Friday, February 6, 2026

ଏହି ଭାରତୀୟ ସୁପରମ୍ୟାନର କାହାଣୀ ଜାଣିଛନ୍ତି କି ?

Elseworlds ସମ୍ବନ୍ଧୀୟ ସୁପରମ୍ୟାନର ଏମିତି ଏକ କାହାଣୀ ଅଛି ଯାହା ଭାରତ ସହିତ ସମ୍ବନ୍ଧିତ । 
1994ରେ Superman Annual #6 ଧାରାରେ ପ୍ରକାଶ ପାଇଥିଲା "Superman: The Feral Man of Steel"ର କାହାଣୀ । ଏହାର କାହାଣୀ Rudyard Kiplingଙ୍କର The Jungle Book (Mowgli କାହାଣୀ) ତଥା Edgar Rice Burroughsଙ୍କର Tarzanରୁ ପ୍ରେରିତ ହୋଇ ଲେଖାଯାଇଥିଲା।
ଏହାର କାହାଣୀ ଅଧିକାଂଶ ସୁପରମ୍ୟାନ କାହାଣୀ ଭଳି କ୍ରିପ୍ଟନର ଵିନାଶରୁ ଆରମ୍ଭ ହୁଏ। Jor-El ଓ Lara ତାଙ୍କ ଶିଶୁ Kal-Elକୁ ଏକ ରକେଟ୍‌ରେ ପଠାନ୍ତି। ରକେଟ୍ ପୃଥିଵୀରେ ପହଞ୍ଚି ଭାରତର ଗଭୀର ଜଙ୍ଗଲରେ ପଡ଼ିଯାଏ । କିନ୍ତୁ ଏବେର ନୁହେଁ ଵରଂ ୧୯ଶ ଶତାବ୍ଦୀର ଶେଷ ଭାଗର ଭାରତରେ ଆସି ପଡ଼ିଥାଏ । ଶିଶୁ Kal-El ରକେଟ୍‌ରୁ ବାହାରି ଆସେ ଓ ଏକ ମହାବଳ ବାଘ Khan ତାଙ୍କ ଉପରେ ଆକ୍ରମଣ କରିଦିଏ।

କିନ୍ତୁ ଏକ ଶିଆଳ ଦଳର ମୁଖ୍ୟ ରାଣୀ M'R'R (she-wolf) ତାଙ୍କୁ ରକ୍ଷା କରେ। ସେ ଶିଶୁକୁ ନେଇ ତାଙ୍କ ଦଳରେ ପାଳନ କରେ ଓ ତାଙ୍କୁ ନାଁ ଦିଏ K'L'L । ଶିଆଳ ଭାଷାରେ ଏହାର ଅର୍ଥ "ଧଳା ଚର୍ମ" ଵା white skin ଅଟେ । କ୍ରିପ୍ଟନର ଏହି ଶିଶୁ ପୃଥିଵୀର ହଳଦିଆ ସୂର୍ଯ୍ୟ ତଳେ ବଢ଼ିଵା ସହ ତାଙ୍କର ଅସାଧାରଣ ଶକ୍ତି ପ୍ରକାଶ ପାଇଵାକୁ ଲାଗିଲା – ମହାବଳ ଶକ୍ତି, କ୍ଷିପ୍ର ଗତି,ଆକାଶରେ ଉଡ଼ିଵାର ଶକ୍ତି, ଅଦୃଶ୍ୟ ହେଵାର ଶକ୍ତି, ଅନ୍ଧାରରେ ଦେଖିପାରିଵାର ଓ ଜନ୍ତୁମାନଙ୍କ ସହ କଥାଵାର୍ତ୍ତା କରିଵାର କ୍ଷମତା ଇତ୍ୟାଦି K'L'L ମଧ୍ୟରେ ବାଲ୍ୟକାଳରୁ ପ୍ରକାଶ ପାଏ । 

ଏକ ଫେରାଲ୍ ଵା ଜଙ୍ଗଲୀ ମଣିଷ ଭାବରେ K'L'L ଜଙ୍ଗଲରେ ବଡ଼ ହୁଏ । ସେ ଶିଆଳଙ୍କ ସହ ଦୌଡ଼େ, ଗଛରେ ଚଢ଼େ, ଶିକାର କରେ। ତାଙ୍କର ସବୁଠାରୁ ବଡ଼ ଶତ୍ରୁ ହେଉଛି Khan the Tiger – ଏକ ନରଭକ୍ଷକ ମହାବଳ ବାଘ, ଯିଏ ଜଙ୍ଗଲରେ ସମସ୍ତଙ୍କୁ ଡରାଇ ରାଜତ୍ୱ କରୁଥାଇ ।

