି ଆସିଲା। ଏବେ ସେ ତା’ର ଚୂଡ଼ାନ୍ତ ରୂପରେ ପରିଣତ ହୋଇଥିଲା ତାହାର ନାଆଁ ହେଲା - Galactus।
ହଜାର ହଜାର ଵର୍ଷ ଧରି ନିଦ୍ରିତ ଅଵସ୍ଥାରେ ରହିଵା କାରଣରୁ Galactus-ର ଶକ୍ତି କ୍ଷୟ ହୋଇଥିଲା। Archeopia-କୁ ଦେଖି ସେ ସେହି ଗ୍ରହର ସମସ୍ତ ଶକ୍ତି ଶୋଷଣ କରିନେଲା, ଯାହା ଫଳରେ ସେହି ଗ୍ରହ ସମ୍ପୂର୍ଣ୍ଣ ଧ୍ୱଂସ ହେଲା। ଯିଏ କେବେ ନିଜ ଗ୍ରହକୁ ବଞ୍ଚାଇଵା ପାଇଁ ଲଢ଼ିଥିଲା, ସେ ଏବେ ଅନ୍ୟ ଗ୍ରହମାନଙ୍କୁ ଧ୍ୱଂସ କରୁଥିଲା। କିନ୍ତୁ ଏବେ ତା’ର ଆଉ କୌଣସି ଉପାୟ ନଥିଲା। ସେ ଏକ ଏଭଳି ମହାକାଶୀୟ ସତ୍ତାରେ ପରିଣତ ହୋଇଥିଲା, ଯାହାର ମହାକାଶୀୟ କ୍ଷୁଧା କେବେ ଶେଷ ହେଵାର ନଥିଲା। ଏହି ଦିନଠାରୁ Galactus ସମଗ୍ର ଵିଶ୍ଵରେ ହଜାର ହଜାର ଗ୍ରହକୁ ଶୋଷଣ କରିଵାକୁ ଲାଗିଲା।
ଏହି ସମୟରେ ସେ ତା’ର ଖୋଷାର ଅଵଶିଷ୍ଟାଂଶରୁ ଏକ ନିଜସ୍ୱ ମହାକାଶଯାନ ତିଆରି କଲା, ଯାହାକୁ ସେ ନିଜ ଗ୍ରହର ସ୍ମୃତିରେ Taa II ନାମ ଦେଲା। ଏହାପରେ ଅନେକ ଗ୍ରହକୁ ଶୋଷଣ କରୁ କରୁ ସେ Zenn-La ନାମକ ଏକ ଗ୍ରହରେ ପହଞ୍ଚିଲା। Zenn-La ଥିଲା ଏକ ଏଭଳି ଗ୍ରହ, ଯେଉଁଠାରେ ଅନେକ ଜୀଵନ୍ତ ପ୍ରାଣୀ ଥିଲେ। ଜୀଵନ୍ତ ପ୍ରାଣୀମାନେ Galactus ପାଇଁ ଵିପୁଳ ଶକ୍ତିର ଉତ୍ସ ଥିଲେ। ସେହି ଗ୍ରହରେ ରହୁଥିଲା Norrin Radd। ନିଜ ଗ୍ରହକୁ ବଞ୍ଚାଇଵା ପାଇଁ Norrin Radd, Galactus ସହ ଆଲୋଚନା କରିଵାକୁ ଆସିଲା। ସେ ପଚାରିଲା, “ତୁମେ କେଵଳ ନିଜର କ୍ଷୁଧା ମେଣ୍ଟାଇଵା ପାଇଁ ଏଭଳି ଗ୍ରହକୁ ଧ୍ୱଂସ କରିଵ, ଯେଉଁଠାରେ କୋଟି କୋଟି ଲୋକ ରହୁଛନ୍ତି?”
