Tuesday, July 14, 2026

Wonder Man: Simon Williamsଙ୍କର ସମ୍ପୂର୍ଣ୍ଣ କାହାଣୀ ଓ ଵିଵର୍ତ୍ତନ ଇତିହାସ

Simon Williamsଙ୍କର ଜୀଵନ ଆରମ୍ଭ ହୋଇଥିଲା ଏକ ସୁଵିଧାଜନକ ଏଵଂ ଵିଳାସପୂର୍ଣ୍ଣ ପରିଵେଶରେ। ତାଙ୍କ ପିତା Sanford Williams କେଵଳ ଜଣେ ସଫଳ ଵ୍ୟଵସାୟୀ ନୁହଁନ୍ତି, ଵରଂ Williams Innovations ନାମକ ଏକ ପ୍ରତିଷ୍ଠିତ ଅସ୍ତ୍ର ନିର୍ମାଣ କମ୍ପାନୀର ମାଲିକ ଥିଲେ ଯାହା ଆମେରିକୀୟ ସରକାରଙ୍କ ସହ ଵିଶାଳ ଚୁକ୍ତି କରୁଥିଲା। ଏହି ପରିଵାରରେ ଜନ୍ମ ହୋଇଥିଵା Simon ଏଵଂ ତାଙ୍କ ଵଡ଼ ଭାଇ Eric Williams ଦୁହେଁ ସମୃଦ୍ଧିର ମଧ୍ୟରେ ଵଡ଼ ହୋଇଥିଲେ। କିନ୍ତୁ ପିତାଙ୍କ ମୃତ୍ୟୁ ଯୋଗୁଁ ସେମାନଙ୍କ ଜୀଵନରେ ଏକ ନାଟକୀୟ ପରିଵର୍ତ୍ତନ ଦେଖାଦେଲା। କମ୍ପାନୀର ଦାୟିତ୍ୱ ଦୁଇ ଭାଇଙ୍କ ଉପରେ ନ୍ୟସ୍ତ ହେଲା କିନ୍ତୁ ସେମାନଙ୍କ ମଧ୍ୟରେ ଥିଵା ମତଭେଦ ଏଵଂ Simonଙ୍କର ଵ୍ୟଵସାୟିକ ଅଦକ୍ଷତା କମ୍ପାନୀକୁ ଧ୍ୱଂସର ପଥରେ ଠେଲିଦେଲା।

ସେହି ସମୟରେ ଶିଳ୍ପ ଜଗତରେ Tony Starkଙ୍କର Stark Industries ଏକ ଅଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଟେକ୍ନୋଲୋଜି, ନଵାଚାର ଓ ସରକାରୀ ଚୁକ୍ତି ସବୁ କ୍ଷେତ୍ରରେ Stark Industries ଆଗୁଆ ଥିଲା। Williams Innovations ଏହି ପ୍ରତିଯୋଗିତାରେ ପଛରେ ପଡ଼ିଗଲା। କ୍ରମାଗତ ଆର୍ଥିକ କ୍ଷତି, ଚୁକ୍ତି ହରାଇଵା ଓ ଵଜାରରେ ପ୍ରାସଙ୍ଗିକତା ହରାଇଵା ଫଳରେ Simon ଅତ୍ୟନ୍ତ ହତାଶ ହୋଇପଡ଼ିଲେ। କମ୍ପାନୀକୁ ବଞ୍ଚାଇଵା ପାଇଁ ସେ ଏକ ଭୁଲ୍ ନିଷ୍ପତ୍ତି ନେଲେ। ସେ କମ୍ପାନୀର ଅର୍ଥକୁ ଅଵୈଧ ଉପାୟରେ ଵ୍ୟଵହାର କରିଵା ଆରମ୍ଭ କଲେ, ଯାହା ଶେଷରେ ଧରାପଡ଼ିଗଲା। ଆର୍ଥିକ ଅପରାଧର ଅଭିଯୋଗରେ Simon ଗିରଫ ହେଲେ ଏଵଂ ଜେଲ୍‌କୁ ପଠାଯିଵାର ଅପେକ୍ଷା କରିଵାକୁ ଲାଗିଲେ। ତାଙ୍କର ସମସ୍ତ ଧନ, ସମ୍ମାନ ଓ ଭଵିଷ୍ୟତ ଧ୍ୱଂସ ହୋଇଯାଇଥିଲା।

ଜୀଵନର ଏହି ଅନ୍ଧକାରାଚ୍ଛନ୍ନ କାଳଖଣ୍ଡରେ Baron Heinrich Zemo ନାମକ ଜଣେ କୁଖ୍ୟାତ ଅପରାଧୀ ଏଵଂ Masters of Evilର ନେତା Simonଙ୍କ ପାଖକୁ ଆସିଲେ। Zemo ନିଜେ Avengersଙ୍କର ଶତ୍ରୁ ଥିଲେ ଏଵଂ ସେ ସେମାନଙ୍କୁ ଧ୍ୱଂସ କରିଵା ପାଇଁ ଏକ ଜଟିଳ ଯୋଜନା ପ୍ରସ୍ତୁତ କରିଥିଲେ। ସେ Simonଙ୍କୁ ଏକ ପ୍ରସ୍ତାଵ ଦେଲେ ଯାହା ଅସ୍ୱୀକାର କରିଵା ପ୍ରାୟ ଅସମ୍ଭଵ ଥିଲା। ପ୍ରତିଶୋଧ, ଶକ୍ତି ଓ ମୁକ୍ତିର ପ୍ରତିଶ୍ରୁତି ଦେଇ Zemo Simonଙ୍କୁ ଜେଲରୁ ମୁକ୍ତ କରାଇଲେ। କିନ୍ତୁ ଏହି ମୁକ୍ତିର ମୂଲ୍ୟ ଅତ୍ୟଧିକ ଥିଲା। Zemo ଏଵଂ Enchantress ମିଳିତ ଭାଵରେ Simonଙ୍କ ଉପରେ ଏକ ଵିପଜ୍ଜନକ ଵୈଜ୍ଞାନିକ ପରୀକ୍ଷଣ କଲେ। ସେମାନେ ତାଙ୍କ ଶରୀରରେ ionic energyର ପ୍ରଯୁକ୍ତି କଲେ, ଯାହା ଏକ ଅତ୍ୟନ୍ତ ଶକ୍ତିଶାଳୀ ଏଵଂ ଅସ୍ଥିର ଶକ୍ତି ସ୍ରୋତ।
ଏହି ionic transformation ପ୍ରକ୍ରିୟା Simonଙ୍କ ସମ୍ପୂର୍ଣ୍ଣ ଶାରୀରିକ ଗଠନକୁ ପରିଵର୍ତ୍ତନ କରିଦେଲା। ତାଙ୍କର ମାଂସପେଶୀ, ହାଡ଼, ଅଙ୍ଗପ୍ରତ୍ୟଙ୍ଗ ସବୁକିଛି ଏକ ionic energyରେ ରୂପାନ୍ତରିତ ହୋଇଗଲା। ଏହା ତାଙ୍କୁ ଅତିମାନଵୀୟ ଶକ୍ତି ପ୍ରଦାନ କଲା ଯେଉଁଥିରେ ସେ ୧୦୦ ଟନରୁ ଅଧିକ ଓଜନ ଉଠାଇପାରିବେ। ତାଙ୍କର ଶରୀର ଅତ୍ୟନ୍ତ ଦୃଢ଼ ହୋଇଗଲା, ସାଧାରଣ ଅସ୍ତ୍ରଶସ୍ତ୍ର ତାଙ୍କୁ କ୍ଷତି କରିପାରିଵ ନାହିଁ। ସେ ଉଡ଼ିଵାର କ୍ଷମତା ପାଇଲେ ଏଵଂ ତାଙ୍କ ହାତରୁ ଵିସ୍ଫୋରକ ionic blasts ବାହାର କରିପାରିବେ। କିନ୍ତୁ ଏହି ଅଵିଶ୍ୱାସ୍ୟ ଶକ୍ତିର ଏକ ଭୟଙ୍କର ମୂଲ୍ୟ ଥିଲା। Zemo ତାଙ୍କୁ କହିଲେ ଯେ ଏହି ionic energy ଅସ୍ଥିର ଏଵଂ କିଛି ସପ୍ତାହ ମଧ୍ୟରେ ତାଙ୍କର ଶରୀର ଵିସ୍ଫୋରଣ ହୋଇଯିଵ ଯଦି ସେ Zemoଙ୍କ ପାଖରୁ ନିୟମିତ ଚିକିତ୍ସା ନ ପାଇବେ। ଏହା ଏକ ମିଥ୍ୟା ଥିଲା, କିନ୍ତୁ Simon ଏହା ଵିଶ୍ୱାସ କଲେ।

