Thursday, August 21, 2025

Mr. Nagativeଙ୍କ ଜୀଵନ ଇତିହାସ

ଵହୁ ଵର୍ଷ ତଳେ, ଚୀନର ଏକ ଛୋଟ ଗାଁରେ Martin Li ନାମକ ଜଣେ ସାଧାରଣ ଯୁଵକ ଵାସ କରୁଥିଲେ। ତାଙ୍କ ଜୀଵନ ଥିଲା ସରଳ ଓ ଶାନ୍ତିପୂର୍ଣ୍ଣ। ଗାଁର ଧୂଳିମୟ ରାସ୍ତା, ଚାଷ ଜମି ଓ ପରିଵାରରୁ ମିଳୁଥିଵା ସ୍ନେହ ତାଙ୍କ ଜୀଵନର ମୁଖ୍ୟ ଅଂଶ ଥିଲା। Martin ଥିଲେ ଦୟାଳୁ, ସମ୍ଵେଦନଶୀଳ ଏଵଂ ସେ ଏକ ଉନ୍ନତ ଜୀଵନର ସ୍ଵପ୍ନ ଦେଖୁଥିଲେ। ତାଙ୍କ ମନରେ ଥିଲା ଆମେରିକା ଯିଵାର ସ୍ଵପ୍ନ, ଯେଉଁଠି ସେ ନୂଆ ସୁଯୋଗ, ସଫଳତା ଓ ଏକ ଉଜ୍ଜ୍ଵଳ ଭଵିଷ୍ୟତ ପାଇଵେ ବୋଲି ଆଶା କରୁଥିଲେ। ତାଙ୍କ ପରିଵାର ତାଙ୍କୁ ବହୁତ ଭଲପାଉଥିଲା, ତାଙ୍କ ଏହି ସ୍ଵପ୍ନକୁ ସମର୍ଥନ କରୁଥିଲା। ପରିଵାର ଲୋକେ ମଧ୍ୟ ନୂଆ ଦେଶରେ ଏକ ନୂଆ ଜୀଵନ ଆରମ୍ଭ କରିଵାକୁ ଚାହୁଁଥିଲେ।
ଦିନେ, Martin ଓ ତାଙ୍କ ପରିଵାର ସେମାନଙ୍କ ସଞ୍ଚିତ ଅର୍ଥ ଏକାଠି କରି ଆମେରିକା ଯାତ୍ରା ପାଇଁ ଏକ ଜାହାଜରେ ଚଢ଼ିଲେ। ସେମାନଙ୍କ ମନରେ ଥିଲା ଆଶା ଓ ଉତ୍ସାହ, କିନ୍ତୁ ସେମାନେ ଜାଣି ନଥିଲେ ଯେ ଏହି ଯାତ୍ରା ସେମାନଙ୍କ ଜୀଵନକୁ ସମ୍ପୂର୍ଣ୍ଣ ବଦଳାଇ ଦେଵ। ଜାହାଜଟି ଦେଖାଯାଉଥିଲା ସାଧାରଣ, କିନ୍ତୁ ଏହା ପ୍ରକୃତରେ ଥିଲା ଏକ ଆଇନଵର୍ହିତ ଗତିଵିଧିରେ ଜଡ଼ିତ। ଏହା ଥିଲା ଏକ ମାଫିଆ ଗୋଷ୍ଠୀ ଦ୍ଵାରା ପରିଚାଳିତ ମାନଵ ତସ୍କର ଜାହାଜ। Martin ଓ ତାଙ୍କ ପରିଵାର ଏହା ଵିଷୟରେ କିଛି ଜାଣି ନଥିଲେ। ସେମାନେ କେଵଳ ନୂଆ ଜୀଵନର ସ୍ଵପ୍ନ ଦେଖୁଥିଲେ।

କିନ୍ତୁ ଭାଗ୍ୟର ଲେଖା କିଏ ବଦଳାଇପାରିଵ । ଯାତ୍ରା ଆରମ୍ଭ ହେଵାର କିଛି ଦିନ ପରେ, ଜାହାଜଟି ସମୁଦ୍ରରେ ଏକ ଭୟଙ୍କର ଝଡ଼ରେ ଫସିଗଲା। ପଵନର ତାଣ୍ଡଵ ଓ ଅତ୍ୟୁଚ୍ଚ ଢେଉ ଜାହାଜକୁ ନିୟନ୍ତ୍ରଣହୀନ କରିଦେଲା। Martin ତାଙ୍କ ପରିଵାରଙ୍କୁ ବଞ୍ଚାଇଵାକୁ ଚେଷ୍ଟା କଲେ, କିନ୍ତୁ ଝଡ଼ର ପ୍ରାଵଲ୍ୟ ତାଙ୍କୁ ଅସହାୟ କରିଦେଲା। ଜାହାଜଟି ଭାଙ୍ଗି ଚୁର୍‌ମାର୍ ହେଲା ଏଵଂ Martin ନିଜର ପରିଵାରକୁ ସମୁଦ୍ରର ଅନ୍ଧକାର ଗର୍ଭରେ ହଜିଯାଉଥିଵା ଦେଖିଲେ। ତାଙ୍କ ମାଆ, ଵାପା ଓ ଅନ୍ୟ ସଦସ୍ୟମାନେ ସମୁଦ୍ର ଢେଉ ମଧ୍ୟରେ କୁଆଡ଼େ ହଜିଗଲେ, ଆଉ Martin ଏକୁଟିଆ ରହିଗଲେ। ସେ କୌଣସିମତେ ଏକ ଭାଙ୍ଗିଯାଇଥିଵା ଜାହାଜର ଖଣ୍ଡିତାଂଶକୁ ଧରି ଵଞ୍ଚିଗଲେ, କିନ୍ତୁ ତାଙ୍କ ହୃଦୟ ଓ ମନ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲା।

କିନ୍ତୁ ଦୁର୍ଭାଗ୍ୟଵଶତଃ, Martinଙ୍କ ଦୁଃଖ ଏଠାରେ ଅନ୍ତ ହେଲା ନାହିଁ। ତାଙ୍କୁ ସମୁଦ୍ରରୁ ଉଦ୍ଧାର କରାଗଲା କିନ୍ତୁ ଏହା କୌଣସି ଦୟାଳୁ ମାନଵିକତା କରାଯାଇନଥିଲା। ଯେଉଁ ମାଫିଆ ଗୋଷ୍ଠୀ ଜାହାଜଟି ଚଳାଉଥିଲେ, ସେମାନେ Martinଙ୍କୁ ଏକ ଗୁପ୍ତ ପରୀକ୍ଷାଗାରକୁ ନେଇଗଲେ। ଏହି ପରୀକ୍ଷାଗାର ଥିଲା ଏକ ଅନ୍ଧକାର ଓ ରହସ୍ୟମୟ ସ୍ଥାନ, ଯେଉଁଠି କିଛି ଅନୁସନ୍ଧାନକାରୀ ଏକ ଅଜଣା ଶକ୍ତି, Darkforce, ଉପରେ ପରୀକ୍ଷା କରୁଥିଲେ। Darkforce ଥିଲା ଏକ ଅତିପ୍ରାକୃତ ଓ ଵିପଜ୍ଜନକ ଶକ୍ତି, ଯାହା ମଣିଷର ଶରୀର ଓ ମନକୁ ସମ୍ପୂର୍ଣ୍ଣ ଵଦଳାଇ ଦେଇପାରୁଥିଲା। Martin ଏହି ପରୀକ୍ଷାର ଶିକାର ହେଲେ। ତାଙ୍କୁ ଜଵରଦସ୍ତି Darkforce ଶକ୍ତିଦ୍ଵାରା ପ୍ରଭାଵିତ କରାଗଲା। ଏହି ପ୍ରକ୍ରିୟା ଅତ୍ୟନ୍ତ ଯନ୍ତ୍ରଣାଦାୟୀ ଥିଲା। Martinଙ୍କ ଶରୀର ଓ ମନ ଏକ ଅଜଣା ରୂପାନ୍ତର ମଧ୍ୟ ଦେଇ ବଦଳିଗଲା।

ପରୀକ୍ଷା ସମୟରେ, Martinଙ୍କ ଚର୍ମ କଳା କିନ୍ତୁ ଚିକିମିକିଆ ହେଲା, ତାଙ୍କ ଆଖି ଅନ୍ଧକାରରେ ଚମକିଲା, ଓ ତାଙ୍କ ଭିତରେ ଏକ ଅନ୍ଧକାର ଶକ୍ତି ଜାଗି ଉଠିଲା। ଏହି Darkforce ଶକ୍ତି ତାଙ୍କୁ ଅମାନୁଷିକ କ୍ଷମତା ପ୍ରଦାନ କଲା। ସେ ଅନ୍ଧକାରକୁ ନିୟନ୍ତ୍ରଣ କରିପାରୁଥିଲେ, ଅନ୍ୟମାନଙ୍କ ମନକୁ ପ୍ରଭାଵିତ କରିପାରୁଥିଲେ, ଓ ଏପରିକି ଅନ୍ଧକାରରେ ଅଦୃଶ୍ୟ ହୋଇପାରୁଥିଲେ। ସେ ଶକ୍ତିଶାଳୀ ଓ ଅଜ୍ଞାତ ହେଲେ, କିନ୍ତୁ ଏହି ଶକ୍ତିର ମୂଲ୍ୟ ଥିଲା ଅତ୍ୟନ୍ତ ଭାରୀ। Darkforce ତାଙ୍କ ମନରେ ଏକ ଅନ୍ଧକାର ଓ କ୍ରୋଧପୂର୍ଣ୍ଣ ପାର୍ଶ୍ୱ ସୃଷ୍ଟି କଲା। ତାଙ୍କ ହୃଦୟରେ ପ୍ରତିଶୋଧର ଜ୍ୱାଳା ଜଳିଲା, ଯେଉଁ ମାଫିଆ ଗୋଷ୍ଠୀ ତାଙ୍କ ପରିଵାରର ମୃତ୍ୟ ପାଇଁ ଦାୟୀଥିଲେ ଏଵଂ ତାଙ୍କୁ ଏହି ଅଭିଶପ୍ତ ଜୀଵନ ଦେଇଥିଲେ, ସେମାନଙ୍କୁ ସେ ନଷ୍ଟ କରିଵାକୁ ଚାହିଁଲେ।

Dark force ପରୀକ୍ଷା ପରେ, Martin Li ଆଉ ସେହି ସାଧାରଣ ଯୁଵକ ନ ରହି Mr. Negativeରେ ପରିଣତ ହେଲେ। ତାଙ୍କ ନୂଆ ରୂପ ଓ ଶକ୍ତି ତାଙ୍କୁ ଏକ ଅଜଣା ପରିଚୟ ଦେଲା। ସେ ନିଜର ଅତୀତର ଦୁଃଖ ଓ କ୍ରୋଧକୁ ନେଇ ନ୍ୟୁୟର୍କ ସହରରେ ପହଞ୍ଚିଲେ। କିନ୍ତୁ Martin Li ଙ୍କ ଭିତରେ ଥିଵା ମାନଵିକତା ସମ୍ପୂର୍ଣ୍ଣ ହଜିଯାଇନଥିଲା। ସେ ନିଜର ଜୀଵନକୁ ଦୁଇଟି ଭାଗରେ ଵାଣ୍ଟି ଦେଲେ। ଦିନରେ, ସେ ଥିଲେ Martin Li, ଏକ ଦୟାଳୁ ଓ ସମାଜସେଵୀ ଵ୍ୟକ୍ତି, ଯିଏ ନ୍ୟୁୟର୍କର Chinatown ରେ F.E.A.S.T. ନାମକ ଏକ ଅଲାଭକାରୀ ସଂସ୍ଥା ଚଳାଉଥିଲେ। F.E.A.S.T. ଗରିଵ ଓ ଅସହାୟ ଲୋକଙ୍କୁ ଖାଦ୍ୟ, ଆଶ୍ରୟ ଓ ସମର୍ଥନ ଯୋଗାଉଥିଲା। Martin Liଙ୍କ ଏହି ରୂପ ସମାଜରେ ସମ୍ମାନ ଓ ସମର୍ଥନ ପାଉଥିଲା। କିନ୍ତୁ ରାତି ହେଲେ, ସେ Mr. Negativeରେ ପରିଣତ ହେଉଥିଲେ – ଏକ ଅନ୍ଧକାର, ଶକ୍ତିଶାଳୀ ଓ ଭୟଙ୍କର ଖଳନାୟକ, ଯିଏ ଅପରାଧ ଜଗତରେ ଆଧିପତ୍ୟ ଵିସ୍ତାର କରୁଥିଲେ।

