Wednesday, August 13, 2025

Superman: Distant Firesର କାହାଣୀ

ଏକ ଅନ୍ଧକାରମୟ ଭଵିଷ୍ୟତରେ, ପୃଥିଵୀର ଆକାଶ ଧୂସର ଓ ଧୂଳିମୟ ହୋଇ ପଡ଼ିଛି। ଏକ ଭୟଙ୍କର ପରମାଣଵିକ ଯୁଦ୍ଧ ସମଗ୍ର ଵିଶ୍ୱକୁ ଧ୍ୱଂସର ପଥକୁ ନେଇଯାଇଛି। ସହରଗୁଡ଼ିକ ଖଣ୍ଡଵିଖଣ୍ଡିତ, ଜନସଂଖ୍ୟା ଅଧିକାଂଶ ମୃତ ଏଵଂ ପରମାଣଵିକ ଵିକିରଣରେ ସୁପରହିରୋ ଓ ଖଳନାୟକମାନଙ୍କର ଅଲୌକିକ ଶକ୍ତି ମଧ୍ୟ ଵିଲୁପ୍ତ ହୋଇଛି। ଏହି ଅନ୍ଧକାର ଜଗତରେ ଜଣେ ଵ୍ୟକ୍ତି ଏକାକୀ ଜୀଵନ ଯାପନ କରୁଛନ୍ତି – ସେ ହେଉଛନ୍ତି Clark Kent, ଯିଏ ଏକ ସମୟରେ Superman ନାମରେ ପରିଚିତ ଥିଲେ।
Metropolisର ଭଗ୍ନାଵଶେଷ ମଧ୍ୟରେ Clark ଏକ ଵିଷାଦମୟ ଜୀଵନ ଯାପନ କରୁଛନ୍ତି। ତାଙ୍କର ଅଲୌକିକ ଶକ୍ତି – ଉଡ଼ାଣ, ଅସାଧାରଣ ଶାରୀରିକ ଵଳ, ଏକ୍ସ-ରେ ଦୃଷ୍ଟି – ସଵୁ ଵିକିରଣ ଦ୍ୱାରା ନଷ୍ଟ ହୋଇଛି। ସେ ଏଵେ କେଵଳ ଜଣେ ସାଧାରଣ ମଣିଷ, ଯିଏ ଵଞ୍ଚିଵା ପାଇଁ ସଂଘର୍ଷ କରୁଛନ୍ତି। ତାଙ୍କ ପ୍ରିୟତମା Lois Lane, ଵନ୍ଧୁ Jimmy Olsen, Perry White, ଏଵଂ Batman ଭଳି ଅନ୍ୟ ହିରୋମାନେ ଏହି ଯୁଦ୍ଧରେ ପ୍ରାଣ ହରାଇଛନ୍ତି। Clark ନିଜ ହାତରେ ସେମାନଙ୍କୁ Metropolisର ଧ୍ୱଂସସ୍ତୁପ ମଧ୍ୟରେ ସମାଧି ଦେଇଛନ୍ତି। ତାଙ୍କ ମନରେ ଏକ ଅସୀମ ଶୂନ୍ୟତା ଓ ଦୁଃଖର ଛାୟା ରହିଛି।

Clarkଙ୍କର ଏକମାତ୍ର ସାଙ୍ଗ ହେଉଛି ଏକ ଵିଶାଳ ବିଡ଼ାଳ, ଯାହାକୁ ସେ Kryptonite ନାମ ଦେଇଛନ୍ତି। ଏହି ବିଡ଼ାଳ ଵିକିରଣ ଯୋଗୁଁ ଵିକୃତ ହୋଇଛି କିନ୍ତୁ ଏହାର ଶାରୀରିକ ଗଠନ ଅସାଧାରଣ। Kryptonite ଏକ ଜଙ୍ଗଲୀ ଵାଘ ଭଳି ଦେଖାଯାଉଥିଲେ ମଧ୍ୟ Clarkଙ୍କ ପାଇଁ ଏକ ଶାନ୍ତ ସାଙ୍ଗ। ପ୍ରତିଦିନ ସେ ଏହାକୁ ଆଦର କରନ୍ତି, ଏହାର ମୁଣ୍ଡକୁ ହାତ ଵୁଲାଇ ନିଜର ଏକାକୀତ୍ୱକୁ ଦୂର କରନ୍ତି। Kryptonite ତାଙ୍କ ସହ ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣ କରେ, ଏଵଂ ଵିଶାଳ ମୂଷା ତଥା ଅନ୍ୟାନ୍ୟ ଵିକୃତ ଜୀଵମାନଙ୍କଠାରୁ ତାଙ୍କୁ ରକ୍ଷା କରେ।