Zemo Simonଙ୍କୁ Wonder Man ନାମ ଦେଲେ ଏଵଂ ତାଙ୍କୁ Avengersଙ୍କ ପାଖକୁ ପଠାଇଲେ। ଯୋଜନା ଥିଲା ସରଳ । Simon ନିଜକୁ ଏକ ନୂଆ ହିରୋ ଭାଵରେ ଉପସ୍ଥାପନ କରି Avengers ଟିମରେ ଯୋଗ ଦେବେ, ସେମାନଙ୍କର ଵିଶ୍ୱାସ ଅର୍ଜନ କରିବେ ଏଵଂ ତା'ପରେ ଭିତରୁ ସେମାନଙ୍କୁ ଵିଶ୍ୱାସଘାତକତା କରି Masters of Evil ପାଇଁ ସେମାନଙ୍କୁ ପରାସ୍ତ କରିବେ। ପ୍ରାରମ୍ଭରେ Simon ଏହି ଯୋଜନା ସହ ସହମତ ହେଲେ, କାରଣ ସେ ମନେ କରୁଥିଲେ ଯେ Tony Stark ତାଙ୍କର ଜୀଵନ ନଷ୍ଟ କରିଛନ୍ତି ଏଵଂ ପ୍ରତିଶୋଧ ନେଵାର ଏହା ଏକ ସୁଵର୍ଣ୍ଣ ସୁଯୋଗ ଅଟେ। ସେ Avengersଙ୍କ ସାମ୍ନାରେ ଗୋଟିଏ ଜଟିଳ ପରିସ୍ଥିତି ସୃଷ୍ଟି କଲେ ଏଵଂ ସେଥିରେ ସେ ସେମାନଙ୍କୁ ଵିପଦରୁ ରକ୍ଷା କରୁଥିଵା ଭଳି ଅଭିନୟ କଲେ। Avengers ତାଙ୍କର ସାହସିକତାକୁ ପ୍ରଶଂସା କଲେ ଏଵଂ ତାଙ୍କୁ ଟିମରେ ଯୋଗଦେଵା ପାଇଁ ଆମନ୍ତ୍ରଣ କଲେ।

କିନ୍ତୁ Simon ଯେତିକି ସମୟ Avengerମାନଙ୍କ ସହ ବିତାଇଲେ, ତାଙ୍କର ମାନସିକତା ବଦଳିଵାକୁ ଲାଗିଲା। ସେ ଦେଖିଲେ ଯେ Captain America, Iron Man, Thor, Wasp ଏଵଂ ଅନ୍ୟ ସଦସ୍ୟମାନେ ସତରେ ନିଃସ୍ୱାର୍ଥପର ହିରୋ ଯେଉଁମାନେ ପୃଥିଵୀକୁ ରକ୍ଷା କରିଵା ପାଇଁ ନିଜର ଜୀଵନ ଵିପଦରେ ପକାନ୍ତି। ସେମାନଙ୍କର ସରଳତା, ସାହସିକତା ଓ ବନ୍ଧୁତ୍ୱ Simonଙ୍କୁ ଗଭୀର ଭାବରେ ପ୍ରଭାଵିତ କଲା। ତାଙ୍କ ହୃଦୟରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହେଲା। ଗୋଟିଏ ପଟେ ଥିଲା Zemoଙ୍କର ଧମକ ଓ ପ୍ରତିଶୋଧର ଲାଳସା ଅନ୍ୟ ପଟେ ଥିଲା Avengerମାନଙ୍କର ଵିଶ୍ୱାସ ଏଵଂ ମାନଵିକତା। ଶେଷରେ Simonଙ୍କର ଵିବେକ ଜିତିଗଲା। ଯେତେବେଳେ Avengerମାନଙ୍କ ଉପରେ Masters of Evil ଆକ୍ରମଣ କଲେ, Simon ଆଶା କରାଯାଉଥିଵା ଵିଶ୍ୱାସଘାତକତା କରିଵା ପରିଵର୍ତ୍ତେ Zemoଙ୍କ ଵିରୋଧରେ ଯାଇ Avengersଙ୍କୁ ରକ୍ଷା କଲେ।