Mr. Negativeଙ୍କ ଶକ୍ତି ଅତ୍ୟନ୍ତ ଵିପଜ୍ଜନକ ଥିଲା। ସେ Darkforce ଶକ୍ତି ଵ୍ୟଵହାର କରି ଅନ୍ୟମାନଙ୍କୁ ନିୟନ୍ତ୍ରଣ କରିପାରୁଥିଲେ, ଅନ୍ଧକାରରେ ଲୁଚି ରହିପାରୁଥିଲେ ଏଵଂ ଏପରିକି ଅନ୍ୟମାନଙ୍କ ମନରେ ଭୟ ଓ ଦୁର୍ଵଳତା ସୃଷ୍ଟି କରିପାରୁଥିଲେ। ତାଙ୍କର ଏହି ଶକ୍ତି ତାଙ୍କୁ Spider-Manଙ୍କର ଜଣେ ଶକ୍ତିଶାଳୀ ଶତ୍ରୁ କରିଥିଲା। Spider-Man, ଯିଏ ନ୍ୟୁୟର୍କର ରକ୍ଷକ ଥିଲେ, Mr. Negativeଙ୍କ ଅନ୍ଧକାର ଶକ୍ତି ଓ ଅପରାଧୀ ଗୋଷ୍ଠୀଙ୍କ ସହ ଜଡ଼ିତ ଗତିଵିଧିକୁ ଅଟକାଇକୁ ଅନେକ ଥର ମୁହାଁମୁହିଁ ହେଉଥିଲେ।
କିନ୍ତୁ Mr. Negativeଙ୍କ ଚରିତ୍ର କେଵଳ ଖଳନାୟକରେ ସୀମିତ ନଥିଲା। Martin Liଙ୍କ ଭିତରେ ଥିଵା ମାନଵିକତା ତାଙ୍କୁ କେତେଵେଳେ ଦୟାଳୁ ଓ ନୀତିଵାନ କାମ କରିଵାକୁ ଵାଧ୍ୟ କରୁଥିଲା। F.E.A.S.T. ମାଧ୍ୟମରେ ସେ ଅନେକ ଲୋକଙ୍କ ଜୀଵନରେ ଆଲୋକ ଆଣୁଥିଲେ, ଯାହା ତାଙ୍କ ଅନ୍ଧକାର ପାର୍ଶ୍ୱ Mr. Negativeଙ୍କ ସହ ସଂଘର୍ଷ କରୁଥିଲା। ଏହି ଦ୍ୱୈତ ଜୀଵନ ତାଙ୍କୁ ଏକ ଜଟିଳ ଚରିତ୍ର କରିଥିଲା। ସେ ପୂର୍ଣ୍ଣତଃ ଖଳନାୟକ ନଥିଲେ କି ସମ୍ପୂର୍ଣ୍ଣ ନାୟକ ନଥିଲେ । ତାଙ୍କ ମନରେ ଥିଵା କ୍ରୋଧ, ଦୁଃଖ ଓ ପ୍ରତିଶୋଧର ଭାଵନା ତାଙ୍କୁ Mr. Negativeରେ ପରିଣତ କରୁଥିଲା, କିନ୍ତୁ Martin Liଙ୍କ ଭିତରେ ଥିଵା ଦୟା ଓ ମାନଵିକତା ତାଙ୍କୁ କେତେଵେଳେ ନୀତିର ପଥରେ ଚାଲିଵାକୁ ପ୍ରେରଣା ଦେଉଥିଲା।

ତାଙ୍କ ଜୀଵନର ଏହି ଦ୍ୱୈତତା ତାଙ୍କୁ ମାର୍ଵେଲ ଜଗତରେ ଏକ ଅନନ୍ୟ ଚରିତ୍ର କରିଛି। Mr. Negativeଙ୍କ ଶକ୍ତି ଓ ଅନ୍ଧକାର ପାର୍ଶ୍ୱ ତାଙ୍କୁ Spider-Manଙ୍କ ପାଇଁ ଏକ ଵଡ଼ ଚ୍ୟାଲେଞ୍ଜ କରିଥିଲା, କିନ୍ତୁ Martin Liଙ୍କ ଦୟାଳୁ କାମ ତାଙ୍କୁ ଅନେକଙ୍କ ପାଇଁ ଏକ ଆଦର୍ଶ ଵ୍ୟକ୍ତି କରିଥିଲା। ଏହି ଦୁଇ ପାର୍ଶ୍ୱ ମଧ୍ୟରେ ସଂଘର୍ଷ ତାଙ୍କ ଜୀଵନକୁ ଏକ ଟ୍ରାଜେଡିରେ ପରିଣତ କରିଥିଲା, ଯେଉଁଠି ସେ ନିଜର ଅତୀତର ଛାୟା, Darkforce ଶକ୍ତି ଓ ନିଜର ମାନଵିକତା ସହ ଲଢ଼ୁଥିଲେ।

ଏହିଭାଵେ, Martin Liରୁ Mr. Negativeରେ ପରିଣତ ହେଵାର କାହାଣୀ ଥିଲା ଏକ ଦୁଃଖଦ, ରୋମାଞ୍ଚକର ଓ ଶକ୍ତିଶାଳୀ ଗଳ୍ପ। ତାଙ୍କ ଜୀଵନ ଦର୍ଶାଉଛି ଯେ ଶକ୍ତି ଓ ଅନ୍ଧକାର ମଧ୍ୟରେ ମଣିଷର ମାନଵିକତା କେତେ ଦିନ ପର୍ଯ୍ୟନ୍ତ ଲଢ଼ିପାରେ। Mr. Negativeଙ୍କ ଏହି ଯାତ୍ରା ତାଙ୍କୁ ମାର୍ଵେଲ କମିକ୍ସର ଏକ ଅଵିସ୍ମରଣୀୟ ଚରିତ୍ର କରିଛି, ଯିଏ ଅନ୍ଧକାର ଓ ଆଲୋକର ମଧ୍ୟରେ ଏକ ଅନନ୍ୟ ସଂଘର୍ଷର ପ୍ରତୀକ ହେଲେ।

Wednesday, August 13, 2025

Superman: Distant Firesର କାହାଣୀ

ଏକ ଅନ୍ଧକାରମୟ ଭଵିଷ୍ୟତରେ, ପୃଥିଵୀର ଆକାଶ ଧୂସର ଓ ଧୂଳିମୟ ହୋଇ ପଡ଼ିଛି। ଏକ ଭୟଙ୍କର ପରମାଣଵିକ ଯୁଦ୍ଧ ସମଗ୍ର ଵିଶ୍ୱକୁ ଧ୍ୱଂସର ପଥକୁ ନେଇଯାଇଛି। ସହରଗୁଡ଼ିକ ଖଣ୍ଡଵିଖଣ୍ଡିତ, ଜନସଂଖ୍ୟା ଅଧିକାଂଶ ମୃତ ଏଵଂ ପରମାଣଵିକ ଵିକିରଣରେ ସୁପରହିରୋ ଓ ଖଳନାୟକମାନଙ୍କର ଅଲୌକିକ ଶକ୍ତି ମଧ୍ୟ ଵିଲୁପ୍ତ ହୋଇଛି। ଏହି ଅନ୍ଧକାର ଜଗତରେ ଜଣେ ଵ୍ୟକ୍ତି ଏକାକୀ ଜୀଵନ ଯାପନ କରୁଛନ୍ତି – ସେ ହେଉଛନ୍ତି Clark Kent, ଯିଏ ଏକ ସମୟରେ Superman ନାମରେ ପରିଚିତ ଥିଲେ।
Metropolisର ଭଗ୍ନାଵଶେଷ ମଧ୍ୟରେ Clark ଏକ ଵିଷାଦମୟ ଜୀଵନ ଯାପନ କରୁଛନ୍ତି। ତାଙ୍କର ଅଲୌକିକ ଶକ୍ତି – ଉଡ଼ାଣ, ଅସାଧାରଣ ଶାରୀରିକ ଵଳ, ଏକ୍ସ-ରେ ଦୃଷ୍ଟି – ସଵୁ ଵିକିରଣ ଦ୍ୱାରା ନଷ୍ଟ ହୋଇଛି। ସେ ଏଵେ କେଵଳ ଜଣେ ସାଧାରଣ ମଣିଷ, ଯିଏ ଵଞ୍ଚିଵା ପାଇଁ ସଂଘର୍ଷ କରୁଛନ୍ତି। ତାଙ୍କ ପ୍ରିୟତମା Lois Lane, ଵନ୍ଧୁ Jimmy Olsen, Perry White, ଏଵଂ Batman ଭଳି ଅନ୍ୟ ହିରୋମାନେ ଏହି ଯୁଦ୍ଧରେ ପ୍ରାଣ ହରାଇଛନ୍ତି। Clark ନିଜ ହାତରେ ସେମାନଙ୍କୁ Metropolisର ଧ୍ୱଂସସ୍ତୁପ ମଧ୍ୟରେ ସମାଧି ଦେଇଛନ୍ତି। ତାଙ୍କ ମନରେ ଏକ ଅସୀମ ଶୂନ୍ୟତା ଓ ଦୁଃଖର ଛାୟା ରହିଛି।

Clarkଙ୍କର ଏକମାତ୍ର ସାଙ୍ଗ ହେଉଛି ଏକ ଵିଶାଳ ବିଡ଼ାଳ, ଯାହାକୁ ସେ Kryptonite ନାମ ଦେଇଛନ୍ତି। ଏହି ବିଡ଼ାଳ ଵିକିରଣ ଯୋଗୁଁ ଵିକୃତ ହୋଇଛି କିନ୍ତୁ ଏହାର ଶାରୀରିକ ଗଠନ ଅସାଧାରଣ। Kryptonite ଏକ ଜଙ୍ଗଲୀ ଵାଘ ଭଳି ଦେଖାଯାଉଥିଲେ ମଧ୍ୟ Clarkଙ୍କ ପାଇଁ ଏକ ଶାନ୍ତ ସାଙ୍ଗ। ପ୍ରତିଦିନ ସେ ଏହାକୁ ଆଦର କରନ୍ତି, ଏହାର ମୁଣ୍ଡକୁ ହାତ ଵୁଲାଇ ନିଜର ଏକାକୀତ୍ୱକୁ ଦୂର କରନ୍ତି। Kryptonite ତାଙ୍କ ସହ ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣ କରେ, ଏଵଂ ଵିଶାଳ ମୂଷା ତଥା ଅନ୍ୟାନ୍ୟ ଵିକୃତ ଜୀଵମାନଙ୍କଠାରୁ ତାଙ୍କୁ ରକ୍ଷା କରେ।