Galactus ଉତ୍ତର ଦେଲା, “ମୋତେ ଏହା କରି ଆନନ୍ଦ ମିଳୁନାହିଁ, କିନ୍ତୁ ମୋର ଆଉ କୌଣସି ଉପାୟ ନାହିଁ। ଜୀଵନ୍ତ ରହିବା ପାଇଁ ଯଦି ତମକୁ କିଛି ପିମ୍ପୁଡ଼ିକୁ ଚାପି ମାରି ଦେଵାକୁ ହୁଏ ତମେ ପଛେଇଵ ନାହିଁ । ଯଦି ତୁମମାନଙ୍କର ମଧ୍ୟ ମୋ ଭଳି ସମ ଦଶା ଭୋଗ ହୁଏ ତେବେ ତୁମେମାନେ ମଧ୍ୟ ସେହିପରି କରିଵ, ଯେମିତି ମୁଁ କରୁଛି।”
Norrin Radd ପ୍ରସ୍ତାଵ ଦେଲା, “ତୁମେ ଏଭଳି ଗ୍ରହକୁ ଧ୍ୱଂସ କର, ଯେଉଁଠାରେ କୌଣସି ବୁଦ୍ଧିମାନ ଜୀଵ ନାହାଁନ୍ତି, କେଵଳ ଗଛପତ୍ର ଓ ପଶୁ ରହୁଛନ୍ତି।” Galactus କହିଲା, “ଏତେ ବଡ଼ ଵିଶ୍ୱରେ ଏହା ଉଣ୍ଡି ବାହାର କରିଵା ମୋ ପାଇଁ ଅସମ୍ଭଵ। ମୁଁ ଯେଉଁ ଜୀଵନ୍ତ ଗ୍ରହ ଦେଖେ, ତା’ର ଶକ୍ତି ଶୋଷଣ କରିନେଏ।”
Norrin Radd କହିଲା, “ମୁଁ ତୁମର ଦାସ ହେବି ଓ ସମଗ୍ର ଵିଶ୍ୱରେ କେଵଳ ସେହି ଗ୍ରହଗୁଡ଼ିକର ସନ୍ଧାନ ଦେବି, ଯେଉଁଠାରେ ଗଛପତ୍ର ଓ ପଶୁ ରହୁଛନ୍ତି।” Galactus ଏହାକୁ ଗ୍ରହଣ କଲା ଓ Norrin Radd-କୁ ନିଜର ଦୂତ (Herald) ଭାବେ ନିଯୁକ୍ତ କଲା। ନିଜର ମହାକାଶୀୟ ଶକ୍ତି ଦ୍ୱାରା ସେ Norrin Radd-କୁ ଏକ ମହାକାଶ ସର୍ଫରରେ ରୂପାନ୍ତରିତ କଲା – Silver Surfer। Comic Book-ର ଏକ ଵିକଳ୍ପ ଵିଶ୍ୱର କାହାଣୀରେ Norrin Radd-ର ପ୍ରେମିକା Shalla-Bal ତା’ ସ୍ଥାନରେ Galactus-ର ଦୂତ ହୋଇଥିଲା ।
ପରେ Silver Surfer, Galactus ପାଇଁ ଗ୍ରହ ଚୟନ କରିଵାକୁ ଲାଗିଲା। କିନ୍ତୁ Galactus ଶୀଘ୍ର ଜାଣିପାରିଲା ଯେ ଯେଉଁ ଗ୍ରହରେ ବୁଦ୍ଧିମାନ ଜୀଵ ନାହାଁନ୍ତି, ସେହି ଗ୍ରହରୁ ସେ ନାମମାତ୍ର ଶକ୍ତି ଶୋଷଣ କରିପାରୁଛି। ତେଣୁ ସେ Silver Surfer-କୁ ବୁଦ୍ଧିମାନ ଜୀଵ ଥିଵା ଗ୍ରହ ଖୋଜିଵାକୁ କହିଲା, ଏଵଂ ବଦଳରେ ସେ Zenn-La-କୁ କେବେ ଶୋଷଣ ନକରିଵାର ପ୍ରତିଶ୍ରୁତି ଦେଲା।
