ଏକ ଅଜଣା କସ୍ମିକ୍ ଝଡ଼ରୁ ଆରମ୍ଭ ହେଲା ଏକ ଅଭୂତପୂର୍ଣ୍ଣ ସଙ୍କଟ। ପୃଥିଵୀର ଆକାଶ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଗଲା ଯେମିତି କୌଣସି ଅଶୁଭ ଶକ୍ତି ତା’ର କୋପ ଢାଳିଛି। ଏହି ଝଡ଼ ଆସିଵାର କିଛି ମୁହୂର୍ତ୍ତ ମଧ୍ୟରେ ପୃଥିଵୀରେ ଥିଵା ପ୍ରାୟ ସମସ୍ତ ପୁରୁଷ ଏକ ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁଵରଣ କଲେ। ସହର ଜନଶୂନ୍ୟ ହୋଇଗଲା, ପରିଵାରମାନ ଭାଙ୍ଗିଗଲା ଓ ମାନଵ ଜାତିର ଭଵିଷ୍ୟତ ଅନ୍ଧକାରରେ ବୁଡ଼ିଗଲା। କିନ୍ତୁ ଏହି ମହାଵିପଦ ମଧ୍ୟରେ ଦୁଇଜଣ ପୁରୁଷ ଵଞ୍ଚି ରହିଲେ: Superman, ନିଜର Kryptonian DNA ହେତୁ ଏହି ରୋଗରୁ ମୁକ୍ତ ରହିଲେ ଏଵଂ Lex Luthor ନିଜର ଵୈଜ୍ଞାନିକ ବୁଦ୍ଧି ତଥା ଏକ ଵିଶେଷ Battle Armer ସାହାଯ୍ୟରେ ନିଜକୁ ରକ୍ଷା କଲେ ।
ପୃଥିଵୀ ଏଵେ ଏକ ଅଜଣା ପଥରେ ଚାଲିଛି। ମହିଳାମାନେ ଏହି ସଙ୍କଟରେ ସମାଜର ନେତୃତ୍ୱ ନେଲେ। Wonder Woman, Amazonian ରାଣୀ ଓ Justice Leagueର ପୂର୍ଵତନ ସଦସ୍ୟା, ଏକ ନୂଆ ଦିଗ ଦେଖାଇଲେ। ସେ ତାଙ୍କର ଦ୍ୱୀପ Themysciraକୁ ପୃଥିଵୀର ନୂଆ ରାଜଧାନୀ ଭାବେ ଘୋଷଣା କଲେ। ଏହି ଦ୍ୱୀପରେ ମହିଳାମାନେ ଏକତ୍ରିତ ହୋଇ ଏକ ନୂଆ ସମାଜ ଗଢ଼ିଵା ଆରମ୍ଭ କଲେ, ଯେଉଁଠାରେ ଶାନ୍ତି, ସମାନତା ଓ ନ୍ୟାୟ ହେଉଛି ମୂଳ ଆଧାର।
Wonder Womanଙ୍କ ନେତୃତ୍ୱରେ ଏକ ନୂଆ Justice League ଗଠିତ ହେଲା ଯହିଁରେ କେଵଳ ମହିଳା ସୁପରହିରୋ ଥିଲେ। Supergirl,Power Girl, Starfire,Zatanna,Black Canary ଏଵଂ ଅନ୍ୟମାନେ ଏହି ଦଳର ଅଂଶ ହେଲେ। ଏମାନେ ପୃଥିଵୀରେ ଅସ୍ଥିରତା ଓ ଅନିୟମକୁ ନିୟନ୍ତ୍ରଣ କରିଵା ସହ ମାନଵ ଜାତିର ପୁନର୍ଜନନ ପାଇଁ ଏକ ମାର୍ଗ ଖୋଜିଵାକୁ ଲାଗିଲେ।
ଏକମାତ୍ର ଵଞ୍ଚିଥିଵା ପୁରୁଷ ସୁପରହିରୋ- Superman, ଏହି ନୂଆ ଵିଶ୍ୱରେ ନିଜର ସ୍ଥାନ ଖୋଜୁଥିଲେ। ତାଙ୍କ ପତ୍ନୀ Lois Lane ଏଵେ ଗର୍ଭଵତୀ ଥିଲେ ଏଵଂ ତାଙ୍କ ଗର୍ଭରେ ଥିଵା ସନ୍ତାନ Adam Kent ମାନଵ ଜାତିର ଶେଷ ଆଶା। କିନ୍ତୁ Lex Luthor ଚକ୍ରାନ୍ତ କଲେ। ସେ ଦାଵି କଲେ ଯେ Superman ଏହି ରୋଗର ଵାହକ (carrier) ଅଟନ୍ତି ଏଵଂ ତାଙ୍କ ଉପସ୍ଥିତି ପୃଥିଵୀରେ ଆଗାମୀ ପିଢ଼ି ପାଇଁ ଵିପଦ ସୃଷ୍ଟି କରିପାରେ।