ପରମାଣଵିକ ଵିକିରଣ ଦ୍ୱାରା ପୃଥିଵୀର ପରିଵେଶ ଵିଷାକ୍ତ ହୋଇଯାଇଛି। ଜଙ୍ଗଲଗୁଡ଼ିକ ଵିଷାକ୍ତ ଗଛଲତା ଓ ଵିକୃତ ପ୍ରାଣୀମାନଙ୍କରେ ପରିପୂର୍ଣ୍ଣ। Clark ଏକ ପୁରୁଣା ଧାତଵ ଡଵାରେ ଖାଦ୍ୟ ସଂଗ୍ରହ କରନ୍ତି, ଯେଉଁଥିରେ କିଛି ଅଵଶିଷ୍ଟ ଖାଦ୍ୟ ସାମଗ୍ରୀ ରହିଛି। କିନ୍ତୁ ପ୍ରତି ପଦକ୍ଷେପରେ ତାଙ୍କୁ ଵିପଦର ସମ୍ମୁଖୀନ ହେଵାକୁ ପଡ଼େ। ଦିନକର କଥା, ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣ କରୁଥିଵା ସମୟରେ ଏକ ଵିଶାଳ ମୂଷା ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରେ। ଏହାର ଆକାର ଏକ କୁକୁର ପରି, ଦାନ୍ତ ତୀକ୍ଷ୍ଣ ଓ ଲାଞ୍ଜ ଵିଷାକ୍ତ। Clark ନିଜର ପୁରୁଣା ଧାତଵ ରଡ୍ ଵ୍ୟଵହାର କରି ଏହାକୁ ମାରି ଦିଅନ୍ତି, କିନ୍ତୁ Kryptonite ତାଙ୍କୁ ଏଥିରେ ସାହାଯ୍ୟ କରେ। ଵିଡ଼ାଳଟି ମୂଷା ଉପରେ ଝାମ୍ପି ପଡ଼ି ତାହାର ଗଳା ଚିପି ଦିଏ, ଯାହା ଦ୍ୱାରା Clark ଵଞ୍ଚିଯାଆନ୍ତି। ଏହି ଘଟଣା ତାଙ୍କୁ Kryptoniteର ଆହୁରି ନିକଟତର କରିଦିଏ।

ଆଉ ଦିନେ, ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣ କରୁଥିଵା ସମୟରେ Clarkଙ୍କର ଏକ ଆଶ୍ଚର୍ଯ୍ୟଜନକ ସାକ୍ଷାତ ହୁଏ। ସେ Wonder Womanଙ୍କୁ ଦେଖନ୍ତି, ଯିଏ ମଧ୍ୟ ଏହି ଵିପର୍ଯ୍ୟୟରୁ ବଞ୍ଚିଯାଇଛନ୍ତି। ତାଙ୍କ Amazonian ଶକ୍ତି ନଷ୍ଟ ହୋଇଛି, କିନ୍ତୁ ତାଙ୍କର ସାହସ ଓ ଦୃଢ଼ତା ଅକ୍ଷୁଣ୍ଣ ରହିଛି। ଦୁହେଁ ଏକାନ୍ତରେ ଏକ ଅନ୍ୟ ମଣିଷକୁ ଦେଖି ଆନନ୍ଦରେ ଆତ୍ମହରା ହୋଇଯାଆନ୍ତି। Wonder Woman ତାଙ୍କୁ Champion ନାମକ ଏକ ଜଙ୍ଗଲ ଆଶ୍ରୟସ୍ଥଳୀକୁ ନେଇଯାଆନ୍ତି, ଯେଉଁଠାରେ ଅନ୍ୟ କିଛି ବଞ୍ଚିଥିଵା ହିରୋ ଓ ଖଳନାୟକମାନେ ଏକତ୍ର ଜୀଵନ ଯାପନ କରୁଛନ୍ତି। Kryptonite ମଧ୍ୟ ତାଙ୍କ ସହ ଯାଇଥାଏ, ଏଵଂ ସେଠାରେ ସେ ସମସ୍ତଙ୍କର ଆଦରର ପାତ୍ର ହୋଇଯାଏ।

Championରେ Clark Kent ଅନେକ ପରିଚିତ ଚେହେରା ଦେଖନ୍ତି। Flash (Wally West), Guy Gardner, Mister Miracle, Big Barda, Cheetah, ଏଵଂ Joker ଇତ୍ୟାଦି ଇତ୍ୟାଦି ।‌ ଆଶ୍ଚର୍ଯ୍ୟଜନକ ଭାବେ Joker ପରମାଣଵିକ ଵିକିରଣ ଯୋଗୁଁ ନିଜର ପାଗଳପଣ ହରାଇ ଏକ ଶାନ୍ତ ମଣିଷ ହୋଇଯାଇଛନ୍ତି। ସମସ୍ତ ସୁପରହିରୋ ଓ ସୁପରଵିଲେନ୍ ନିଜର ଅଲୌକିକ ଶକ୍ତି ହରାଇଛନ୍ତି ଏଵଂ ଏକ ନୂତନ ଜୀଵନ ଗଢ଼ିଵା ପାଇଁ ସଂଘର୍ଷ କରୁଛନ୍ତି। Champion ଏକ ଜଙ୍ଗଲୀ ଆଶ୍ରୟସ୍ଥଳୀ, ଯେଉଁଠାରେ ଵଞ୍ଚିଥିଵା ଲୋକମାନେ ଏକତ୍ରିତ ହୋଇ ଏକ ଛୋଟ ସମ୍ପ୍ରଦାୟ ଗଠନ କରିଛନ୍ତି। ଏହି ସ୍ଥାନ ଵିଷାକ୍ତ ଜଙ୍ଗଲ ଓ ଵିକୃତ ପ୍ରାଣୀମାନଙ୍କଠାରୁ ସୁରକ୍ଷିତ ରହିଵା ପାଇଁ ଏକ ପ୍ରାଚୀର ଦ୍ୱାରା ଘେରାଯାଇଛି, ଯାହା ପୁରୁଣା ଧାତଵ ଖଣ୍ଡ ଓ କାଠରେ ନିର୍ମିତ।

Clarkଙ୍କ ସାଙ୍ଗ Kryptonite ମଧ୍ୟ ସେଠାରେ ରହେ । Championରେ Kryptonite ବିଡ଼ାଳ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ। ତାହାର ଶକ୍ତିଶାଳୀ ଶରୀର ଓ ତୀକ୍ଷ୍ଣ ଦାନ୍ତ ସମ୍ପ୍ରଦାୟର ଲୋକମାନଙ୍କୁ ସୁରକ୍ଷା ଦେଵାରେ ସାହାଯ୍ୟ କରେ। Kryptonite ପ୍ରାୟତଃ ପ୍ରାଚୀର ବାହାରେ ଵିକୃତ ଜୀଵମାନଙ୍କ ସହ ଲଢ଼େ, ଯେମିତି ଵିଶାଳ ମୂଷା କିମ୍ଵା ଵିଷାକ୍ତ ସାପ ଇତ୍ୟାଦି । ଵିକିରଣ ଯୋଗୁଁ ପୃଥିଵୀର ଜୀଵମାନେ ଅସ୍ୱାଭାଵିକ ଆକାର ଓ ଶକ୍ତି ପାଇଛନ୍ତି। ଦିନେ, ଏକ ଵିଶାଳ ମୂଷା ପ୍ରାଚୀର ଭାଙ୍ଗି Championରେ ପଶି ଆସେ। Kryptonite ଏହା ସହ ଏକ ଭୟଙ୍କର ଲଢ଼େଇରେ ଜିତେ, କିନ୍ତୁ ତାହାର ଶରୀରରେ ଗଭୀର କ୍ଷତାକ୍ତ ହୁଏ। Clark ଓ Wonder Woman ମିଳିତ ଭାଵେ ତାହାର ଚିକିତ୍ସା କରନ୍ତି, ଯାହା ଫଳରେ ସେମାନେ ପରସ୍ପରକୁ ଭଲ ପାଇ ବସନ୍ତି । 

Championରେ Clark ଓ Wonder Woman ପରସ୍ପରଙ୍କ ନିକଟତର ହୁଅନ୍ତି। ଦୁହେଁ ପରସ୍ପରକୁ ସାହାଯ୍ୟ କରନ୍ତି,ଏକାଠି ଖାଆନ୍ତି ପିଅନ୍ତି ଫଳତଃ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ଜନ୍ମ ନିଏ। Wonder Woman ଵା Diana, Clarkଙ୍କ ଦୁଃଖ ଓ ଏକାକୀତ୍ୱକୁ ଵୁଝିପାରନ୍ତି। ସେ ତାଙ୍କୁ ନିଜର Themysciraର ଗଳ୍ପ ଶୁଣାନ୍ତି, ଯାହା ଏଵେ ଧ୍ୱଂସ ହୋଇଛି, ଏଵଂ Clark ତାଙ୍କୁ Kryptonର ସ୍ମୃତି ଵାଣ୍ଟନ୍ତି। ଏହି ସମ୍ପର୍କ ସମ୍ପ୍ରଦାୟରେ ଆଶାର ଏକ କିରଣ ସୃଷ୍ଟି କରେ, କିନ୍ତୁ ଏହା ସମସ୍ତଙ୍କୁ ଖୁସି କରେ ନାହିଁ।

Billy Batson, ଯିଏ ଏକ ସମୟରେ “Shazam” ଶବ୍ଦ ଉଚ୍ଚାରଣ କରି Captain Marvelରେ ରୂପାନ୍ତରିତ ହେଉଥିଲେ, ଏବେ ଶକ୍ତିହୀନ। ସେ Championରେ Wonder Womanଙ୍କ ସହ ଏକ ସମ୍ପର୍କରେ ଥିଲେ, କିନ୍ତୁ Clarkଙ୍କ ଆଗମନ ତାଙ୍କୁ ଈର୍ଷାନ୍ୱିତ କରିଦିଏ। Billyଙ୍କ ମନରେ କ୍ରୋଧ ଓ ଅସନ୍ତୋଷ ବଢ଼ିଚାଲେ। ସେ Clarkଙ୍କୁ ଏକ ପ୍ରତିଦ୍ୱନ୍ଦୀ ଭାବେ ଦେଖନ୍ତି ଏଵଂ Championରେ ତାଙ୍କର ସ୍ଥାନ ହରାଇଵାର ଭୟ କରନ୍ତି।

Kryptonite ବିଡ଼ାଳ Championରେ ଏକ ଅଭିନ୍ନ ଅଂଶ ହୋଇଯାଏ। ଏହା ସମ୍ପ୍ରଦାୟର ଲୋକମାନଙ୍କୁ ଵିକୃତ ପ୍ରାଣୀମାନଙ୍କଠାରୁ ରକ୍ଷା କରେ। ଦିନେ ରାତିରେ, ଏକ ଵିଷାକ୍ତ ସାପ ପ୍ରାଚୀର ଭାଙ୍ଗି ପଶି ଆସେ। ଏହାର ଵିଷ ଏତେ ଶକ୍ତିଶାଳୀ ଥାଏ ତାହାର ଏକ ଚୋଟରେ ମଣିଷ ତତ୍‌କ୍ଷଣାତ୍ ମରିଯାଏ ।‌ Kryptonite ସେ ସର୍ପ ସହ ଲଢ଼େ ଏଵଂ ତାହାର ଗଳା ଚିପି ମାରିଦିଏ, କିନ୍ତୁ ଏହି ଲଢ଼େଇରେ Kryptoniteର ଗୋଡ଼ରେ ଗଭୀର କ୍ଷତ ହୁଏ। Clark ଓ Diana ତାହାର ଯତ୍ନ ନିଅନ୍ତି, ଏଵଂ Kryptonite ଧୀରେ ଧୀରେ ସୁସ୍ଥ ହୁଏ। ଏହି ଘଟଣା Kryptoniteକୁ Championର ଏକ ହିରୋ ଭାଵେ ପ୍ରତିଷ୍ଠା କରେ।