ଏହି ଵିଶ୍ୱାସଘାତକତାର ମୂଲ୍ୟ ଅତ୍ୟଧିକ ଥିଲା। Zemoଙ୍କର ଆକ୍ରମଣରେ Simon ଗୁରୁତର ଭାବରେ ଆହତ ହେଲେ ଏଵଂ ତାଙ୍କର ionic energy ଅସ୍ଥିର ହୋଇଗଲା। Avengers ତାଙ୍କୁ ଵଞ୍ଚାଇଵାକୁ ଚେଷ୍ଟା କଲେ କିନ୍ତୁ ସେ ଧୀରେ ଧୀରେ ଶକ୍ତି ହରାଇଵାକୁ ଲାଗିଲେ। ଶେଷ ମୁହୂର୍ତ୍ତରେ ସେ Avengerମାନଙ୍କୁ କହିଲେ ଯେ ସେ ନିଜର ପାପ ପାଇଁ ଅନୁତପ୍ତ ଏଵଂ ସେମାନଙ୍କୁ ରକ୍ଷା କରି ସେ ନିଜର ଜୀଵନକୁ ଅର୍ଥପୂର୍ଣ୍ଣ କରିଛନ୍ତି। ସେ ମୃତ୍ୟୁଵରଣ କଲେ, କିନ୍ତୁ ତାଙ୍କର ଶରୀର ସାଧାରଣ ମୃତଦେହ ଭଳି କ୍ଷୟ ହେଲା ନାହିଁ। Ionic energy ଯୋଗୁଁ ତାଙ୍କର ଶରୀର ଏକ stasis ଅଵସ୍ଥାରେ ସଂରକ୍ଷିତ ରହିଲା, ଯେପରି ସେ କେଵଳ ଶୋଇଛନ୍ତି।
ଵର୍ଷ ଵର୍ଷ ଧରି Simonଙ୍କର ଶରୀର Avengers Mansionରେ ସଂରକ୍ଷିତ ରହିଲା। ସଦସ୍ୟମାନେ ତାଙ୍କୁ ଭୁଲିଗଲେ ନାହିଁ ଏଵଂ ତାଙ୍କର ଵଳିଦାନକୁ ସ୍ମରଣ କରୁଥିଲେ। ଏହି ସମୟରେ Immortus ନାମକ ଏକ ଶକ୍ତିଶାଳୀ ସଂସ୍ଥା, ଯିଏ ସମୟ ଉପରେ ନିୟନ୍ତ୍ରଣ ରଖିଥିଲେ, Simonଙ୍କ ପ୍ରତି ଆଗ୍ରହ ଦେଖାଇଲେ। Immortus ନିଜର ଅଜ୍ଞାତ କାରଣ ପାଇଁ Simonଙ୍କୁ ପୁନର୍ଜୀଵିତ କଲେ। କିନ୍ତୁ ଏହି ପୁନର୍ଜୀଵନ ସହଜ ନଥିଲା। Simon ଜାଗ୍ରତ ହେଲେ ସମ୍ପୂର୍ଣ୍ଣ ଵିଭ୍ରାନ୍ତିରେ। ସେ ବୁଝିପାରିଲେ ନାହିଁ ଯେ ସେ କେଉଁଠାରେ ଅଛନ୍ତି,ସେ କିଏ, କିମ୍ଵା କଣ ଘଟିଛି। ତାଙ୍କର ମସ୍ତିଷ୍କ ମୃତ୍ୟୁ ଓ ପୁନର୍ଜନ୍ମର ଆଘାତରେ କ୍ଷତିଗ୍ରସ୍ତ ହୋଇଥିଲା। ସେ ଏକ zombie ଭଳି ଅଵସ୍ଥାରେ ରହିଲେ ଏଵଂ ବିନା ଚେତନାରେ ବୁଲୁଥିଲେ।

ଏହି ଅନ୍ଧକାର ଅଵଧିରେ ତାଙ୍କୁ ସାହାଯ୍ୟ କଲେ Beast ଅର୍ଥାତ Hank McCoy, ଯିଏ X-Men ଓ Avengers ଉଭୟ ସଂଗଠନର ସଦସ୍ୟ ଥିଲେ। Beast ତାଙ୍କୁ ଧୀରେ ଧୀରେ ମାନସିକ ଚିକିତ୍ସା ଓ ସାହଚର୍ଯ୍ୟ ପ୍ରଦାନ କଲେ। Beastଙ୍କର ବୁଦ୍ଧିମତ୍ତା ଓ ସହାନୁଭୂତି Simonଙ୍କୁ ଧୀରେ ଧୀରେ ସୁସ୍ଥ ହେଵାରେ ସାହାଯ୍ୟ କଲା। କିଛି ମାସ ପରେ Simon ନିଜର ସ୍ମୃତି ଫେରି ପାଇଲେ ଏଵଂ ନିଜର ionic ଶକ୍ତି ଉପରେ ନିୟନ୍ତ୍ରଣ ଲାଭ କଲେ। ସେ ବୁଝିଲେ ଯେ Zemo ତାଙ୍କୁ ମିଥ୍ୟା କହିଥିଲେ ଏଵଂ ତାଙ୍କର ionic body ସ୍ଥାୟୀ ଓ ଅମରତ୍ୱ ପ୍ରାୟ ଅଟେ। ସେ ଆଉ କାହାର ଚିକିତ୍ସା ଉପରେ ନିର୍ଭର କରିଵାର ଆଵଶ୍ୟକତା ନଥିଲା।

Avengers ତାଙ୍କୁ ପୁଣି ସ୍ୱାଗତ କଲେ ଏଵଂ Avengers 194 ଇସ୍ୟୁରେ ସେ ଆନୁଷ୍ଠାନିକ ଭାବରେ ଟିମର ସଦସ୍ୟ ହେଲେ। କିନ୍ତୁ Simon କେଵଳ ଜଣେ ହିରୋ ହେଵାକୁ ଚାହୁଁନଥିଲେ। ତାଙ୍କର ପୁରୁଣା ସ୍ୱପ୍ନ ଥିଲା ଅଭିନୟ। ସେ ହଲିଉଡରେ ନିଜର କ୍ୟାରିୟର ଆରମ୍ଭ କଲେ ଏଵଂ ଧୀରେ ଧୀରେ ଏକ ସଫଳ ଅଭିନେତା ହୋଇଉଠିଲେ। ତାଙ୍କର ଜୀଵନ ଏକ ଅଦ୍ଭୁତ ଦ୍ୱୈତତାରେ ପରିପୂର୍ଣ୍ଣ ହୋଇଗଲା। ଦିନରେ ସେ ହଲିଉଡର ସେଟ୍‌ରେ ଅଭିନୟ କରୁଥିଲେ, ରାତିରେ ସେ Avengerମାନଙ୍କ ସହ ଵିଶ୍ୱକୁ ଵିପଦରୁ ରକ୍ଷା କରୁଥିଲେ। ଏହି ସନ୍ତୁଳନ କଠିନ ଥିଲା କିନ୍ତୁ Simon ଏହାକୁ ଵଜାୟ ରଖିଲେ। ତାଙ୍କର ପ୍ରସିଦ୍ଧି ବଢ଼ିଲା ଏଵଂ ସେ ହଲିଉଡର ଏକ ଜଣାଶୁଣା ଚେହେରା ହୋଇଉଠିଲେ।