Superman ନିଜର ପରିଵାର ଓ ପୃଥିଵୀର ସୁରକ୍ଷା ପାଇଁ ଏକ କଠୋର ନିଷ୍ପତ୍ତି ନେଲେ। ସେ Lois Laneଙ୍କୁ ଓ ତାଙ୍କ ଅଜାତ ସନ୍ତାନ Adam Kentଙ୍କୁ ସୁରକ୍ଷିତ ରଖିଵା ପାଇଁ ପୃଥିଵୀ ଛାଡ଼ି ନିର୍ଵାସନରେ ଚାଲି ଗଲେ। ତାଙ୍କ ହୃଦୟ ଭାଙ୍ଗିଗଲା, କିନ୍ତୁ ସେ ଜାଣିଥିଲେ ଯେ ଏହା ତାଙ୍କର କର୍ତ୍ତଵ୍ୟ ତେଣୁ ସେ ନିଜ ଛାତିକୁ ପଥର କରି ସବୁଥିରୁ ଦୂରେଇ ଗଲେ । Lois Lane ତାଙ୍କୁ ଵିଦାୟ ଦେଲେ, କିନ୍ତୁ ତାଙ୍କ ଆଖିରେ ଥିଲା ଏକ ଅଜଣା ଭୟ ଓ ଆଶାର ମିଶ୍ରଣ।
Lex Luthor ଏଵେ Themysciraରେ ରହି ମହିଳା ନେତୃତ୍ୱଙ୍କୁ ଵୈଜ୍ଞାନିକ ସହାୟତା ଦେଉଥିଲେ। ସେ Supermanଙ୍କ DNA ଵ୍ୟଵହାର କରି ଏକ ନୂଆ ପିଢ଼ିର ପୁରୁଷ ଶିଶୁମାନଙ୍କୁ ସୃଷ୍ଟି କରିଵାର ପ୍ରସ୍ତାଵ ଦେଲେ। Wonder Woman ଓ ଅନ୍ୟ Justice League ସଦସ୍ୟାମାନେ ଏହି ପ୍ରସ୍ତାଵକୁ ଗ୍ରହଣ କଲେ, କାରଣ ଏହା ମାନଵ ଜାତିର ଵଞ୍ଚିଵା ପାଇଁ ଏକମାତ୍ର ଉପାୟ ଥିଲା। Adam Kent ଓ Lois Laneଙ୍କ ପୁଅ, Themysciraରେ ଜନ୍ମ ହେଲେ ଓ Amazonian ପଦ୍ଧତିରେ ପାଳିତ ହେଲେ। ସେ ସହ ଅନ୍ୟ ଶିଶୁମାନେ, ଯେଉଁମାନେ Supermanଙ୍କ DNA ଦ୍ୱାରା ସୃଷ୍ଟ, ଏକ ନୂଆ ପିଢ଼ିର ଆରମ୍ଭ ହେଲେ।
ଦଶ ଵର୍ଷ ଵିତିଗଲା। Themyscira ଏଵେ ଏକ ସମୃଦ୍ଧ ସମାଜରେ ପରିଣତ ହୋଇଛି। Wonder Womanଙ୍କ ନେତୃତ୍ୱରେ ମହିଳାମାନେ ଏକ ନ୍ୟାୟପୂର୍ଣ୍ଣ ଓ ସୁସଙ୍ଗଠିତ ଵିଶ୍ୱ ଗଢ଼ିଛନ୍ତି। Adam Kent ଏଵେ ଜଣେ ଯୁଵକ । ସେ Themysciraରେ ପାଳିତ ହୋଇଛନ୍ତି, କିନ୍ତୁ ତାଙ୍କ ମନରେ ଏକ ଅସନ୍ତୋଷ ଘର ବସା ବାନ୍ଧିଛି। ସେ ନିଜର ପିତା Supermanଙ୍କ କାହାଣୀ ଶୁଣିଛନ୍ତି ଓ ତାଙ୍କୁ ଲାଗୁଛି ଯେ Themysciraର ନିୟମଗୁଡ଼ିକ ତାଙ୍କର ତଥା ଅନ୍ୟ ଯୁଵକମାନଙ୍କ ସ୍ୱାଧୀନତାକୁ ସୀମିତ କରୁଛି।
ଏହି ସମୟରେ Superman ପୃଥିଵୀକୁ ଫେରିଲେ। ସେ ଜାଣିଲେ ଯେ Lex Luthorଙ୍କ ଦାଵି ମିଥ୍ୟା ଥିଲା; ସେ ରୋଗର ଵାହକ ନଥିଲେ। Luthorଙ୍କ ଉଦ୍ଦେଶ୍ୟ ଥିଲା Supermanଙ୍କୁ ପୃଥିଵୀରୁ ଦୂରେଇ ରଖି ନିଜର ନିୟନ୍ତ୍ରଣ ଵଢ଼ାଇଵା। Superman ଫେରିଵା ମାତ୍ରେ Adam Kentଙ୍କ ନେତୃତ୍ୱରେ ଏକ ଵିଦ୍ରୋହ ଆରମ୍ଭ ହେଲା। Adam ଓ ଅନ୍ୟ ଯୁଵକମାନେ Themysciraର ନିୟମ ଵିରୁଦ୍ଧରେ ସ୍ବର ଉଠାଇଲେ । Superman ଦ୍ୱନ୍ଦ୍ୱରେ ପଡ଼ିଲେ। ସେ କାହା ପକ୍ଷ ନେଵେ? ତାଙ୍କ ପୁଅ Adam Kentଙ୍କୁ ସମର୍ଥନ କରିଵେ ନା ତାଙ୍କ ପୁରୁଣା ସାଙ୍ଗ Wonder Woman ଓ Justice Leagueଙ୍କ ସହ ରହିଵେ?