Billy Batsonଙ୍କ ଈର୍ଷା ତାଙ୍କୁ ଏକ ଅନ୍ଧକାର ପଥକୁ ନେଇଯାଏ। ସେ ଏକାକୀ ଜଙ୍ଗଲକୁ ଯାଇ “Shazam” ଶବ୍ଦ ଉଚ୍ଚାରଣ କରନ୍ତି। ଆଶ୍ଚର୍ଯ୍ୟଜନକ ଭାଵେ, ଏକ ମାୟାଵୀ ଵିଜୁଳି ତାଙ୍କୁ ଆଘାତ କରେ ଏଵଂ ସେ Captain Marvelରେ ରୂପାନ୍ତରିତ ହୁଅନ୍ତି, ଯଦିଓ ଏହି ଶକ୍ତି ଅଳ୍ପ ସମୟ ପାଇଁ ରହିଥାଏ। ଏହା ତାଙ୍କୁ ଏକ ନୂତନ ଶକ୍ତି ଓ ଆତ୍ମଵିଶ୍ୱାସ ଦିଏ, କିନ୍ତୁ ସେ ଜାଣି ନାହାନ୍ତି ଯେ ଏହି ବିଜୁଳି ପୃଥିଵୀର ଭୂତାତ୍ତ୍ୱିକ ସ୍ଥିରତାକୁ ଵିନାଶ କରୁଛି। ପ୍ରତିଥର ସେ “Shazam” କହିଲେ, ଭୂମିକମ୍ପ ଓ ଜ୍ୱାଳାମୁଖୀ ସକ୍ରିୟ ହେଵାର ଆଶଙ୍କା ବଢ଼ିଯାଏ।

Billy ତାଙ୍କର ଈର୍ଷା ଓ କ୍ରୋଧରେ ଅନ୍ଧ ହୋଇ Metallo ନାମକ ଏକ ଵଞ୍ଚିଥିଵା ଖଳନାୟକଙ୍କ ସହ ହାତ ମିଳାନ୍ତି। Metallo, ଯାହାର ଶରୀର ଏଵେ ଵିକିରଣ ଯୋଗୁଁ ଆହୁରି ଵିକୃତ ହୋଇଛି, Championକୁ ଧ୍ୱଂସ କରିଵାକୁ ଚାହୁଁଛି। ସେ ଵିକୃତ ଜୀଵମାନଙ୍କୁ ଏକତ୍ରିତ କରେ ଏଵଂ Billyଙ୍କ ସହ ମିଶି ଏକ ଆକ୍ରମଣ ଯୋଜନା କରେ।

Championରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୁଏ। Metallo ଓ Billy Batson ଵିକୃତ ଜୀଵମାନଙ୍କ ସହ ପ୍ରାଚୀର ଆକ୍ରମଣ କରନ୍ତି। Clark, Wonder Woman, Flash, ଓ Big Barda ମିଳିତ ଭାଵେ ଲଢ଼ନ୍ତି। Kryptonite ମଧ୍ୟ ଏହି ଯୁଦ୍ଧରେ ଅଂଶଗ୍ରହଣ କରେ ଏଵଂ ଏକ ଵିଶାଳ ଵିକୃତ ଜୀଵକୁ ମାରି ସମ୍ପ୍ରଦାୟକୁ ରକ୍ଷା କରେ। କିନ୍ତୁ ଏହି ଯୁଦ୍ଧରେ Martian Manhunter ଓ Wonder Woman ନିଜର ଜୀଵନ ହରାନ୍ତି। Billy, Captain Marvel ଭାଵେ ରୂପାନ୍ତରିତ ହୋଇ, Wonder Womanଙ୍କୁ ନିଜେ ହତ୍ୟା କରନ୍ତି, ଯାହା Clarkଙ୍କୁ କ୍ରୋଧାନ୍ଧ କରିଦିଏ ।‌

Clark ଶକ୍ତିହୀନ ହୋଇଥିଲେ ବି ନିଜର ଅଦମ୍ୟ ସାହସ ଯୋଗୁଁ ଏକ ଜ୍ୱାଳାମୁଖୀର ଶୀର୍ଷରେ Billyଙ୍କ ସହ ମୁହାଁମୁହିଁ ହୁଅନ୍ତି। ଯୁଦ୍ଧ ତୀଵ୍ର ହୁଏ, କିନ୍ତୁ ହଠାତ୍ ଏକ ଶକ୍ତିଶାଳୀ ଵିଜୁଳି Billyଙ୍କୁ ଆଘାତ କରେ ଫଳତଃ Billyଙ୍କର ମୃତ୍ୟୁ ହୋଇଯାଏ । Clark ତାଙ୍କ ଶରୀରକୁ ଜ୍ୱାଳାମୁଖୀରେ ଫୋପାଡ଼ି ଦିଅନ୍ତି। Kryptonite ମଧ୍ୟ ଏହି ଯୁଦ୍ଧରେ ଗୁରୁତର ଆହତ ହୁଏ ଏଵଂ Clarkଙ୍କ କୋଳରେ ମୃତ୍ୟୁ ଵରଣ କରେ। ଏହା Clarkଙ୍କୁ ଆହୁରି ଭାଙ୍ଗି ଦିଏ।

Clark ଜାଣିପାରନ୍ତି ଯେ Billyଙ୍କ ବିଜୁଳି ପୃଥିଵୀର ଭୂତାତ୍ତ୍ୱିକ ସ୍ଥିରତାକୁ ଵିନାଶ କରିଛି। ଜ୍ୱାଳାମୁଖୀ ସକ୍ରିୟ ହେଉଛି, ଏଵଂ ପୃଥିଵୀ ଶୀଘ୍ର ଧ୍ୱଂସ ହେଵାକୁ ଯାଉଛି। ସେ Championରେ ଏକ ମୃତ Green Lanternଙ୍କ ପାୱାର୍ ରିଙ୍ଗ୍ ଖୋଜି ପାଆନ୍ତି, ଯହିଁରେ ଆଉ ଅଳ୍ପ ଶକ୍ତି ବଞ୍ଚିଯାଇଛି। Clark ଏହାକୁ ଵ୍ୟଵହାର କରି ତାଙ୍କ ପୁତ୍ର Bruce ପାଇଁ ଏକ ଶକ୍ତି ନିର୍ମିତ ରକେଟ ତିଆରି କରନ୍ତି। ସେ Bruceକୁ ଏହି ରକେଟରେ ମହାକାଶକୁ ପଠାଇ ଦିଅନ୍ତି, ଯାହା ତାଙ୍କୁ ଏକ ନୂତନ ଜୀଵନର ଆଶା ଦେଇଥାଏ।

Clark ନିଜେ ପୃଥିଵୀରେ ରହିଯାଆନ୍ତି, ଯେଉଁଠାରେ ସେ ଏକାକୀ ମୃତ୍ୟୁକୁ ଅପେକ୍ଷା କରନ୍ତି। ସେ Kryptoniteର ମୃତ ଶରୀର ପାଖରେ ଵସି ପୃଥିଵୀର ଶେଷ ମୁହୂର୍ତ୍ତକୁ ଦେଖନ୍ତି। ସେ ଏବେ Kryptonର ଶେଷ ପୁତ୍ର ତଥା ପୃଥିଵୀର ମଧ୍ୟ ଶେଷ ପୁତ୍ର।

ଏହି ଗଳ୍ପ ଆଶା, ହତାଶା, ପ୍ରେମ ଓ ଵିଶ୍ୱାସଘାତକତାର ଏକ ହୃଦୟସ୍ପର୍ଶୀ କାହାଣୀ। Superman, ଯିଏ ସଵୁଵେଳେ ମାନଵଜାତିର ରକ୍ଷକ ଥିଲେ, ଶକ୍ତିହୀନ ହୋଇ ମଧ୍ୟ ନିଜ ପୁତ୍ର ଓ ମାନଵଜାତିର ଭଵିଷ୍ୟତ ପାଇଁ ଲଢ଼ିଛନ୍ତି। Kryptoniteର ସାହସିକତା ଓ Wonder Womanଙ୍କ ଵଳିଦାନ ଏହି ଗଳ୍ପକୁ ଆହୁରି ଗଭୀର କରିଛି। ଏହା ଆମକୁ ମନେ ପକାଇ ଦିଏ ଯେ ସଵୁଠାରୁ ଅନ୍ଧକାର ସମୟରେ ମଧ୍ୟ ଆଶାର ଏକ କିରଣ ରହିଥାଏ।


Sunday, August 3, 2025

Crisis on Infinite Earths : ସଂକ୍ଷିପ୍ତ କାହାଣୀ


"Crisis on Infinite Earths" (1985-1986) ଡିସି କମିକ୍ସର ଏକ ଐତିହାସିକ ମାଇଲଷ୍ଟୋନ, ଯାହା ମାର୍ଭ ଓଲ୍ଫମ୍ୟାନଙ୍କ ଦ୍ୱାରା ଲିଖିତ ଏଵଂ ଜର୍ଜ ପେରେଜଙ୍କ ଦ୍ୱାରା ଚିତ୍ରିତ 12-ଅଙ୍କ ଵିଶିଷ୍ଟ ଏକ ମହାକାହାଣୀ। ଏହା ଡିସିର ମଲ୍ଟିଭର୍ସକୁ ଏକକେନ୍ଦ୍ରିତ କରି ଏକ ଏକକ ଇଉନିଭର୍ସ ସୃଷ୍ଟି କରିଵା ପାଇଁ ରଚିତ ହୋଇଥିଲା। 

ଡିସି ମଲ୍ଟିଭର୍ସରେ ଅନେକ ସମାନ୍ତର ପୃଥିଵୀ ଥାଏ, ଯେଉଁଠାରେ ଭିନ୍ନ ଭିନ୍ନ ସୁପରହିରୋ ଏଵଂ ଘଟଣା ସଂଘଟିତ ହୁଏ (ଯେମିତି ଅର୍ଥ-୧, ଅର୍ଥ-୨)। କାହାଣୀ ଆରମ୍ଭ ହୁଏ ଅନେକ ପୃଥିଵୀର ଵିନାଶ ସହିତ, ଯେଉଁଠାରେ ଏକ ଧଳା ଆଣ୍ଟି-ମ୍ୟାଟର ତରଙ୍ଗ ସମସ୍ତ ଅସ୍ତିତ୍ୱକୁ ଗ୍ରାସ କରୁଛି। ଏହାର ପଛରେ ରହିଛି ଆଣ୍ଟି-ମନିଟର, ଏକ ଶକ୍ତିଶାଳୀ ଅମର ସତ୍ତା, ଯିଏ ସମସ୍ତ ମଲ୍ଟିଭର୍ସକୁ ଧ୍ୱଂସ କରି ନିଜର ଆଣ୍ଟି-ମ୍ୟାଟର ଇଉନିଭର୍ସକୁ ପ୍ରାଧାନ୍ୟ ଦେଵାକୁ ଚାହୁଁଛି। ଆଣ୍ଟି-ମନିଟରର ଵିପରୀତ ସତ୍ତା, ମନିଟର, ମଲ୍ଟିଭର୍ସକୁ ଵଞ୍ଚାଇଵା ପାଇଁ ସମସ୍ତ ପୃଥିଵୀର ହିରୋମାନଙ୍କୁ ଏକତ୍ର କରେ। ସେ ହାର୍ଵିଞ୍ଜର ନାମକ ଏକ ସହାୟିକା ଏଵଂ ପାରିଆ ନାମକ ଏକ ରହସ୍ୟମୟ ଚରିତ୍ର ମାଧ୍ୟମରେ କାର୍ଯ୍ୟ କରେ।
 ସୁପରମ୍ୟାନ (Earth-1 ଓ Earth-2), ଵାଟମ୍ୟାନ, ଓଣ୍ଡର ଓମ୍ୟାନ, ଫ୍ଲାସ (ବ୍ୟାରି ଆଲେନ), ଗ୍ରୀନ ଲ୍ୟାଣ୍ଟର୍ନ, ସୁପରଗାର୍ଲ, ଏଵଂ ଜଷ୍ଟିସ ସୋସାଇଟି ଓ ଜଷ୍ଟିସ ଲୀଗର ଅନେକ ହିରୋ ଏକତ୍ରିତ ହୁଅନ୍ତି। ଏମାନଙ୍କ ସହ ଅନ୍ୟ ପୃଥିଵୀର ହିରୋ ଏଵଂ ଖଳନାୟକ (ଯେମିତି ଲେକ୍ସ ଲୁଥର) ମଧ୍ୟ ମନିଟରଙ୍କ ନେତୃତ୍ୱରେ ଯୋଗ ଦିଅନ୍ତି। ଆଣ୍ଟି-ମନିଟର ଵିଭିନ୍ନ ପୃଥିଵୀକୁ ମିଶାଇ ଏକ ଏକକ ଇଉନିଭର୍ସ ସୃଷ୍ଟି କରିଵାକୁ ଚାହୁଁଛି, ଯାହା ତାଙ୍କ ନିୟନ୍ତ୍ରଣରେ ରହିଵ। ସେ ଶାଡୋ ଡିମନ୍ସ ନାମକ ଅନୁଚର ଏଵଂ ସାଇକୋ-ପାଇରେଟ ଭଳି ଖଳନାୟକଙ୍କୁ ଵ୍ୟଵହାର କରେ ହିରୋମାନଙ୍କୁ ଦୁର୍ଵଳ କରିଵା ପାଇଁ। ପାରିଆ, ଏକ ଚରିତ୍ର ଯିଏ ଅଜାଣତରେ ଆଣ୍ଟି-ମନିଟରକୁ ମୁକ୍ତ କରିଥିଲା, ସଙ୍କଟର ମୂଳ କାରଣ ଵୋଲି ଜଣାପଡେ଼। ତାଙ୍କର ଅତୀତ ଏଵଂ କାର୍ଯ୍ୟ କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଆଣ୍ଟି-ମନିଟର ସମୟରେ ହସ୍ତକ୍ଷେପ କରି ଇତିହାସକୁ ଵଦଳାଇଵାକୁ ଚେଷ୍ଟା କରେ, ଯାହା ଫଳରେ ଅନେକ ପୃଥିଵୀର ଟାଇମଲାଇନ୍ ମିଶିଯାଏ। ହିରୋମାନେ ଏହାକୁ ରୋକିଵା ପାଇଁ ସମୟ ଯାତ୍ରା କରନ୍ତି।