ପରଵର୍ତ୍ତୀ ଵର୍ଷଗୁଡ଼ିକରେ Simon West Coast Avengersର ସ୍ଥାପନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଵାହ କଲେ। ଏହି ନୂଆ ଟିମ୍ କାଲିଫର୍ଣ୍ଣିଆ ଆଧାରିତ ଥିଲା ଏଵଂ ପଶ୍ଚିମ ତଟର ସୁରକ୍ଷା ଦାୟିତ୍ୱ ସମ୍ଭାଳୁଥିଲା। Simon ଏହି ଟିମର ଅନ୍ୟତମ ପ୍ରମୁଖ ସଦସ୍ୟ ହୋଇଥିଲେ ଏଵଂ Hawkeye, Mockingbird, Tigra ଏଵଂ ଅନ୍ୟମାନଙ୍କ ସହ ଅନେକ ଵିପଜ୍ଜନକ ମିଶନରେ ଯାଇଥିଲେ। ସେମାନେ Ultron, Graviton, Mephisto ଏଵଂ ଅନ୍ୟାନ୍ୟ ଶକ୍ତିଶାଳୀ ଶତ୍ରୁମାନଙ୍କ ଵିରୁଦ୍ଧରେ ଲଢ଼ିଲେ। ଏହି ସମୟରେ Simonଙ୍କର ଏକ ଅଦ୍ଭୁତ ସମ୍ପର୍କ ଵିକଶିତ ହେଲା Visionଙ୍କ ସହ, ଯିଏ କି ଜଣେ synthetic android ଥିଲେ।
Visionର ସୃଷ୍ଟିର କାହାଣୀ ଅତ୍ୟନ୍ତ ଜଟିଳ। Ultron ତାଙ୍କୁ ସୃଷ୍ଟି କରିଵା ସମୟରେ ଏକ ମାନଵ ମସ୍ତିଷ୍କର pattern ଆଵଶ୍ୟକ ଥିଲା। ସେହି ସମୟରେ Simonଙ୍କର ଶରୀର stasisରେ ଥିଲା ଏଵଂ Ultron ତାଙ୍କର ମସ୍ତିଷ୍କକୁ ସ୍କାନ୍ କରି ସେହି pattern Visionରେ ଅପଲୋଡ କରିଥିଲେ। ଏହାର ଅର୍ଥ ଥିଲା ଯେ Visionର ଚିନ୍ତାଧାରା, ଭାଵନା ଏଵଂ କିଛି ସ୍ମୃତି Simonଙ୍କ ଉପରେ ଆଧାରିତ ଥିଲା। ଯେତେବେଳେ Simon ପୁନର୍ଜୀଵିତ ହେଲେ, ତାଙ୍କର ଓ Vision ମଧ୍ୟରେ ଏକ ଗଭୀର, ପ୍ରାୟ ଭାଇଚାରା ପରି ବନ୍ଧନ ସୃଷ୍ଟି ହେଲା। ଅନେକ ସମୟରେ ସେମାନେ ପରସ୍ପରର ଚିନ୍ତା ଓ ଆଵଶ୍ୟକତା ଅନୁଭଵ କରିପାରୁଥିଲେ। ଏହି ସମ୍ପର୍କ ଆହୁରି ଜଟିଳ ହୋଇଗଲା ଯେତେବେଳେ Simon Scarlet Witch ଅର୍ଥାତ୍ Wanda Maximoff ପ୍ରତି ଆକର୍ଷିତ ହେଲେ, ଯିଏ କି Visionର ପତ୍ନୀ ଥିଲେ। ଏହି ତ୍ରିକୋଣ ସମ୍ପର୍କ ଅନେକ ଭାଵନାତ୍ମକ ସଙ୍କଟ ସୃଷ୍ଟି କଲା।

Force Works ନାମକ ଏକ ନୂଆ ଟିମରେ ଯୋଗଦେଵା ସମୟରେ Simonଙ୍କର ଜୀଵନରେ ଆଉ ଥରେ ଦୁର୍ଘଟଣା ଘଟିଲା। ଏକ ଭୟଙ୍କର ମିଶନରେ ସେ ପୁଣି ଥରେ ମୃତ୍ୟୁଵରଣ କଲେ। କିନ୍ତୁ ତାଙ୍କର ionic nature ଯୋଗୁଁ ସେ ସମ୍ପୂର୍ଣ୍ଣ ନଷ୍ଟ ହୋଇପାରିଲେ ନାହିଁ। ତାଙ୍କର ଚେତନା, ତାଙ୍କର ଶକ୍ତି, ଵିଚ୍ଛିନ୍ନ ହୋଇ ଵିଭିନ୍ନ ସ୍ଥାନରେ ଛିନ୍ନଭିନ୍ନ ହୋଇଗଲା। କିଛି ଵର୍ଷ ପରେ Scarlet Witch ତାଙ୍କର ଜାଦୁ ଶକ୍ତି ଵ୍ୟଵହାର କରି ଏହି ଵିଚ୍ଛିନ୍ନ ionic particles ଗୁଡ଼ିକୁ ପୁଣି ଏକତ୍ର କଲେ ଏଵଂ Simonଙ୍କୁ ପୁନର୍ନିର୍ମାଣ କଲେ। ଏହି ତୃତୀୟ ଜୀଵନରେ Simon ଆହୁରି ଅଧିକ ଶକ୍ତିଶାଳୀ ହୋଇଥିଲେ କିନ୍ତୁ ମାନସିକ ଭାଵରେ ଆହତ ମଧ୍ୟ। ଵାରମ୍ଵାର ମୃତ୍ୟୁ ଏଵଂ ପୁନର୍ଜନ୍ମ ତାଙ୍କୁ ମାନସିକ ଆଘାତ ଦେଇଥିଲା।

ଆହୁରି କିଛି ସମୟ ପରେ Simonଙ୍କର ionic body ଏକ ନୂଆ ଗୁଣ ପ୍ରଦର୍ଶନ କଲା। ସେ ନିଜର ଶରୀରକୁ ସଂପୂର୍ଣ୍ଣ energyରେ ରୂପାନ୍ତରିତ କରିପାରିଲେ, କଠିନରୁ ତରଳ, ତରଳରୁ ଗ୍ୟାସ ଏଵଂ ଶୁଦ୍ଧ ଶକ୍ତିରେ। ଏହା ତାଙ୍କୁ ପ୍ରାୟ ଅଜେୟ କରିଦେଲା କାରଣ ତାଙ୍କୁ ଶାରୀରିକ ଭାଵରେ କ୍ଷତି କରିଵା ଅତ୍ୟନ୍ତ କଠିନ ହୋଇଗଲା। କିନ୍ତୁ ଏହି ଶକ୍ତିର ଏକ ଅନ୍ଧକାର ପାର୍ଶ୍ୱ ମଧ୍ୟ ଥିଲା। ଗୋଟିଏ ସମୟରେ ସେ ନିଜର ଶକ୍ତି ଉପରେ ନିୟନ୍ତ୍ରଣ ହରାଇଲେ ଏଵଂ ଏକ ଵିପଜ୍ଜନକ, ପ୍ରାୟ ପାଗଳ ଅଵସ୍ଥାରେ ପହଞ୍ଚିଗଲେ। ସେ କିଛି ସମୟ ପାଇଁ Avengerମାନଙ୍କ ଵିରୋଧୀ ହୋଇଗଲେ ଏଵଂ ସେମାନଙ୍କୁ ଆକ୍ରମଣ କଲେ। କିନ୍ତୁ ଶେଷରେ Scarlet Witch, Vision ଓ Beastଙ୍କର ମିଳିତ ପ୍ରୟାସରେ ତାଙ୍କୁ ପୁଣି ସ୍ଥିର କରାଗଲା।

ତାଙ୍କର ଭାଇ Eric Williamsଙ୍କ ସହ ସମ୍ପର୍କ ସର୍ଵଦା ଜଟିଳ ରହିଲା। Eric ,Simonଙ୍କୁ ଦୋଷୀ ମନେକରୁଥିଲେ ସେମାନଙ୍କ ପାରିଵାରିକ ଵ୍ୟଵସାୟର ଵିଫଳତା ପାଇଁ ଏଵଂ ଅପରାଧର ପଥ ବାଛିଲେ। ସେ Grim Reaper ନାମକ ଏକ ଭୟଙ୍କର ଖଳନାୟକ ହୋଇଉଠିଲେ ଏଵଂ ଵାରମ୍ଵାର Avengers ଏଵଂ ଵିଶେଷ କରି Simonଙ୍କୁ ମାରିଵାକୁ ଚେଷ୍ଟା କଲେ। କିନ୍ତୁ ସେମାନଙ୍କର ସମ୍ପର୍କରେ ଏକ ଵିଚିତ୍ର ଭାଇଚାରା ମଧ୍ୟ ଥିଲା। Eric କେତେବେଳେ Simonଙ୍କୁ ବଞ୍ଚାଇଵାକୁ ଚେଷ୍ଟା କରୁଥିଲେ ଏଵଂ କେତେବେଳେ ମାରିଵାକୁ। ଏହି ଦ୍ୱନ୍ଦ୍ୱପୂର୍ଣ୍ଣ ସମ୍ପର୍କ Simonଙ୍କୁ ଗଭୀର ଭାବରେ କଷ୍ଟ ଦେଉଥିଲା।