Superman ଓ Wonder Woman ଏକତ୍ର ହୋଇ Lex Luthorଙ୍କ ଚକ୍ରାନ୍ତକୁ ପର୍ଦାଫାଶ କଲେ। Luthor ନିଜର ଵୈଜ୍ଞାନିକ ଜ୍ଞାନ ଵ୍ୟଵହାର କରି Themysciraରେ ନିୟନ୍ତ୍ରଣ ଲଭିଵାକୁ ଚାହୁଁଥିଲେ। ସେ Adam Kentଙ୍କୁ ଵିଦ୍ରୋହ ପାଇଁ ଉସକାଇଥିଲେ, ଯାହା ଦ୍ୱାରା Justice Leagueକୁ ଦୁର୍ଵଳ କରାଯାଇ ପାରିଵ। ତେବେ ଘଟଣାକ୍ରମେ Superman ଓ Adam Kent ମଧ୍ୟରେ ଏକ ଭାଵପୂର୍ଣ୍ଣ ମୁହୂର୍ତ୍ତ ଆସିଲା, ଯେଉଁଠାରେ Superman ତାଙ୍କ ପୁଅକୁ ଵୁଝାଇଲେ ଯେ ସ୍ୱାଧୀନତା ଓ ନ୍ୟାୟ ଏକତ୍ର ଚାଲିପାରେ।
Adam Kent ନିଜର ଭୁଲ ଵୁଝିଲେ ଓ Justice Leagueଙ୍କ ସହ ମିଶି Lex Luthorଙ୍କୁ ପରାସ୍ତ କଲେ। Luthorଙ୍କୁ Themysciraରୁ ଵହିଷ୍କାର କରାଗଲା ଏଵଂ Superman ପୁଣି ଥରେ ପୃଥିଵୀରେ ରହିଵାକୁ ନିଷ୍ପତ୍ତି ନେଲେ। Lois Lane ଓ Adam Kentଙ୍କ ସହ ସେ ଏକ ନୂଆ ଜୀଵନ ଆରମ୍ଭ କଲେ।
Themyscira ଏଵେ ଏକ ସମାନତାର ପ୍ରତୀକ ହୋଇଛି। Wonder Woman ଓ Justice League ମାନଵ ଜାତିର ଭଵିଷ୍ୟତ ପାଇଁ କାମ ଜାରି ରଖିଲେ। Superman ଓ Adam Kent ଏକ ନୂଆ ପିଢ଼ିର ମାର୍ଗଦର୍ଶକ ହେଲେ, ଯେଉଁମାନେ ଶାନ୍ତି ଓ ନ୍ୟାୟରେ ଵିଶ୍ୱାସ ରଖିଥାନ୍ତି। ପୃଥିଵୀ ଏକ ମହାଵିପଦରୁ ଵଞ୍ଚିଥିଲା ଏଵଂ ଏଵେ ଏକ ନୂଆ ଆଶାରେ ଆଗେଇ ଚାଲିଲା।
JLA: Created Equalର କାହାଣୀ ସମାନତା, ସଂଘର୍ଷ ଓ ଆଶାର ଵାର୍ତ୍ତା ଦେଇଥାଏ। ଏହା ଆମକୁ ପ୍ରଶ୍ନ କରେ: ସଙ୍କଟ ସମୟରେ ଆମେ କିପରି ଏକତ୍ର ହୋଇ ଏକ ଉତ୍ତମ ଵିଶ୍ୱ ଗଢ଼ିପାରିଵା?
No comments:
Post a Comment