ଆଣ୍ଟି-ମନିଟର ଵିରୁଦ୍ଧରେ ଏକ ମହାସଂଗ୍ରାମରେ ସୁପରଗାର୍ଲ (କାରା ଜୋର-ଏଲ) ନିଜ ଜୀଵନ ଵଳି ଦିଅନ୍ତି। ତାଙ୍କର ଏହି ଵଳିଦାନ ଅନେକ ପୃଥିଵୀକୁ ଅସ୍ଥାୟୀ ଭାଵେ ରକ୍ଷା କରେ ଏଵଂ ହିରୋମାନଙ୍କୁ ନୂଆ ଆଶା ଦିଏ।

ବ୍ୟାରି ଆଲେନ (ଫ୍ଲାସ) ଆଣ୍ଟି-ମନିଟରର ଆଣ୍ଟି-ମ୍ୟାଟର କାନନକୁ ଧ୍ୱଂସ କରିଵା ପାଇଁ ନିଜର ସୁପର-ସ୍ପୀଡ ଵ୍ୟଵହାର କରନ୍ତି। ଏହି ପ୍ରକ୍ରିୟାରେ ସେ ନିଜ ଜୀଵନ ହରାନ୍ତି, ଯାହା ଡିସି କମିକ୍ସର ଏକ ଆଵେଗପୂର୍ଣ୍ଣ ମୁହୂର୍ତ୍ତ ।

ମନିଟର ଏଵଂ ହିରୋମାନେ ଅଵଶିଷ୍ଟ ପୃଥିଵୀଗୁଡ଼ିକୁ (Earth-1, Earth-2, Earth-4, Earth-S, Earth-X) ଏକ ଅସ୍ଥାୟୀ ଅଵସ୍ଥାରେ ମିଶାଇ ରକ୍ଷା କରନ୍ତି। ମନିଟର ନିଜେ ମଧ୍ୟ ଆଣ୍ଟି-ମନିଟର ଵିରୁଦ୍ଧରେ ଲଢ଼ି ମୃତ୍ୟୁଵରଣ କରନ୍ତି।

ହିରୋ ଓ ଖଳନାୟକମାନେ ଏକତ୍ର ହୋଇ ଆଣ୍ଟି-ମନିଟରକୁ ତାଙ୍କର ଆଣ୍ଟି-ମ୍ୟାଟର ଇଉନିଭର୍ସରେ ପରାସ୍ତ କରନ୍ତି। ସୁପରମ୍ୟାନ (Earth-2), ସୁପରଵୟ-ପ୍ରାଇମ ଏଵଂ ଆଲେକ୍ସାଣ୍ଡର ଲୁଥର ଜୁନିୟର ଆଣ୍ଟି-ମନିଟରକୁ ଶେଷ କରିଵା ପାଇଁ ଏକ ଅଲଗା ମାଇନସ୍ ଡାଇମେନସନରେ ଲଢ଼ନ୍ତି।ମଲ୍ଟିଭର୍ସ ଧ୍ୱଂସ ହୋଇ ଏକ ଏକକ ପୃଥିଵୀ ସୃଷ୍ଟି ହୁଏ, ଯେଉଁଠାରେ ଇତିହାସ ପୁନର୍ଲିଖିତ ହୁଏ। ଅନେକ ହିରୋ ଓ ଘଟଣା ଏହି ନୂଆ ଟାଇମଲାଇନରେ ଅସ୍ତିତ୍ୱ ହରାନ୍ତି ଵା ଵଦଳି ଯାଆନ୍ତି। ଅର୍ଥ-2ର ସୁପରମ୍ୟାନ, ଲୋଇସ ଲେନ, ସୁପରଵୟ-ପ୍ରାଇମ ଏଵଂ ଆଲେକ୍ସାଣ୍ଡର ଲୁଥର ଏକ ପାରାଡାଇସ ଡାଇମେନସନରେ ଅନନ୍ତକାଳ ପାଇଁ ରହିଯାଆନ୍ତି, ଯେଉଁଠାରେ ସେମାନେ ଆଣ୍ଟି-ମନିଟରକୁ ଚିରକାଳ ପାଇଁ ଵନ୍ଦୀ ରଖନ୍ତି। ନୂଆ ଏକକ ଇଉନିଭର୍ସରେ ଡିସିର ଚରିତ୍ରମାନଙ୍କର ଇତିହାସ ସରଳୀକୃତ ହୁଏ। ଅନେକ ଚରିତ୍ର (ଯେମିତି ସୁପରଗାର୍ଲ, ଫ୍ଲାସ) ଏହି ନୂଆ ଟାଇମଲାଇନରେ ଅସ୍ତିତ୍ୱ ହରାନ୍ତି, କିନ୍ତୁ ପରେ ପୁନଃ ଆଗମନ କରନ୍ତି।

"Crisis on Infinite Earths" ଡିସି କମିକ୍ସର ଇତିହାସକୁ ପୁନଃନିର୍ମାଣ କଲା ଏଵଂ ମଲ୍ଟିଭର୍ସ ଧାରଣାକୁ ସରଳୀକୃତ କଲା।
ଏହି କାହାଣୀ ଦ୍ଵାରା ଅନେକ ଚରିତ୍ରଙ୍କୁ ନୂଆ ରୂପ ଦିଆଗଲା ଏଵଂ ଡିସିର ଆଧୁନିକ ଯୁଗର ଆରମ୍ଭ ହେଲା। ସୁପରଗାର୍ଲ ଓ ଫ୍ଲାସର ମୃତ୍ୟୁ କମିକ୍ସ ଜଗତରେ ଆଵେଗପୂର୍ଣ୍ଣ ଏଵଂ ଐତିହାସିକ ମୁହୂର୍ତ୍ତ ଭାଵେ ଗଣାଯାଏ।

ଏହି କାହାଣୀ ଡିସିର ସମସ୍ତ ଚରିତ୍ର ଏଵଂ ପୃଥିଵୀକୁ ଏକତ୍ର କରି ଏକ ମହାକାଵ୍ୟ ରଚନା କରିଥିଲା, ଯାହା ଆଜି ମଧ୍ୟ କମିକ୍ସ ପ୍ରେମୀଙ୍କ ମଧ୍ୟରେ ପ୍ରସିଦ୍ଧ।

JLA: Created Equal - ଏକ ଗଳ୍ପ

ଏକ ଅଜଣା କସ୍ମିକ୍ ଝଡ଼ରୁ ଆରମ୍ଭ ହେଲା ଏକ ଅଭୂତପୂର୍ଣ୍ଣ ସଙ୍କଟ। ପୃଥିଵୀର ଆକାଶ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଗଲା ଯେମିତି କୌଣସି ଅଶୁଭ ଶକ୍ତି ତା’ର କୋପ ଢାଳିଛି। ଏହି ଝଡ଼ ଆସିଵାର କିଛି ମୁହୂର୍ତ୍ତ ମଧ୍ୟରେ ପୃଥିଵୀରେ ଥିଵା ପ୍ରାୟ ସମସ୍ତ ପୁରୁଷ ଏକ ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁଵରଣ କଲେ। ସହର ଜନଶୂନ୍ୟ ହୋଇଗଲା, ପରିଵାରମାନ ଭାଙ୍ଗିଗଲା ଓ ମାନଵ ଜାତିର ଭଵିଷ୍ୟତ ଅନ୍ଧକାରରେ ବୁଡ଼ିଗଲା। କିନ୍ତୁ ଏହି ମହାଵିପଦ ମଧ୍ୟରେ ଦୁଇଜଣ ପୁରୁଷ ଵଞ୍ଚି ରହିଲେ: Superman, ନିଜର Kryptonian DNA ହେତୁ ଏହି ରୋଗରୁ ମୁକ୍ତ ରହିଲେ ଏଵଂ Lex Luthor ନିଜର ଵୈଜ୍ଞାନିକ ବୁଦ୍ଧି ତଥା ଏକ ଵିଶେଷ Battle Armer ସାହାଯ୍ୟରେ ନିଜକୁ ରକ୍ଷା କଲେ । 

ପୃଥିଵୀ ଏଵେ ଏକ ଅଜଣା ପଥରେ ଚାଲିଛି। ମହିଳାମାନେ ଏହି ସଙ୍କଟରେ ସମାଜର ନେତୃତ୍ୱ ନେଲେ। Wonder Woman, Amazonian ରାଣୀ ଓ Justice Leagueର ପୂର୍ଵତନ ସଦସ୍ୟା, ଏକ ନୂଆ ଦିଗ ଦେଖାଇଲେ। ସେ ତାଙ୍କର ଦ୍ୱୀପ Themysciraକୁ ପୃଥିଵୀର ନୂଆ ରାଜଧାନୀ ଭାବେ ଘୋଷଣା କଲେ। ଏହି ଦ୍ୱୀପରେ ମହିଳାମାନେ ଏକତ୍ରିତ ହୋଇ ଏକ ନୂଆ ସମାଜ ଗଢ଼ିଵା ଆରମ୍ଭ କଲେ, ଯେଉଁଠାରେ ଶାନ୍ତି, ସମାନତା ଓ ନ୍ୟାୟ ହେଉଛି ମୂଳ ଆଧାର। 

Wonder Womanଙ୍କ ନେତୃତ୍ୱରେ ଏକ ନୂଆ Justice League ଗଠିତ ହେଲା ଯହିଁରେ କେଵଳ ମହିଳା ସୁପରହିରୋ ଥିଲେ। Supergirl,Power Girl, Starfire,Zatanna,Black Canary ଏଵଂ ଅନ୍ୟମାନେ ଏହି ଦଳର ଅଂଶ ହେଲେ। ଏମାନେ ପୃଥିଵୀରେ ଅସ୍ଥିରତା ଓ ଅନିୟମକୁ ନିୟନ୍ତ୍ରଣ କରିଵା ସହ ମାନଵ ଜାତିର ପୁନର୍ଜନନ ପାଇଁ ଏକ ମାର୍ଗ ଖୋଜିଵାକୁ ଲାଗିଲେ।