K'L'Lର ସାଥୀମାନେ ଥିଲେ Bandar the Monkey । ୟେ ଵାନରର ଦଳର ନେତା,ଗମାତିଆ ଓ ଚଞ୍ଚଳ। Hathi the Elephan – ଏକ ବୁଦ୍ଧିମାନ ହାତୀ, ଯିଏ K'L'Lକୁ ପରାମର୍ଶ ଦିଏ।
Jhad Bahlja– ଏକ ମଣିଷ (ସମ୍ଭଵତଃ ଏକ ଆଦିବାସୀ ଵା ଜଙ୍ଗଲୀ ମଣିଷ, ଯିଏ K'L'Lକୁ ମାନଵ ସଭ୍ୟତା ଵିଷୟରେ ସିଖାଏ।

K'L'L ଧୀରେ ଧୀରେ ଜଙ୍ଗଲର ନିୟମ ଶିଖେ ଏଵଂ ନିଜର ଶକ୍ତି ଵ୍ୟଵହାର କରି ଜଙ୍ଗଲକୁ ରକ୍ଷା କରେ। କିନ୍ତୁ Khan ତାଙ୍କର ପ୍ରଥମ ବଡ଼ ପରୀକ୍ଷା ଥିଲା । ଏକ ଯୁଦ୍ଧରେ K'L'L ସେହି ଦୁଷ୍ଟ ମହାବଳ ବାଘ Khanକୁ ହରାଏ, ତାକୁ ମାରି ତାର ଚର୍ମ ଉତାରି ସେହି ଚର୍ମକୁ ପିନ୍ଧି ଜଙ୍ଗଲରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରେ। ଏହାପରେ K'L'L ହୋଇଯାଏ "ଜଙ୍ଗଲର ରାଜା" ।

କାହାଣୀର ଦ୍ୱିତୀୟ ଭାଗରେ ବ୍ରିଟିଶ୍ କଲୋନିଆଲ୍ ଯୁଗର ବ୍ରିଟିଶ୍ ଅଫିସରମାନେ ଜଙ୍ଗଲରେ ପହଞ୍ଚନ୍ତି। ସେମାନଙ୍କ ମଧ୍ୟରେ Sir Richard Burton ଜଣେ ବ୍ରିଟିଶ୍ ଅଭିଯାନକାରୀ ଓ ଅନୁଵାଦକ ଏଵଂ 
Sir John Ellis ଇତ୍ୟାଦି ଅଛନ୍ତି । 

ସେମାନେ ଜଙ୍ଗଲରେ ଏକ ଅଦ୍ଭୁତ "ଫେରାଲ୍ ମ୍ୟାନ୍" ଵା ଜଙ୍ଗଲୀ ମଣିଷ ଵିଷୟରେ ସ୍ଥାନୀୟ ଵନଵାସୀଙ୍କଠାରୁ ତଥା ଆଖପାଖର ଗ୍ରାମଵାସୀଙ୍କଠାରୁ ଶୁଣିଵା ପାଇଥିଲେ। ତେଣୁ ବ୍ରିଟିଶ୍‌ମାନେ K'L'Lକୁ ଧରିଵାକୁ ଆସିଥିଲେ , କିନ୍ତୁ K'L'L ଅତି ଶକ୍ତିଶାଳୀ। ପରେ କୌଣସି ମତେ ବ୍ରିଟିଶମାନେ K'L'Lଙ୍କୁ ଧରିଵାରେ ସଫଳ ହୋଇଗଲେ ।  

ଏହି ସମୟରେ ଜଣେ ବ୍ରିଟିଶ୍-ଆମେରିକାନ୍ ବ୍ୟବସାୟୀ ଓ ଭିଲେନ୍ ଭାବରେ ଚିତ୍ରିତ Lex Luthorକୁ ଏ କ୍ଷେତ୍ରରେ ହସ୍ତକ୍ଷେପ କରୁଥିଵାର ଦେଖାଯାଏ । ସେ K'L'Lକୁ ଦେଖି ତାଙ୍କର ଅସାଧାରଣ ଶକ୍ତି ବୁଝିପାରେ। Lex ତାଙ୍କୁ ଅର୍ଥାତ୍ ଫେରାଲ୍ ମ୍ୟାନ୍ K'L'Lକୁ ଇଂଲଣ୍ଡକୁ ନେଇଯାଏ ଓ ତାଙ୍କୁ ଏକ ସାଇଡ୍‌ଶୋ ଆକର୍ଷଣ (ଫ୍ରିକ୍ ଶୋ) ଭାବରେ ପ୍ରଦର୍ଶନ କରେ।

Lexର ପ୍ଲାନ୍ ହେଉଛି K'L'Lକୁ ନିୟନ୍ତ୍ରଣ କରିଵା। ସେ ରକେଟ୍‌ରୁ ପଡ଼ିଥିଵା ଗ୍ରିନ୍ କ୍ରିପ୍ଟନାଇଟ୍ ଯାହା K'L'Lକୁ ଦୁର୍ଵଳ କରେ ତହିଁର ଵ୍ୟଵହାର କରି ଏକ ଷ୍ଟାଫ୍ ଓ ତରବାରୀ ତିଆରି କରେ। ଏହି କ୍ରିପ୍ଟନାଇଟ୍-ଇନ୍‌କ୍ରଷ୍ଟେଡ୍ ଅସ୍ତ୍ର ଦ୍ୱାରା ସେ K'L'Lକୁ ନିୟନ୍ତ୍ରଣ କରିଵାକୁ ଚେଷ୍ଟା କରେ ।