ସାମ୍ପ୍ରତିକ ଵର୍ଷଗୁଡ଼ିକରେ Simonଙ୍କର ଭୂମିକା ଆହୁରି ଵିଵର୍ତ୍ତିତ ହୋଇଛି। ସେ Avengers Unity Divisionରେ ଯୋଗ ଦେଇଛନ୍ତି ଯାହା mutants ଏଵଂ ମାନଵଙ୍କ ମଧ୍ୟରେ ସେତୁ ସୃଷ୍ଟି କରିଵାକୁ ଗଠିତ ହୋଇଥିଲା। ସେ ନିଜର ଅଭିନୟ କ୍ୟାରିୟରକୁ ଜାରି ରଖିଛନ୍ତି ଏଵଂ ଏବେ ତାଙ୍କର ନିଜସ୍ୱ ଚଳଚ୍ଚିତ୍ର ଉତ୍ପାଦନ କମ୍ପାନୀ ମଧ୍ୟ ଅଛି। ତାଙ୍କର ଜନସାଧାରଣ ପରିଚୟ ଏକ ସେଲିବ୍ରିଟି ଓ ହିରୋ ଉଭୟର ମିଶ୍ରଣ। ସେ ଟକ୍ ଶୋରେ ଅତିଥି ଭାବରେ ଆସନ୍ତି, ଅଟୋଗ୍ରାଫ ଦିଅନ୍ତି, ରାତିରେ ଵିଶ୍ୱକୁ ବଞ୍ଚାନ୍ତି। ଏହି ଦ୍ୱୈତ ଜୀଵନ ତାଙ୍କର ପରିଚୟର ଅଂଶ ହୋଇଗଲାଣି।

ତାଙ୍କର ionic powers ଵିଭିନ୍ନ ଉପାୟରେ ଵିକଶିତ ହୋଇଛି। ସେ ଵର୍ତ୍ତମାନ ୧୦୦ ଟନରୁ ଅଧିକ ଓଜନ ଉଠାଇ ପାରନ୍ତି, ଯାହା ତାଙ୍କୁ Marvelର ସବୁଠୁ ଶକ୍ତିଶାଳୀ ଚରିତ୍ରମାନଙ୍କ ମଧ୍ୟରୁ ଜଣେ କରିଥାଏ। ତାଙ୍କର ଶରୀର ପ୍ରାୟ ଅଵିନାଶୀ, ବୁଲେଟ୍, ବୋମା, ଏପରିକି ଆଣଵିକ ଵିସ୍ଫୋରଣ ମଧ୍ୟ ତାଙ୍କୁ ସ୍ଥାୟୀ ଭାଵରେ କ୍ଷତି କରିପାରିଵ ନାହିଁ। ସେ supersonic ବେଗରେ ଉଡ଼ିପାରନ୍ତି ଏଵଂ ତାଙ୍କର ionic blasts ଵିଲଡିଂ ଧ୍ୱଂସ କରିପାରେ। ସେ ଆଉ ଖାଇଵା, ଶୋଇଵା କିମ୍ଵା ନିଶ୍ୱାସ ନେଵାର ଆଵଶ୍ୟକତା ରଖନ୍ତି ନାହିଁ, ଯଦିଓ ସେ ମାନଵ ଅନୁଭଵ ପାଇଁ ଏସବୁ କରନ୍ତି। ତାଙ୍କର ଅମରତ୍ୱ ପ୍ରାୟ ନିଶ୍ଚିତ, କାରଣ ଯେତେବେଳେ ବି ସେ ମରନ୍ତି ତାଙ୍କର ionic energy ପୁଣି ପୁନର୍ଗଠିତ ହୋଇଯାଏ।

କିନ୍ତୁ ଏହି ସମସ୍ତ ଶକ୍ତି ସତ୍ତ୍ୱେ Simon Williamsଙ୍କର ସବୁଠୁ ବଡ଼ ଶକ୍ତି ହେଉଛି ତାଙ୍କର ମାନଵତା। ସେ କେବେବି ଭୁଲି ନାହାଁନ୍ତି ଯେ ସେ ଏକଦା ଜଣେ ଵିଫଳ ଵ୍ୟଵସାୟୀ, ଜଣେ ଅପରାଧୀ ଥିଲେ। ତାଙ୍କର ଅତୀତର ପାପ ତାଙ୍କୁ ନମ୍ର ରଖିଛି ଏଵଂ ଅନ୍ୟମାନଙ୍କ ପ୍ରତି ସହାନୁଭୂତିଶୀଳ କରିଛି। ସେ ଜାଣନ୍ତି ଯେ ମୁକ୍ତି ସମ୍ଭଵ, କାରଣ ସେ ନିଜେ ମୁକ୍ତି ପାଇଛନ୍ତି। ଏହି ଅନୁଭଵ ତାଙ୍କୁ ଅନ୍ୟ ଖଳନାୟକମାନଙ୍କୁ ଠିକ୍ ବାଟକୁ ଆଣିଵାରେ ସାହାଯ୍ୟ କରିଛି। ସେ ଵିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ଵ୍ୟକ୍ତିଙ୍କର ଦ୍ୱିତୀୟ ସୁଯୋଗ ମିଳିଵା ଉଚିତ।

ତାଙ୍କର କାହାଣୀ ଏକ ଚିରନ୍ତନ ସଂଘର୍ଷର କାହାଣୀ – ଅପରାଧ ଓ ମୁକ୍ତି, ମୃତ୍ୟୁ ଓ ପୁନର୍ଜନ୍ମ, ଵିଫଳତା ଓ ସଫଳତା ମଧ୍ୟରେ। Simon Williamsଙ୍କ ଜୀଵନ ଏହା ପ୍ରମାଣ କରେ ଯେ ଜଣେ ଵ୍ୟକ୍ତି ତାଙ୍କର ଅତୀତ ଦ୍ୱାରା ସୀମିତ ନୁହଁ। ଯଦି ଜଣେ ଵିଫଳ ଵ୍ୟଵସାୟୀ, ଅପରାଧୀ, ଵିଶ୍ୱାସଘାତକ ଵିଶ୍ୱର ସବୁଠୁ ମହାନ୍ ହିରୋମାନଙ୍କ ମଧ୍ୟରୁ ଜଣେ ହୋଇପାରେ, ତେବେ ଯେକୌଣସି ଵ୍ୟକ୍ତି ପରିଵର୍ତ୍ତନ ହୋଇପାରେ। ଏହି ଵାର୍ତ୍ତା Wonder Manଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପହାର Marvel Universeକୁ। ସେ କେଵଳ ଜଣେ ଶକ୍ତିଶାଳୀ ଯୋଦ୍ଧା ନୁହଁନ୍ତି, ଵରଂ ଆଶାର ଏକ ପ୍ରତୀକ ଯେ ଯେକୌଣସି ଅନ୍ଧକାରରୁ ଆଲୋକ ଆସିପାରେ।