ଏକମାତ୍ର ଵଞ୍ଚିଥିଵା ପୁରୁଷ ସୁପରହିରୋ- Superman, ଏହି ନୂଆ ଵିଶ୍ୱରେ ନିଜର ସ୍ଥାନ ଖୋଜୁଥିଲେ। ତାଙ୍କ ପତ୍ନୀ Lois Lane ଏଵେ ଗର୍ଭଵତୀ ଥିଲେ ଏଵଂ ତାଙ୍କ ଗର୍ଭରେ ଥିଵା ସନ୍ତାନ Adam Kent ମାନଵ ଜାତିର ଶେଷ ଆଶା। କିନ୍ତୁ Lex Luthor ଚକ୍ରାନ୍ତ କଲେ। ସେ ଦାଵି କଲେ ଯେ Superman ଏହି ରୋଗର ଵାହକ (carrier) ଅଟନ୍ତି ଏଵଂ ତାଙ୍କ ଉପସ୍ଥିତି ପୃଥିଵୀରେ ଆଗାମୀ ପିଢ଼ି ପାଇଁ ଵିପଦ ସୃଷ୍ଟି କରିପାରେ।

Superman ନିଜର ପରିଵାର ଓ ପୃଥିଵୀର ସୁରକ୍ଷା ପାଇଁ ଏକ କଠୋର ନିଷ୍ପତ୍ତି ନେଲେ। ସେ Lois Laneଙ୍କୁ ଓ ତାଙ୍କ ଅଜାତ ସନ୍ତାନ Adam Kentଙ୍କୁ ସୁରକ୍ଷିତ ରଖିଵା ପାଇଁ ପୃଥିଵୀ ଛାଡ଼ି ନିର୍ଵାସନରେ ଚାଲି ଗଲେ। ତାଙ୍କ ହୃଦୟ ଭାଙ୍ଗିଗଲା, କିନ୍ତୁ ସେ ଜାଣିଥିଲେ ଯେ ଏହା ତାଙ୍କର କର୍ତ୍ତଵ୍ୟ ତେଣୁ ସେ ନିଜ ଛାତିକୁ ପଥର କରି ସବୁଥିରୁ ଦୂରେଇ ଗଲେ । Lois Lane ତାଙ୍କୁ ଵିଦାୟ ଦେଲେ, କିନ୍ତୁ ତାଙ୍କ ଆଖିରେ ଥିଲା ଏକ ଅଜଣା ଭୟ ଓ ଆଶାର ମିଶ୍ରଣ।

Lex Luthor ଏଵେ Themysciraରେ ରହି ମହିଳା ନେତୃତ୍ୱଙ୍କୁ ଵୈଜ୍ଞାନିକ ସହାୟତା ଦେଉଥିଲେ। ସେ Supermanଙ୍କ DNA ଵ୍ୟଵହାର କରି ଏକ ନୂଆ ପିଢ଼ିର ପୁରୁଷ ଶିଶୁମାନଙ୍କୁ ସୃଷ୍ଟି କରିଵାର ପ୍ରସ୍ତାଵ ଦେଲେ। Wonder Woman ଓ ଅନ୍ୟ Justice League ସଦସ୍ୟାମାନେ ଏହି ପ୍ରସ୍ତାଵକୁ ଗ୍ରହଣ କଲେ, କାରଣ ଏହା ମାନଵ ଜାତିର ଵଞ୍ଚିଵା ପାଇଁ ଏକମାତ୍ର ଉପାୟ ଥିଲା। Adam Kent ଓ Lois Laneଙ୍କ ପୁଅ, Themysciraରେ ଜନ୍ମ ହେଲେ ଓ Amazonian ପଦ୍ଧତିରେ ପାଳିତ ହେଲେ। ସେ ସହ ଅନ୍ୟ ଶିଶୁମାନେ, ଯେଉଁମାନେ Supermanଙ୍କ DNA ଦ୍ୱାରା ସୃଷ୍ଟ, ଏକ ନୂଆ ପିଢ଼ିର ଆରମ୍ଭ ହେଲେ।

ଦଶ ଵର୍ଷ ଵିତିଗଲା। Themyscira ଏଵେ ଏକ ସମୃଦ୍ଧ ସମାଜରେ ପରିଣତ ହୋଇଛି। Wonder Womanଙ୍କ ନେତୃତ୍ୱରେ ମହିଳାମାନେ ଏକ ନ୍ୟାୟପୂର୍ଣ୍ଣ ଓ ସୁସଙ୍ଗଠିତ ଵିଶ୍ୱ ଗଢ଼ିଛନ୍ତି। Adam Kent ଏଵେ ଜଣେ ଯୁଵକ । ସେ Themysciraରେ ପାଳିତ ହୋଇଛନ୍ତି, କିନ୍ତୁ ତାଙ୍କ ମନରେ ଏକ ଅସନ୍ତୋଷ ଘର ବସା ବାନ୍ଧିଛି। ସେ ନିଜର ପିତା Supermanଙ୍କ କାହାଣୀ ଶୁଣିଛନ୍ତି ଓ ତାଙ୍କୁ ଲାଗୁଛି ଯେ Themysciraର ନିୟମଗୁଡ଼ିକ ତାଙ୍କର ତଥା ଅନ୍ୟ ଯୁଵକମାନଙ୍କ ସ୍ୱାଧୀନତାକୁ ସୀମିତ କରୁଛି।

ଏହି ସମୟରେ Superman ପୃଥିଵୀକୁ ଫେରିଲେ। ସେ ଜାଣିଲେ ଯେ Lex Luthorଙ୍କ ଦାଵି ମିଥ୍ୟା ଥିଲା; ସେ ରୋଗର ଵାହକ ନଥିଲେ। Luthorଙ୍କ ଉଦ୍ଦେଶ୍ୟ ଥିଲା Supermanଙ୍କୁ ପୃଥିଵୀରୁ ଦୂରେଇ ରଖି ନିଜର ନିୟନ୍ତ୍ରଣ ଵଢ଼ାଇଵା। Superman ଫେରିଵା ମାତ୍ରେ Adam Kentଙ୍କ ନେତୃତ୍ୱରେ ଏକ ଵିଦ୍ରୋହ ଆରମ୍ଭ ହେଲା। Adam ଓ ଅନ୍ୟ ଯୁଵକମାନେ Themysciraର ନିୟମ ଵିରୁଦ୍ଧରେ ସ୍ବର ଉଠାଇଲେ । Superman ଦ୍ୱନ୍ଦ୍ୱରେ ପଡ଼ିଲେ। ସେ କାହା ପକ୍ଷ ନେଵେ? ତାଙ୍କ ପୁଅ Adam Kentଙ୍କୁ ସମର୍ଥନ କରିଵେ ନା ତାଙ୍କ ପୁରୁଣା ସାଙ୍ଗ Wonder Woman ଓ Justice Leagueଙ୍କ ସହ ରହିଵେ?

Superman ଓ Wonder Woman ଏକତ୍ର ହୋଇ Lex Luthorଙ୍କ ଚକ୍ରାନ୍ତକୁ ପର୍ଦାଫାଶ କଲେ। Luthor ନିଜର ଵୈଜ୍ଞାନିକ ଜ୍ଞାନ ଵ୍ୟଵହାର କରି Themysciraରେ ନିୟନ୍ତ୍ରଣ ଲଭିଵାକୁ ଚାହୁଁଥିଲେ। ସେ Adam Kentଙ୍କୁ ଵିଦ୍ରୋହ ପାଇଁ ଉସକାଇଥିଲେ, ଯାହା ଦ୍ୱାରା Justice Leagueକୁ ଦୁର୍ଵଳ କରାଯାଇ ପାରିଵ। ତେବେ ଘଟଣାକ୍ରମେ Superman ଓ Adam Kent ମଧ୍ୟରେ ଏକ ଭାଵପୂର୍ଣ୍ଣ ମୁହୂର୍ତ୍ତ ଆସିଲା, ଯେଉଁଠାରେ Superman ତାଙ୍କ ପୁଅକୁ ଵୁଝାଇଲେ ଯେ ସ୍ୱାଧୀନତା ଓ ନ୍ୟାୟ ଏକତ୍ର ଚାଲିପାରେ।

Adam Kent ନିଜର ଭୁଲ ଵୁଝିଲେ ଓ Justice Leagueଙ୍କ ସହ ମିଶି Lex Luthorଙ୍କୁ ପରାସ୍ତ କଲେ। Luthorଙ୍କୁ Themysciraରୁ ଵହିଷ୍କାର କରାଗଲା ଏଵଂ Superman ପୁଣି ଥରେ ପୃଥିଵୀରେ ରହିଵାକୁ ନିଷ୍ପତ୍ତି ନେଲେ। Lois Lane ଓ Adam Kentଙ୍କ ସହ ସେ ଏକ ନୂଆ ଜୀଵନ ଆରମ୍ଭ କଲେ।

Themyscira ଏଵେ ଏକ ସମାନତାର ପ୍ରତୀକ ହୋଇଛି। Wonder Woman ଓ Justice League ମାନଵ ଜାତିର ଭଵିଷ୍ୟତ ପାଇଁ କାମ ଜାରି ରଖିଲେ। Superman ଓ Adam Kent ଏକ ନୂଆ ପିଢ଼ିର ମାର୍ଗଦର୍ଶକ ହେଲେ, ଯେଉଁମାନେ ଶାନ୍ତି ଓ ନ୍ୟାୟରେ ଵିଶ୍ୱାସ ରଖିଥାନ୍ତି। ପୃଥିଵୀ ଏକ ମହାଵିପଦରୁ ଵଞ୍ଚିଥିଲା ଏଵଂ ଏଵେ ଏକ ନୂଆ ଆଶାରେ ଆଗେଇ ଚାଲିଲା।
JLA: Created Equalର କାହାଣୀ ସମାନତା, ସଂଘର୍ଷ ଓ ଆଶାର ଵାର୍ତ୍ତା ଦେଇଥାଏ। ଏହା ଆମକୁ ପ୍ରଶ୍ନ କରେ: ସଙ୍କଟ ସମୟରେ ଆମେ କିପରି ଏକତ୍ର ହୋଇ ଏକ ଉତ୍ତମ ଵିଶ୍ୱ ଗଢ଼ିପାରିଵା?