Lexର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବ୍ରିଟିଶ୍ ରାଣୀ Victoriaଙ୍କୁ ହତ୍ୟା କରାଇଵା ଓ ଇଂଲଣ୍ଡକୁ ନିଜର ଅଧିକାରଭୁକ୍ତ କରି ରଖିଵା। ସେ K'L'Lକୁ ଵ୍ୟଵହାର କରି ଏହି ଅପରାଧ ଭାଆଇଵାକୁ ଇଚ୍ଛା ପୋଷଣ କରିଥାଏ ।

ଏହି ସମୟରେ ଜଣେ ସାହସିକା ସାମ୍ବାଦିକା Lois Lane ଯେତେବେଳେ ଫେରାଲ୍ ମ୍ୟାନ୍ K'L'Lର କାହାଣୀ ଶୁଣନ୍ତି ସେ ତାଙ୍କୁ ରକ୍ଷା କରିଵାକୁ ଚେଷ୍ଟା କରନ୍ତି। Lois, K'L'Lକୁ ମାନଵତା, ସଭ୍ୟତା ଓ ନ୍ୟାୟର ମୂଲ୍ୟ ଶିଖାନ୍ତି। ସେ ତାଙ୍କୁ କୁହନ୍ତି ଯେ ଶକ୍ତି କେଵଳ ନିଜ ସ୍ଵାର୍ଥସାଧନରେ ନୁହେଁ, ଵରଂ ଅନ୍ୟମାନଙ୍କୁ ରକ୍ଷା କରିଵା ପାଇଁ ଵିନିଯୋଗ ହେଵା ଉଚିତ୍ ।

K'L'L ଧୀରେ ଧୀରେ ନିଜ କ୍ରିପ୍ଟନାଇଟ୍ ଦୁର୍ଵଳତାକୁ ଜିଣି ନିଜର ସ୍ୱାଧୀନତା ଫେରାଇ ଆଣେ। ସେ Lexର ନିୟନ୍ତ୍ରଣରୁ ମୁକ୍ତ ହୁଏ ଓ ଏକ ଭୟଙ୍କର ଯୁଦ୍ଧ ହୁଏ।

ଫେରାଲ୍ ମ୍ୟାନ୍ K'L'L ଶେଷରେ Lexକୁ ପରାସ୍ତ କରେ। ସେ ରାଣୀଙ୍କୁ ରକ୍ଷା କରି ବ୍ରିଟିଶ୍ ସାମ୍ରାଜ୍ୟକୁ ଏକ ନୂଆ ଦିଗ ଦିଅନ୍ତି । ପରେ ସେ Loisଙ୍କ ସହ ମିଶି ଅନେକ ଅଭିଯାନରେ ଯାଆନ୍ତି। କାହାଣୀର ଶେଷରେ K'L'L (ଵର୍ତ୍ତମାନ Clark ଭାବରେ ପରିଚିତ) ଏକ ସଭ୍ୟତାର ପ୍ରତୀକ ହୁଅନ୍ତି, ଯିଏ ପଶ୍ଚିମୀ ସଭ୍ୟତାକୁ ନୂଆ ଜୀଵନ ଦିଅନ୍ତି। ଏକ ଫ୍ରେମ୍‌ରେ ଏହି କାହାଣୀ young Rudyard Kiplingକୁ କହାଯାଏ, ଯିଏ ପରେ ତାଙ୍କର Jungle Book ଲେଖନ୍ତି।

ଏହି କାହାଣୀରେ Superman ଏକ ଜଙ୍ଗଲୀ ଯୁଵକରୁ ଏକ ସଭ୍ୟ, ନ୍ୟାୟପରାୟଣ ହିରୋକୁ ପରିଣତ ହୁଏ। ଏହା ଶକ୍ତିର ଦାୟିତ୍ୱ, ମାନଵତା ଓ ସଭ୍ୟତାର ମଧ୍ୟରେ ସନ୍ତୁଳନ ଉପରେ ଆଲୋକପାତ କରେ।


No comments:

Post a Comment

ଏହି ଭାରତୀୟ ସୁପରମ୍ୟାନର କାହାଣୀ ଜାଣିଛନ୍ତି କି ?

Elseworlds ସମ୍ବନ୍ଧୀୟ ସୁପରମ୍ୟାନର ଏମିତି ଏକ କାହାଣୀ ଅଛି ଯାହା ଭାରତ ସହିତ ସମ୍ବନ୍ଧିତ ।  1994ରେ Superman Annual #6 ଧାରାରେ ପ୍ରକାଶ ପାଇଥିଲା "Superm...