ଏବେ MCUରେ ମଧ୍ୟ Wonder Manଙ୍କର ନିଜସ୍ୱ ସିରିଜ୍ ମୁକ୍ତିଲାଭ କରିଛି ଯହିଁରେ Yahya Abdul-Mateen II ଭୂମିକା ନେଇଛନ୍ତି। ଏହା ଦର୍ଶାଉଛି ଯେ Simon Williams ଙ୍କର କାହାଣୀ ଵର୍ତ୍ତମାନ ଏଵଂ ଭଵିଷ୍ୟତରେ ମଧ୍ୟ ପ୍ରାସଙ୍ଗିକ ରହିଵ, କାରଣ ଏହା କେଵଳ ଏକ ସୁପରହିରୋ କାହାଣୀ ନୁହଁ, ଵରଂ ଏକ ମାନଵୀୟ କାହାଣୀ ଯେଉଁଥିରେ ପ୍ରତ୍ୟେକେ ନିଜକୁ ଦେଖିପାରିବେ।

Monday, July 6, 2026

ଡିସି କମିକ୍ସର ‘କ୍ଲେ ଫେସ୍’: ଉତ୍ପତ୍ତି ଓ ଵିଵର୍ତ୍ତନର ସଂକ୍ଷିପ୍ତ ଇତିହାସ

DC Comics ଵ୍ରହ୍ମାଣ୍ଡରେ ସୁପରହିରୋ ଵ୍ୟାଟମ୍ୟାନ୍‌ଙ୍କ ଶତ୍ରୁମାନଙ୍କ ମଧ୍ୟରେ Clayface ଏକ ଅତ୍ୟନ୍ତ ରହସ୍ୟମୟ, ଭୟଙ୍କର ଓ ଦୁର୍ଦ୍ଦାନ୍ତ ଚରିତ୍ର। କ୍ଲେ ଫେସ୍ କେଵଳ ଜଣେ ଵ୍ୟକ୍ତି ନୁହନ୍ତି ଵରଂ ଡିସି କମିକ୍ସର ଇତିହାସରେ ଵିଭିନ୍ନ ସମୟରେ ଅଲଗା ଅଲଗା ଵ୍ୟକ୍ତି ଏହି ନାମ ଓ ଶକ୍ତି ଗ୍ରହଣ କରିଛନ୍ତି। ନିଜ ଶରୀରକୁ କାଦୁଅ ଭଳି ଯେକୌଣସି ରୂପରେ ବଦଳାଇଵାର ଅଦ୍ଭୁତ କ୍ଷମତା ଏହି ଚରିତ୍ରକୁ ଅନ୍ୟ ସମସ୍ତଙ୍କଠାରୁ ସ୍ୱତନ୍ତ୍ର କରିଥାଏ।
ବେସିଲ୍ କାର୍ଲୋ ହେଉଛନ୍ତି ସର୍ଵପ୍ରଥମ ଏଵଂ ସବୁଠାରୁ ଆଦି କ୍ଲେ ଫେସ୍। ଏହି ଚରିତ୍ରଟି ପ୍ରଥମ କରି ୧୯୪୦ ମସିହାରେ ପ୍ରକାଶିତ Detective Comics #40 ରେ ଦେଖାଦେଇଥିଲା। ଏହାକୁ ସୃଷ୍ଟି କରିଥିଲେ ପ୍ରସିଦ୍ଧ କମିକ୍ସ ଲେଖକ Bill Finger ଏଵଂ କଳାକାର Bob Kane ।

ବେସିଲ୍ କାର୍ଲୋ ଗୋଥାମ୍ ସିଟିର ଜଣେ ପ୍ରତିଭାଶାଳୀ କିନ୍ତୁ ଅଭିମାନୀ ବି ଗ୍ରେଡ୍ ହଲିଉଡ୍ ଅଭିନେତା ଥିଲେ। ସେ ଏକ କାଳ୍ପନିକ ହରର୍ ଚଳଚ୍ଚିତ୍ର "The Dread Castle"ରେ ଜଣେ ମୁଖ୍ୟ ଖଳନାୟକ ‘କ୍ଲେ ଫେସ୍’ ଭୂମିକାରେ ଅଭିନେତା ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ।

ସମୟକ୍ରମେ, ସେ ଯେତେବେଳେ ଜାଣିଵାକୁ ପାଇଲେ ଯେ ତାଙ୍କର ଅନୁମତି କିମ୍ଵା ତାଙ୍କୁ ନ ନେଇ ସେହି ଚଳଚ୍ଚିତ୍ରର ଏକ ରିମେକ୍ କରାଯାଉଛି ଏଵଂ ଅନ୍ୟ ଜଣେ ଅଭିନେତାଙ୍କୁ ସେହି ଭୂମିକା ଦିଆଯାଉଛି, ସେ ମାନସିକ ସନ୍ତୁଳନ ହରାଇ ଵସିଲେ। ପ୍ରତିଶୋଧ ପରାୟଣ ହୋଇ ସେ ଚଳଚ୍ଚିତ୍ରର ସେହି ପୁରୁଣା ମୁଖା "Clayface Mask" ପିନ୍ଧିଲେ ଏଵଂ ଚଳଚ୍ଚିତ୍ର ସହ ଜଡ଼ିତ କଳାକାର ଓ କ୍ର୍ୟୁ ସଦସ୍ୟମାନଙ୍କୁ ଜଣ ଜଣ କରି ହତ୍ୟା କରିଵା ଆରମ୍ଭ କଲେ। ସେହି ସମୟରେ ତାଙ୍କ ପାଖରେ କୌଣସି ସୁପରପାୱାର ଵା ଅଲୌକିକ ଶକ୍ତି ନଥିଲା, ସେ କେଵଳ ଜଣେ ମୁଖାପିନ୍ଧା ସିରିଆଲ୍ କିଲର ଥିଲେ। ବ୍ୟାଟମ୍ୟାନ୍ ଏଵଂ ରୋବିନ୍ ତାଙ୍କୁ ଗିରଫ କରି Arkham Asylum ପଠାଇଥିଲେ।

ପରଵର୍ତ୍ତୀ ସମୟରେ (Modern Age କମିକ୍ସରେ), ବେସିଲ୍ କାର୍ଲୋ ଅନ୍ୟ କ୍ଲେ ଫେସ୍‌ମାନଙ୍କର ରକ୍ତ ଓ ଡିଏନଏ (DNA) ନମୁନା ଚୋରି କରି ନିଜ ଶରୀରରେ ଇଞ୍ଜେକ୍ଟ କରିଥିଲେ। ଏହା ଫଳରେ ସେ ପ୍ରକୃତରେ ଏକ ଜୀଵନ୍ତ କାଦୁଅର ସାକ୍ଷାତ ରାକ୍ଷସରେ ପରିଣତ ହୋଇଗଲେ ଏଵଂ ସବୁଠାରୁ ଶକ୍ତିଶାଳୀ କ୍ଲେ ଫେସ୍ ଭାବେ ଉଭା ହେଲେ।

୧୯୬୧ ମସିହାରେ ପ୍ରକାଶିତ Detective Comics #298 ରେ ଦ୍ୱିତୀୟ କ୍ଲେ ଫେସ୍ ଭାବେ ମ୍ୟାଟ୍ ହେଗେନ୍‌ଙ୍କୁ ପରିଚିତ କରାଯାଇଥିଲା। ଏହି ଚରିତ୍ରକୁ ବିଲ୍ ଫିଙ୍ଗର ଓ ଶେଲଡନ ମୋଲଡଫ୍ ସୃଷ୍ଟି କରିଥିଲେ। ଆନିମେଟେଡ୍ ସିରିଜ୍ ଏଵଂ ଟିଭି ପରଦାରେ ଆମେ ଦେଖୁଥିଵା ଵିଶାଳ କାଦୁଅ ମାଟିର ଶରୀର ଧାରଣ କରିଥିଵା କ୍ଲେ ଫେସ୍‌ର ପରିକଳ୍ପନା ଏହି ଚରିତ୍ରରୁ ହିଁ ଆସିଛି।