Iron Man: Legacy of Doom - ଏକ ରୋମାଞ୍ଚକର କାହାଣୀ

ଏକ ଦୂର ଅତୀତରେ,Iron Man ନାମରେ ପରିଚିତ Tony Stark, ନିଜ ଜୀଵନର ଏକ ଅଜଣା ଅଧ୍ୟାୟ ଆଵିଷ୍କାର କରିଥିଲେ। Stark Internationalରେ ଏକ ପୁରୁଣା ଆର୍ମର, Mark VIII, ନଷ୍ଟ କରୁଥିଵା ସମୟରେ ସେ ଏକ ଅଟୋ-ସେଭ୍ ସର୍କିଟ୍ ପାଇଲେ, ଯେଉଁଥିରେ ଏକ ଏଡ଼ଭେଞ୍ଚରର ତଥ୍ୟ ଲିପିବଦ୍ଧ ଥିଲା, ଯାହା ତାଙ୍କର ମନେ ନଥିଲା। ଏହି ତଥ୍ୟ ତାଙ୍କୁ ଏକ ରହସ୍ୟମୟ ଯାତ୍ରାର ସନ୍ଧାନ ଦେଇଥିଲା, ଯେଉଁଥିରେ ସେ ତାଙ୍କର ଚିରପ୍ରତିଦ୍ୱନ୍ଦ୍ୱୀ Doctor Doom ସହିତ ଜଡ଼ିତ ହୋଇଥିଲେ। 


Tony Stark ତାଙ୍କ ପୁରୁଣା Iron Man Armor ନଷ୍ଟ କରୁଥିଵା ସମୟରେ ଏକ ଅଜଣା ଅତୀତର ସ୍ମୃତି ତାଙ୍କ ସାମ୍ନାକୁ ଆସିଥିଲା। ଏକ ଅଟୋ-ସେଭ୍ ସର୍କିଟ୍ ତାଙ୍କୁ ଏକ ଏଡ଼ଭେଞ୍ଚରର କଥା ମନେ ପକାଇଥିଲା, ଯାହା ସେ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ। ଏହି ତଥ୍ୟ ଅନୁସାରେ, Doctor Doom ତାଙ୍କୁ Latveriaକୁ ଡାକିଥିଲେ, କାରଣ ଲକ୍ଷ ଲକ୍ଷ ଜୀଵନ ବିପଦରେ ଥିଲା। Tony କିନ୍ତୁ Doctor Doomଙ୍କୁ ଆଦୌ ଵିଶ୍ୱାସ କରୁନଥିଲେ ତଥାପି ଲୋକଙ୍କ ଜୀଵନ ଵିପଦରେ ଅଛି ଜାଣି Doctor Doomଙ୍କ ସହିତ Latveria ଗଲେ। ସେଠାରେ ପହଞ୍ଚି ସେ ଦେଖିଲେ ଯେ Doomଙ୍କ ଦୁର୍ଗ ଉପରେ ଵିଦ୍ରୋହୀମାନେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । Doom ଏକ ଭୟଙ୍କର ଅସ୍ତ୍ର ପ୍ରୟୋଗ କରିବାକୁ ଯୋଜନା କରୁଥିଲେ, ଯାହା ସମସ୍ତଙ୍କୁ ଧ୍ୱଂସ କରିଦେଵ। କିନ୍ତୁ Iron Man ଏଥିରେ ହସ୍ତକ୍ଷେପ କଲେ,ସେ ଵିଦ୍ରୋହୀମାନଙ୍କ ଵିରୁଦ୍ଧରେ ଲଢ଼ିଲେ । Ironman କିନ୍ତୁ Doomଙ୍କୁ ସହାୟତା କରିଵା ପାଇଁ ଲଢ଼ୁନଥିଲେ ଵରଂ ଵିଦ୍ରୋହୀମାନଙ୍କୁ ନିଜଠାରୁ ରକ୍ଷା କରିବା ପାଇଁ ଲଢ଼ୁଥିଲେ।
ଵିଦ୍ରୋହୀମାନଙ୍କୁ ପରାସ୍ତ କରାଯିଵାପରେ, Doom ଏକ ନୂଆ ଯୋଜନା ପ୍ରକାଶ କଲେ। ସେ ତାଙ୍କ Time Cubeକୁ ପୁନଃ କନଫିଗର୍ କରିଥିଲେ, ଯାହା ସେମାନଙ୍କୁ Mephistoର ରାଜ୍ୟ ଅର୍ଥାତ୍ ନର୍କକୁ ନେଇଯିଵ। କିନ୍ତୁ Doom ଏହି ମିଶନର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ଵିଷୟରେ କିଛି କହିନଥିଲେ, ଯାହା Tonyଙ୍କୁ ଅସନ୍ତୁଷ୍ଟ କରିଥିଲା। ତଥାପି, ସେ ଏକ ରିମୋଟ୍ ଟ୍ରାନ୍ସମିଟର ଗ୍ରହଣ କରି Doom ସହିତ ନର୍କର ଯାତ୍ରା ଆରମ୍ଭ କଲେ।
Iron Man ଓ Doctor Doom ନର୍କରେ ପହଞ୍ଚିଲେ ଏଵଂ ସେଠାରେ ସେ ଦୁହେଁ ଅସଂଖ୍ୟ ନିଷ୍ଠୁର ଆତ୍ମାଙ୍କ ସହିତ ଲଢ଼ିଵାକୁ ବାଧ୍ୟ ହେଲେ। ଏହି ଅନ୍ଧକାର ରାଜ୍ୟରେ ସେମାନେ Mephisto ରହୁଥିଵା ସ୍ଥାନରେ ପହଞ୍ଚିଲେ । Mephisto ଏକ ରହସ୍ୟମୟ Shard ହାତରେ ଧରିଥିଲା। Mephisto ଏହି Shardକୁ Doctor Doomକୁ ଦେଇଥିଲା, କିନ୍ତୁ ତା’ପରେ ଏକ ଚମକପ୍ରଦ ଘଟଣା ଘଟିଲା। Doom ହଠାତ୍ ଅଦୃଶ୍ୟ ହୋଇଗଲେ ଏଵଂ Mephisto ପ୍ରକାଶ କଲେ ଯେ Doom ଏକ ଚୁକ୍ତି କରିଥିଲେ: Iron Manଙ୍କୁ ନର୍କରେ ଛାଡ଼ିଵା ବଦଳରେ ସେ Shardଟି ପାଇଥିଲେ। Tony ତାଙ୍କ ରିମୋଟ୍ ଟ୍ରାନ୍ସମିଟର ଵ୍ୟଵହାର କରିଵାକୁ ଚେଷ୍ଟା କଲେ, କିନ୍ତୁ ତାହା କାମ କଲା ନାହିଁ। ସେ ନର୍କରେ ଫସି ରହିଗଲେ । 
ନର୍କରେ ଏକାକୀ ଫସି ଯାଇଥିଵା Iron Manଙ୍କୁ ଅନେକ ପ୍ରତିବନ୍ଧକର ସାମ୍ନା କରିଵାକୁ ପଡ଼ିଲା। ସେ ଅସଂଖ୍ୟ ରାକ୍ଷସ ଓ ଅନ୍ୟାନ୍ୟ ଭୟଙ୍କର ଜୀଵଙ୍କ ସହିତ ଲଢ଼ିଲେ। ଏହି ସମୟରେ ତାଙ୍କ ମନରେ ଏକ ପ୍ରଶ୍ନ ଉଠୁଥିଲା: Doctor Doom ତାଙ୍କ ସହିତ କାହିଁକି ଏପରି ଵିଶ୍ୱାସଘାତକତା କଲେ? କିନ୍ତୁ Tony ଜାଣିଥିଲେ ଯେ ଏହି ଅନ୍ଧକାର ରାଜ୍ୟରୁ ବାହାରିଵାକୁ ହେଲେ ନିଜର ବୁଦ୍ଧି ଓ ଶକ୍ତି ଉପରେ ନିର୍ଭର କରିଵାକୁ ହେବ। ସେ ତାଙ୍କ Iron Man Armor ର ସମସ୍ତ ସମ୍ଭାଵ୍ୟ କ୍ଷମତା ଵ୍ୟଵହାର କରି ଏକ ଉପାୟ ଖୋଜିଵାକୁ ଲାଗିଲେ।
ଏପଟେ, Doctor Doom ନର୍କରୁ ଫେରି Latveriaରେ ପହଞ୍ଚିଥିଲେ। ସେ ତାଙ୍କ ହାତରେ ଥିଵା ଧାତବ Shardକୁ ଵ୍ୟଵହାର କରି King Arthurଙ୍କର ପୌରାଣିକ ଖଡ଼ଗ Excalibur ପାଇଵାକୁ ଚାହୁଁଥିଲେ। ଏହି Shard ତାଙ୍କ Armor ସହିତ ମିଶିଯାଇ ତାଙ୍କୁ ଅପରିମେୟ ଶକ୍ତି ପ୍ରଦାନ କରିଥିଲା। Doomର ଲକ୍ଷ୍ୟ ଥିଲା Excalibur ର ଶକ୍ତି ଆହରଣ କରି ନିଜକୁ ଅଜେୟ କରିଵା। କିନ୍ତୁ ଏହା ଏକ ସହଜ କାମ ନଥିଲା, କାରଣ Excaliburର ରହସ୍ୟ Camelotର ପୌରାଣିକ ଇତିହାସ ସହିତ ଜଡ଼ିତ ଥିଲା।