ଅନେକ ଵର୍ଷ ଧରି Silver Surfer ଏହିପରି କାମ କରିଚାଲିଲା ଓ ଶେଷରେ ସେମାନେ Earth-ରେ ପହଞ୍ଚିଲେ। Earth-ରେ ପହଞ୍ଚି Silver Surfer ସମସ୍ତଙ୍କୁ Galactus-ର ଆଗମନ ପାଇଁ ପ୍ରସ୍ତୁତ ହେଵାକୁ କହିଲା। Galactus, Earth-ରେ ପହଞ୍ଚିଵା ପରେ ତା’ର ସାମନା ହେଲା Fantastic Four ସହ। ଘଟଣାକ୍ରମେ Silver Surferର ମନରେ Earth-ର ଲୋକମାନଙ୍କ ପ୍ରତି ଦୟା ଜନ୍ମିଲା, ଏଵଂ ସେ Galactus- ସହିତ ଵିଶ୍ୱାସଘାତକତା କଲା।
ଅନ୍ୟପକ୍ଷରେ, Reed Richards, Galactus-କୁ ପ୍ରତିହତ କରିଵା ପାଇଁ Human Torch-କୁ Galactus-ର ମହାକାଶଯାନ Taa II-କୁ ପଠାଇଲା। ସେଠାରେ ଥିଲା Ultimate Nullifier, ଏକ ଅସ୍ତ୍ର ଯାହା Galactus-କୁ ଧ୍ୱଂସ କରିପାରେ। ଏହି ଅସ୍ତ୍ରର ସୂଚନା Reed-କୁ ସେହି Watcher ଦେଇଥିଲା, ଯିଏ Galactus-ର ସୃଷ୍ଟି ଦେଖିଥିଲା। ଯେତେବେଳେ Earth-ରେ ଅନ୍ୟ ନାୟକମାନେ Galactus-କୁ ପ୍ରତିହତ କରିଵାକୁ ଚେଷ୍ଟା କରୁଥିଲେ, Human Torch, Ultimate Nullifier ଆଣିଲା।
Reed-ର ହାତରେ ଏହି ଅସ୍ତ୍ର ଦେଖି Galactus ଭୟଭୀତ ହେଲା ଓ କହିଲା, “ତୁମେ ଜାଣି ନାହଁ ଏହା କେଉଁ ପ୍ରକାରର ଅସ୍ତ୍ର। ଏହା ମୋତେ ଧ୍ୱଂସ କରିପାରେ, କିନ୍ତୁ ଏହା ସହ ଆଖପାଖର ଅନେକ ଵିଶ୍ୱକୁ ମଧ୍ୟ ଧ୍ୱଂସ କରିଦେଵ।” Galactus ପ୍ରସ୍ତାବ ଦେଲା, “ମୋତେ ଏହି ଅସ୍ତ୍ର ଫେରାଇ ଦିଅ, ମୁଁ Earth ଆଡ଼କୁ କେବେ ଫେରି ଆସିବି ନାହିଁ।”
Watcher ମଧ୍ୟ କହିଲା, “ଏହି ଅସ୍ତ୍ର ତାକୁ ଫେରାଇ ଦିଅ ଓ ତାକୁ ଛାଡ଼ିଦିଅ। ଵିଶ୍ୱରେ ସନ୍ତୁଳନ ରକ୍ଷା ପାଇଁ Galactus ଜାତୀୟ ମହାକାଶୀୟ ସତ୍ତାର ଆଵଶ୍ୟକତା ରହିଛି। ସେମାନେ ସୃଷ୍ଟି ଓ ଧ୍ୱଂସର ସନ୍ତୁଳନ ବଜାୟ ରଖନ୍ତି।”
ଅସ୍ତ୍ର ଫେରସ୍ତ ହେଵା ପରେ Galactus, Earth ଛାଡ଼ି ଚାଲିଗଲା। କିନ୍ତୁ ସେ ଆଉ ଥରେ ଫେରି ଆସିବ।
No comments:
Post a Comment