ମ୍ୟାଟ୍ ହେଗେନ୍ ଜଣେ ସାହସିକ ସମୁଦ୍ର ଭିତରୁ ସମ୍ପତ୍ତି ଖୋଜୁଥିଵା ଵ୍ୟକ୍ତି ଵା Treasure Hunter ଓ ଅପରାଧୀ ଥିଲେ। ଏକଦା ଏକ ଗଭୀର ସାମୁଦ୍ରିକ ଗୁମ୍ଫା ମଧ୍ୟରେ ଗଵେଷଣା ନାମରେ ଚୋରି କରୁଥିଵା ସମୟରେ ସେ ଏକ ରହସ୍ୟମୟ, ଵିକିରଣଯୁକ୍ତ ଏଵଂ ଜୈଵିକ ପ୍ରୋଟୋପ୍ଲାଜମିକ୍ କାଦୁଅର ପୁଷ୍କରିଣୀ ଆଵିଷ୍କାର କଲେ।

ଅସାଵଧାନତା ଵଶତଃ ସେ ସେହି ପୁଷ୍କରିଣୀର କାଦୁଅ ସଂସ୍ପର୍ଶରେ ଆସିଲେ। ସେହି ରାସାୟନିକ ମାଟି ତାଙ୍କ ଶରୀରର ଆଣଵିକ ସଂରଚନାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା। ତାଙ୍କ ମାଂସ ଓ ହାଡ଼ ଜୀଵନ୍ତ କାଦୁଅରେ ପରିଣତ ହେଲା।

ହେଗେନ୍ ନିଜ ଇଚ୍ଛା ଅନୁସାରେ ଯେକୌଣସି ମଣିଷର ରୂପ ନେଇପାରୁଥିଲେ, ନିଜ ହାତକୁ ମାରାତ୍ମକ ଅସ୍ତ୍ର (ଯଥା: ହାତୁଡ଼ି, କଟୁରୀ)ରେ ପରିଣତ କରିପାରୁଥିଲେ। ତେବେ ତାଙ୍କ ଶକ୍ତିର ଏକ ବଡ଼ ଦୁର୍ଵଳତା ଥିଲା। ଏହି ରୂପାନ୍ତର କେଵଳ ୪୮ ଘଣ୍ଟା ପାଇଁ ରହୁଥିଲା। ନିଜର ଶକ୍ତି ବଜାୟ ରଖିଵା ପାଇଁ ତାଙ୍କୁ ଵାରମ୍ଵାର ସେହି ଗୁମ୍ଫାର କାଦୁଅ ପୁଷ୍କରିଣୀକୁ ଫେରିଵାକୁ ପଡ଼ୁଥିଲା। ପରଵର୍ତ୍ତୀ ସମୟରେ ବ୍ୟାଟମ୍ୟାନ୍ ସେହି ସିନ୍ଥେଟିକ୍ କାଦୁଅର ରହସ୍ୟ ବୁଝି ତାଙ୍କୁ ପରାସ୍ତ କରିଥିଲେ।

୧୯୭୮ ମସିହାରେ ପ୍ରକାଶିତ Detective Comics #478 ରେ ପ୍ରେଷ୍ଟନ୍ ପେନ୍‌ଙ୍କ ଆଗମନ ହୋଇଥିଲା। ଏହି କ୍ଲେ ଫେସ୍‌ର କାହାଣୀ ଅତ୍ୟନ୍ତ ଦୁଃଖଦାୟକ ଏଵଂ ମାନସିକ ସ୍ତରରେ ଵିଚଳିତ କଲାଭଳି ଅଟେ ।

ପ୍ରେଷ୍ଟନ୍ ପେନ୍ ଗୋଥାମ୍ ସିଟିର ଜଣେ ମେଧାଵୀ ଵୈଜ୍ଞାନିକ ଥିଲେ। ସେ ଜନ୍ମରୁ ଏକ ଭୟଙ୍କର ଶାରୀରିକ ରୋଗ "Hyperpituitarism"ରେ ପୀଡ଼ିତ ଥିଲେ, ଯାହା ଯୋଗୁଁ ତାଙ୍କ ମୁହଁ ଓ ଶରୀର ଵିକୃତ ଦେଖାଯାଉଥିଲା। ସେ ନିଜକୁ ସୁନ୍ଦର କରିଵା ପାଇଁ ଏଵଂ ଏହି ରୋଗରୁ ମୁକ୍ତି ପାଇଵା ପାଇଁ ଦ୍ୱିତୀୟ କ୍ଲେ ଫେସ୍ "ମ୍ୟାଟ୍ ହେଗେନ୍"ଙ୍କ ରକ୍ତର ନମୁନା ନେଇ ଗଵେଷଣା କଲେ।
ସେ ସେହି ରକ୍ତରୁ ଏକ ଆଣ୍ଟି-ଏନଜାଇମ୍ ଆଇସୋଲେଟ୍ ପ୍ରସ୍ତୁତ କରି ନିଜ ଶରୀରରେ ପ୍ରୟୋଗ କଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ସୁସ୍ଥ ଓ ସୁନ୍ଦର ଦେଖାଗଲେ, କିନ୍ତୁ ଏହାର ପାର୍ଶ୍ୱପ୍ରତିକ୍ରିୟା ଭୟଙ୍କର ଥିଲା। ତାଙ୍କ ଶରୀରର ମାଂସ ତରଳିଵାକୁ ଲାଗିଲା ଏଵଂ ସେ ଏକ ମାଟିର ଚଳନ୍ତି କଙ୍କାଳ ପରି ଦେଖାଗଲେ।

ପ୍ରେଷ୍ଟନ୍ ପେନ୍‌ଙ୍କ ଶକ୍ତି ଏକ ଅଭିଶାପ ଥିଲା। ସେ ଯଦି କୌଣସି ଜୀଵନ୍ତ ମଣିଷକୁ ଖାଲି ହାତରେ ଛୁଇଁଦିଅନ୍ତି, ତେବେ ସେହି ଵ୍ୟକ୍ତିର ଶରୀର ମଧ୍ୟ ମହମ ଭଳି ତରଳି ପାଣି ହୋଇଯାଉଥିଲା। ନିଜ ଶରୀରକୁ ସମ୍ଭାଳିଵା ପାଇଁ ଏଵଂ ଅନ୍ୟମାନଙ୍କୁ ରକ୍ଷା କରିଵା ପାଇଁ ସେ ଏକ ସ୍ୱତନ୍ତ୍ର ଏକ୍ସୋସ୍କେଲିଟନ୍ ସୁଟ୍ ପିନ୍ଧିଵାକୁ ବାଧ୍ୟ ହେଲେ। ନିଜର ଏହି ଦୁର୍ଦ୍ଦଶା ପାଇଁ ସେ ପାଗଳ ହୋଇ ଅପରାଧ ଦୁନିଆକୁ ଆପଣେଇ ନେଲେ।