Doctor doom କେଵଳ Shard ହିଁ ନୁହେଁ Morgana LeFayକୁ ବି Mefistoଠାରୁ ପାଇଥିଲେ ଏଵଂ ତା ଶକ୍ତି ବଳରେ ଯେତେବେଳେ Shard ଓ Armor ଫ୍ୟୁଜ୍ କଲେ । ତହୁଁ Morgana LeFay ଡକ୍ଟର ଡୁମ୍‌କୁ କହିଲା : "ତୁମେ ଯାହା ଚାହୁଁଥିଲ ମୁଁ ତାହା କରିଛି। ଏବେ ମୋତେ Mephistoଙ୍କ ପାଖକୁ ଫେରାଇ ଦିଅ କିନ୍ତୁ ଜଣେ ପରିଚିତ ଭାବେ, ମନ ରଖ!"
ନିଶ୍ଚୟ...! 
Doctor doom ଏହା କହିଵା ସହିତ Morgana LeFayକୁ ତା କାଇମ ଲାଇନକୁ ପଠେଇ ଦେଲେ ଯାହା ଶକ୍ତିହୀନା Morgana LeFay ପାଇଁ ଗୋଟିଏ ଜେଲରୁ ଆଉ ଗୋଟିଏ ଜେଲକୁ ଯିଵା ଭଳି ଥିଲା । 
Iron Man, ଅନ୍ୟପକ୍ଷେ, Doomଙ୍କ ଟେକ୍ନୋଲୋଜି ଵ୍ୟଵହାର କରି ନର୍କରୁ ମୁକ୍ତି ପାଇଥିଲେ। ସେ Latveriaରେ ପହଞ୍ଚିଲେ ଏଵଂ Doctor Doomଙ୍କୁ Excalibur ସହିତ ଦେଖିଲେ, ଯାହାର ଶକ୍ତି ତାଙ୍କୁ ଏକ ନୂଆ ରୂପ ଦେଇଥିଲା। Doomର Armor ଏବେ ଏକ କଳା କେପ୍ ସହିତ ଅଧିକ ଭୟଙ୍କର ଦେଖାଯାଉଥିଲା। Iron Man ଜାଣିଥିଲେ ଯେ Doomଙ୍କୁ ଅଟକାଇଵା ପାଇଁ ତାଙ୍କୁ ଅତିରିକ୍ତ ଶକ୍ତି ଦରକାର। ସେ Doomଙ୍କ ଟେକ୍ନୋଲୋଜିକୁ ସଫଳତାର ସହିତ ଵିଫଳ କରିଵାକୁ ଚେଷ୍ଟା କଲେ, ଯାହା ଦ୍ୱାରା Doom ଏକ ଵିଦ୍ୟୁତ୍ ଆଘାତର ଶିକାର ହେଲେ। ଏହି ସୁଯୋଗରେ Iron Man ସେଠାରୁ ପଳାଇଵାରେ ସଫଳ ହେଲେ। Latveriaରୁ ପଳାଇ ଗଲାବେଳେ Iron Man ବାଟରେ Merlinଙ୍କୁ ଭେଟିଲେ।
Merlin ତାଙ୍କୁ କହିଲେ ଯେ ସେ ଏକ mental projection ମାତ୍ର, ତାଙ୍କ ଶରୀର ଇଂଲଣ୍ଡରେ ନିଦ୍ରାରେ ଅଛି, ଯେପର୍ଯ୍ୟନ୍ତ ଇଂଲଣ୍ଡର ସବୁଠୁ ଅନ୍ଧକାର ସମୟ ନଆସେ ସେ ପର୍ଯ୍ୟନ୍ତ କିଛି ଅସୁବିଧା ନାହିଁ । Morgana Le Fay ଯେତେବେଳେ Doctor Doomଙ୍କୁ Excaliburକୁ ଆହ୍ଵାନ କରିଵାରେ ସାହାଯ୍ୟ କଲେ, Merlinଙ୍କ monitor charms ଵିଚଳିତ ହେଲା। Merlin କହିଲେ , ଷ୍ଟାର୍କ୍ ଶୁଣ Doom ତୁମକୁ ଏକ ମିଛ କାହାଣୀ କହିଥିଲେ ଏଵଂ ତାଙ୍କର ପ୍ରକୃତ ଲକ୍ଷ୍ୟ ଥିଲା Excaliburର scabbard ଲାଭ କରିଵା ଯାହା ତାଙ୍କୁ ଅଜେୟ କରିଦେଵ। Excalibur ଓ scabbard ଏକାଠି ହେଲେ ଅପରିମେୟ ଶକ୍ତି ପ୍ରଦାନ କରିଵ। Merlin ପୁଣି କହିଲେ : Iron Man ତୁମେ ହେଉଛ Arthur Pendragonଙ୍କ ମନୋନୀତ champion ଏଵଂ ତାଙ୍କୁ Ballanayr, Scotland ରେ ଚୂଡ଼ାନ୍ତ ଲଢ଼େଇ ପାଇଁ ପଠାଇଲେ।
Ballanayrରେ ଏକ ପୁରୁଣା standing stone monumentର ଖଣ୍ଡଵିଖଣ୍ଡ ଅଵଶେଷ ଥିଲା, ଯାହା Stonehenge ତୁଳନାରେ ଅତ୍ୟନ୍ତ ସାଧାରଣ ଥିଲା। Doctor Doom, Excalibur ଧରି, ସେଠାରେ ପହଞ୍ଚିଗଲେ। ହଠାତ୍ ସ୍ଥାନଟି ଏକ arenaରେ ପରିଣତ ହେଲା। ପଥରଗୁଡ଼ିକ ମଧ୍ୟରେ ଥିଵା ଖାଲି ସ୍ଥାନ ଦର୍ପଣ ପରି ଚମକୁଥିଲା ଏଵଂ ଏକ shimmering force shield ଉପରେ ଵିସ୍ତାର ହେଲା, ଯାହା ସେମାନଙ୍କୁ ଭିତରେ ବନ୍ଦ କରି ରଖିଥିଲା। Iron Manଙ୍କ repulsors ଏହି ବାଧାକୁ ଭେଦ କରିପାରିଲା ନାହିଁ। ସେଇଠୁ ସେ ଜାଦୁକୁ ଘୃଣା କରୁଥିଵା କଥା କହିଲେ, କିନ୍ତୁ Doom ଏହାକୁ ଏକ intricate spell ବୋଲି ପ୍ରଶଂସା କଲେ। Iron Man ଏକ exit sign ଚାହିଁଥିଲେ, କିନ୍ତୁ ତାହା ସମ୍ଭଵ ନଥିଲା।
ଏହି ମନ୍ତ୍ରର ଉଦ୍ଦେଶ୍ୟ ଥିଲା Excaliburର scabbard ଖୋଜିଵା। ପଥରଗୁଡ଼ିକ ଯୋଦ୍ଧାମାନଙ୍କ ରୂପ ନେଇଥିଲେ, କିନ୍ତୁ Iron Man ଏକ ଓଲଟା ଚିତ୍ର ଦେଖି scabbard ଖୋଜି ପାଇଲେ। ଏହା ଏକ slender sun ପରି ଆଲୋକ ଵିକିରଣ କଲା ଏଵଂ Iron Manଙ୍କ armor ସହିତ ମିଶିଗଲା, ତାଙ୍କୁ ଦୃଢ଼, ଅତି ଶକ୍ତିଶାଳୀ, ଓ ଅଭେଦ୍ୟ ଵା invulnerable କରିଦେଲା। କିନ୍ତୁ ଏହା ଏକ ସର୍ଵନାଶ ଵା apocalypseକୁ ମୁକ୍ତ ମଧ୍ୟ କରିଦେଲା। Doom କହିଲେ, “Ironman ତୁମେ ଆମ ସମସ୍ତଙ୍କର ମୃତ୍ୟରୁ କାରଣ ହୋଇଯାଇଛ । Excalibur ଓ scabbard ମିଶାଇଵା ହିଁ ଏକମାତ୍ର ଆଶା ଥିଲା।”
ଏହି ଵିଫଳ ଅନୁଷ୍ଠାନ(ritual) ଏକ Eyesore Monster ଡାକି ଆଣିଲା, ଯାହା sparkly light ଉଦ୍‌ଗାର କରୁଥିଲା। Iron Man ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏହା କ’ଣ? ଏହା କାହିଁକି ଏଠାକୁ ଚାଲି ଆସିଲା ?” Doom ତାଙ୍କୁ ମନ୍ତ୍ର ପ୍ରୟୋଗ କରି ଭୂମିକୁ ଫଟେଇ ଦେଵାକୁ କହିଲେ, ଯାହା ଦ୍ୱାରା ଜୀଵଟି ତଳେ ଧସିଯିଵ। Iron Man ଜାଦୁ ଜାଣି ନଥିଲେ, କିନ୍ତୁ Doom କହିଲେ, “ଜାଦୁ ଇଚ୍ଛାଶକ୍ତି ଦ୍ୱାରା ଚାଳିତ। ତୁମର ମନ ହେଉଛି ତୁମର ସବୁଠୁ ବଡ଼ ଅସ୍ତ୍ର।” Iron Man ଚେଷ୍ଟା କଲେ, କିନ୍ତୁ ଭୂମି ଫାଟିଲା ନାହିଁ। Doom ଏକ୍ସକାଲିବରର blade ଵ୍ୟଵହାର କରି ଜୀଵଟିକୁ ପରାସ୍ତ କଲେ।
Doom ପ୍ରକାଶ କଲେ ଯେ ସେ ଅନ୍ୟ dimension ରୁ ଏକ tome ଚୋରି କରିଥିଲେ, ଯାହାର ମାଲିକ ଏହି Eyesore Monster ଥିଲା। ଏହା ତାଙ୍କ ସମସ୍ତ ସମ୍ପତ୍ତି, ଲାଟଭେରିଆର ପ୍ରଜାଙ୍କ ଆତ୍ମା ସହିତ, ନେଵାକୁ ଚାହୁଁଥିଲା। Doom ଏହାକୁ ରୋକିଵା ପାଇଁ Mephisto ସହିତ ଚୁକ୍ତି କରି Iron Man ଙ୍କୁ ନର୍କରେ ଛାଡ଼ିଥିଲେ। କିନ୍ତୁ scabbardଟି Iron Manଙ୍କ armor ସହିତ ମିଶିଯିଵାରୁ ଯୋଜନା ଵିଫଳ ହେଲା। Doom ଆହୁରି କହିଲେ, କିଛି ଵର୍ଷ ପୂର୍ଵେ ସେ ଵିଶ୍ୱର Emperor ଥିଲେ, ତେଣୁ ପୃଥିଵୀର ସମସ୍ତ ଜୀଵନ ତାଙ୍କ ଅଧୀନରେ ଥିଲା ଏଵଂ ସେଥିପାଇଁ ଏହି ଜୀଵ ସେହି ଆତ୍ମାଗୁଡ଼ିକୁ ହରଣ କରିଵାକୁ ଚାହୁଁଛି।
Eyesore Monster କ୍ଷତାକ୍ତ ହେଵା ସତ୍ତ୍ୱେ କ୍ରମେ ସୁସ୍ଥ ହେଉଥିଲା। Merlinଙ୍କ mental projection ପୁନର୍ଵାର ପ୍ରକାଶ ପାଇଲା ଏଵଂ କହିଲା ଯେ Excaliburକୁ scabbardରେ ରଖିଲେ ଜୀଵଟିକୁ ଅଟକାଇ ହେଵ। Iron Man ନିଜେ scabbard ହୋଇଥିଵାରୁ, Doomଙ୍କୁ ଖଣ୍ଡାମାଡ଼ କରିଵାକୁ ହେବ। ପ୍ରଥମେ ଏହା କାମ କଲା ନାହିଁ, କାରଣ Iron Man ଜାଦୁରେ ଵିଶ୍ୱାସ କରୁନଥିଲେ। ସେ କହିଲେ, “ଵିଜ୍ଞାନ ମୋର anchor, ଜାଦୁ ମୋ ଵିଶ୍ୱାସର ଵିରୁଦ୍ଧ।” Doom ତାଙ୍କୁ ବୁଝାଇଲେ, “ନୂତନ ଜ୍ଞାନଗ୍ରହଣ ସବୁବେଳେ ଵିଶ୍ୱାସର ବିରୁଦ୍ଧ ନୁହେଁ।” Tony ଚିନ୍ତା କଲେ, Doom ଦୁଷ୍ଟ ହେଲେ ମଧ୍ୟ ଜଣେ ପ୍ରତିଭାଶାଳୀ ଵିଜ୍ଞାନୀ। ସେ ନିଜ ମନକୁ ଉନ୍ମୁକ୍ତ କଲେ ଏଵଂ Doom ପୁନର୍ଵାର ଖଣ୍ଡା ଚଳାଇଲେ। ଏଥର ଏହା କାମ କଲା ଏଵଂ Eyesore Monster ପରାସ୍ତ ହେଲା।
Armorଗୁଡ଼ିକ ସାଧାରଣ ହୋଇଗଲାରୁ Merlin କହିଲେ, “ବାସ୍ ସବୁକାମ ସୁରୁଖୁରୁରେ ହୋଇଗଲା। ଧନ୍ୟଵାଦ।” ସେ ଏକ ମନ୍ତ୍ର ପ୍ରୟୋଗ କଲେ, ଯଦ୍ଵାରା ଵିଶ୍ୱରେ ଏ ଦୁର୍ଘଟଣା ଏକ ପ୍ରାକୃତିକ ଵିପର୍ଯ୍ୟୟ ବୋଲି ଲୋକଙ୍କ ମନରେ ସ୍ମୃତି ରହିଗଲା । ଏହା ସହିତ Merlin, Iron Man ଓ Doomଙ୍କ ସ୍ମୃତି ଲୋପ କରିଦେଲେ ଏଵଂ ସେଠାରୁ ଅଦୃଶ୍ୟ ହୋଇଗଲେ ।
ଵର୍ତ୍ତମାନକୁ ଫେରି Tonyଙ୍କ ସ୍ମୃତି auto-save circuit ଦ୍ୱାରା ପୁନର୍ଜନ୍ମ ହେଲା। ସେ ନିଜର ସ୍ମୃତି ଲୋପ ପାଇ॥ Merlinଙ୍କୁ ଦୋଷ ଦେଲେ କାରଣ ସେ ତାଙ୍କୁ ଵିଶ୍ୱାସ କରିନଥିଲେ ଏଵଂ ଭାବିଥିଲେ କାଳେ ସେ Excalibur ପାଇଁ ଲୋଭୀ ହୋଇପାରନ୍ତି। ସେ ଏକ message ପଠାଇଵାକୁ ନିଷ୍ପତି ନେଲେ, Lady of the Lake ଙ୍କ Excalibur ରଖିଥିଵା ହ୍ରଦକୁ ସଂରକ୍ଷଣ କରି। Mr. Conroy ଙ୍କୁ କହିଲେ, “ହ୍ରଦକୁ ଢାଙ୍କି ଦିଅନ୍ତୁ, କିନ୍ତୁ ଅକ୍ଷତ ରଖନ୍ତୁ।” ସେ କହିଲେ, “ଏହା ହଜାର ଵର୍ଷ ପର୍ଯ୍ୟନ୍ତ ଅକ୍ଷତ ରହିଵ। ମୁଁ ଜଣେ ପୁରୁଣା ବନ୍ଧୁଙ୍କୁ ସନ୍ଦେଶ ପଠାଉଛି।”

Mr. Nagativeଙ୍କ ଜୀଵନ ଇତିହାସ

ଵହୁ ଵର୍ଷ ତଳେ, ଚୀନର ଏକ ଛୋଟ ଗାଁରେ Martin Li ନାମକ ଜଣେ ସାଧାରଣ ଯୁଵକ ଵାସ କରୁଥିଲେ। ତାଙ୍କ ଜୀଵନ ଥିଲା ସରଳ ଓ ଶାନ୍ତିପୂର୍ଣ୍ଣ। ଗାଁର ଧୂଳିମୟ ରାସ୍ତା, ଚାଷ ଜମି...