୧୯୮୭ ମସିହାରେ ପ୍ରକାଶିତ Outsiders #21 ରେ ଚତୁର୍ଥ କ୍ଲେ ଫେସ୍ ଭାଵେ ଜଣେ ମହିଳାଙ୍କୁ ଦେଖିଵାକୁ ମିଳିଲା, ଯାହାଙ୍କ ନାମ ଥିଲା ସୋନ୍ଦ୍ରା ଫୁଲର୍।

ସୋନ୍ଦ୍ରା ନିଜର ଶାରୀରିକ ରୂପକୁ ନେଇ ଅସନ୍ତୁଷ୍ଟ ଥିଲେ। ସେ ‘କୋବ୍ରା’ ନାମକ ଏକ ଆନ୍ତର୍ଜାତୀୟ ଅପରାଧୀ ସଂଗଠନର ସଂସ୍ପର୍ଶରେ ଆସିଲେ। କୋବ୍ରାର ଵୈଜ୍ଞାନିକମାନେ ତାଙ୍କ ଉପରେ ଅତ୍ୟାଧୁନିକ ଜେନେଟିକ୍ ଟେକ୍ନୋଲୋଜି ପ୍ରୟୋଗ କରି ମ୍ୟାଟ୍ ହେଗେନ୍‌ଙ୍କ ଶକ୍ତିର ନକଲ ତାଙ୍କ ଶରୀରରେ ସୃଷ୍ଟି କଲେ। ସୋନ୍ଦ୍ରାଙ୍କ ପାଖରେ କେଵଳ ରୂପ ବଦଳାଇଵା କ୍ଷମତା ନଥିଲା ଵରଂ ସେ ଯାହାର ରୂପ ନେଉଥିଲେ ତାର ସୁପରପାୱାର ମଧ୍ୟ ନକଲ କରିପାରୁଥିଲେ।

ଡିସି କମିକ୍ସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସେତେବେଳେ ଆସିଲା, ଯେତେବେଳେ ପ୍ରଥମ କ୍ଲେ ଫେସ୍ —ବେସିଲ୍ କାର୍ଲୋ ଆର୍କହାମରୁ ଫେରି ଅନ୍ୟ ସମସ୍ତ କ୍ଲେ ଫେସ୍‌ମାନଙ୍କୁ ଏକାଠି କରି "Mud Pack" ଗଠନ କଲେ। ଏହି କାହାଣୀରେ ବେସିଲ୍ କାର୍ଲୋ ଅନ୍ୟ ସମସ୍ତଙ୍କର ଶକ୍ତିର ଉତ୍ସକୁ ନିଜ ଭିତରକୁ ନେଇ "Ultimate Clayface" ପାଲଟିଗଲେ।

ଆଧୁନିକ ଡିସି କମିକ୍ସ (New 52 ଏଵଂ DC Rebirth) ରେ ବେସିଲ୍ କାର୍ଲୋଙ୍କୁ ମୁଖ୍ୟ କ୍ଲେ ଫେସ୍ ଭାଵେ ଗ୍ରହଣ କରାଯାଇଛି। ଏଠାରେ ତାଙ୍କ କାହାଣୀକୁ ଆହୁରି ମାନଵୀୟ କରାଯାଇଛି । ଆଧୁନିକ ଡିସି କମିକ୍ସରେ ସେ କେଵଳ ଜଣେ ଅପରାଧୀ ନୁହନ୍ତି, ଵରଂ ଜଣେ ମାନସିକ ପୀଡ଼ିତ ଚରିତ୍ର ଯିଏ ନିଜର ଶରୀର ଓ ମସ୍ତିଷ୍କ ଉପରୁ ନିୟନ୍ତ୍ରଣ ହରାଇ ବସିଛନ୍ତି। କିଛି ସମୟ ପାଇଁ ବ୍ୟାଟମ୍ୟାନ୍ ତାଙ୍କୁ ସୁଧାରି ନିଜ ଦଳ ‘ବ୍ୟାଟମ୍ୟାନ୍ ଫ୍ୟାମିଲି’କୁ ମଧ୍ୟ ଆଣିଥିଲେ।

କ୍ଲେ ଫେସ୍ ଚରିତ୍ରର କେତେକ ମୁଖ୍ୟ ଵୈଶିଷ୍ଟ୍ୟ ରହିଛି । ସେ ନିଜ ଶରୀରର ସାନ୍ଧ୍ରତା (Density) କୁ ପଥର ଭଳି ଶକ୍ତ କିମ୍ଵା ପାଣି ଭଳି ତରଳ କରିପାରନ୍ତି । ସେ ଗୋଥାମ୍ ସିଟିର ଯେକୌଣସି ନାଗରିକ, ପୋଲିସ୍ କିମ୍ଵା ସ୍ୱୟଂ ବ୍ୟାଟମ୍ୟାନ୍‌ଙ୍କ ରୂପ ଓ ସ୍ୱର ସଂପୂର୍ଣ୍ଣ ନିର୍ଭୁଲ ଭାବରେ ନକଲ କରି ଧୋକା ଦେଇପାରନ୍ତି। କ୍ଲେ ଫେସ୍‌ର ସବୁଠାରୁ ବଡ଼ ଦୁର୍ଵଳତା ହେଉଛି ପାଣି ଯାହା ତାଙ୍କ କାଦୁଅ ଶରୀରକୁ ଧୋଇଦିଏ ଏଵଂ ଅତ୍ୟଧିକ ଥଣ୍ଡା ଵା ଫ୍ରିଜିଙ୍ଗ୍ ତାପମାତ୍ରା ଯାହା ତାଙ୍କୁ ଜମାଟ ବାନ୍ଧି ସ୍ଥାଣୁ କରିଦିଏ ।

ଡିସି କମିକ୍ସର ପ୍ରାମାଣିକ ପୃଷ୍ଠାରେ କ୍ଲେ ଫେସ୍ କେଵଳ ଏକ ମାଟିର କଦାକାର ରାକ୍ଷସ ନୁହେଁ ଵରଂ ଏହା ମାନଵୀୟ ଅହଂକାର, ଅତ୍ୟାଶା, ମାନସିକ ଅଵସାଦ ଏଵଂ ଵୈଜ୍ଞାନିକ ଦୁର୍ଘଟଣାର ଏକ ଜ୍ୱଳନ୍ତ ଉଦାହରଣ। ଏହି କାରଣରୁ ଗୋଥାମ୍ ସିଟିର ସବୁଠାରୁ ରହସ୍ୟମୟ ଅପରାଧୀମାନଙ୍କ ମଧ୍ୟରେ ତାଙ୍କର ଓରିଜିନ୍ ଷ୍ଟୋରୀ ସର୍ଵଦା ଆକର୍ଷଣୀୟ ହୋଇ ରହିଛି।

Wonder Man: Simon Williamsଙ୍କର ସମ୍ପୂର୍ଣ୍ଣ କାହାଣୀ ଓ ଵିଵର୍ତ୍ତନ ଇତିହାସ

Simon Williamsଙ୍କର ଜୀଵନ ଆରମ୍ଭ ହୋଇଥିଲା ଏକ ସୁଵିଧାଜନକ ଏଵଂ ଵିଳାସପୂର୍ଣ୍ଣ ପରିଵେଶରେ। ତାଙ୍କ ପିତା Sanford Williams କେଵଳ ଜଣେ ସଫଳ ଵ୍ୟଵସାୟୀ ...