ପରମାଣଵିକ ଵିକିରଣ ଦ୍ୱାରା ପୃଥିଵୀର ପରିଵେଶ ଵିଷାକ୍ତ ହୋଇଯାଇଛି। ଜଙ୍ଗଲଗୁଡ଼ିକ ଵିଷାକ୍ତ ଗଛଲତା ଓ ଵିକୃତ ପ୍ରାଣୀମାନଙ୍କରେ ପରିପୂର୍ଣ୍ଣ। Clark ଏକ ପୁରୁଣା ଧାତଵ ଡଵାରେ ଖାଦ୍ୟ ସଂଗ୍ରହ କରନ୍ତି, ଯେଉଁଥିରେ କିଛି ଅଵଶିଷ୍ଟ ଖାଦ୍ୟ ସାମଗ୍ରୀ ରହିଛି। କିନ୍ତୁ ପ୍ରତି ପଦକ୍ଷେପରେ ତାଙ୍କୁ ଵିପଦର ସମ୍ମୁଖୀନ ହେଵାକୁ ପଡ଼େ। ଦିନକର କଥା, ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣ କରୁଥିଵା ସମୟରେ ଏକ ଵିଶାଳ ମୂଷା ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରେ। ଏହାର ଆକାର ଏକ କୁକୁର ପରି, ଦାନ୍ତ ତୀକ୍ଷ୍ଣ ଓ ଲାଞ୍ଜ ଵିଷାକ୍ତ। Clark ନିଜର ପୁରୁଣା ଧାତଵ ରଡ୍ ଵ୍ୟଵହାର କରି ଏହାକୁ ମାରି ଦିଅନ୍ତି, କିନ୍ତୁ Kryptonite ତାଙ୍କୁ ଏଥିରେ ସାହାଯ୍ୟ କରେ। ଵିଡ଼ାଳଟି ମୂଷା ଉପରେ ଝାମ୍ପି ପଡ଼ି ତାହାର ଗଳା ଚିପି ଦିଏ, ଯାହା ଦ୍ୱାରା Clark ଵଞ୍ଚିଯାଆନ୍ତି। ଏହି ଘଟଣା ତାଙ୍କୁ Kryptoniteର ଆହୁରି ନିକଟତର କରିଦିଏ।

ଆଉ ଦିନେ, ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣ କରୁଥିଵା ସମୟରେ Clarkଙ୍କର ଏକ ଆଶ୍ଚର୍ଯ୍ୟଜନକ ସାକ୍ଷାତ ହୁଏ। ସେ Wonder Womanଙ୍କୁ ଦେଖନ୍ତି, ଯିଏ ମଧ୍ୟ ଏହି ଵିପର୍ଯ୍ୟୟରୁ ବଞ୍ଚିଯାଇଛନ୍ତି। ତାଙ୍କ Amazonian ଶକ୍ତି ନଷ୍ଟ ହୋଇଛି, କିନ୍ତୁ ତାଙ୍କର ସାହସ ଓ ଦୃଢ଼ତା ଅକ୍ଷୁଣ୍ଣ ରହିଛି। ଦୁହେଁ ଏକାନ୍ତରେ ଏକ ଅନ୍ୟ ମଣିଷକୁ ଦେଖି ଆନନ୍ଦରେ ଆତ୍ମହରା ହୋଇଯାଆନ୍ତି। Wonder Woman ତାଙ୍କୁ Champion ନାମକ ଏକ ଜଙ୍ଗଲ ଆଶ୍ରୟସ୍ଥଳୀକୁ ନେଇଯାଆନ୍ତି, ଯେଉଁଠାରେ ଅନ୍ୟ କିଛି ବଞ୍ଚିଥିଵା ହିରୋ ଓ ଖଳନାୟକମାନେ ଏକତ୍ର ଜୀଵନ ଯାପନ କରୁଛନ୍ତି। Kryptonite ମଧ୍ୟ ତାଙ୍କ ସହ ଯାଇଥାଏ, ଏଵଂ ସେଠାରେ ସେ ସମସ୍ତଙ୍କର ଆଦରର ପାତ୍ର ହୋଇଯାଏ।

Championରେ Clark Kent ଅନେକ ପରିଚିତ ଚେହେରା ଦେଖନ୍ତି। Flash (Wally West), Guy Gardner, Mister Miracle, Big Barda, Cheetah, ଏଵଂ Joker ଇତ୍ୟାଦି ଇତ୍ୟାଦି ।‌ ଆଶ୍ଚର୍ଯ୍ୟଜନକ ଭାବେ Joker ପରମାଣଵିକ ଵିକିରଣ ଯୋଗୁଁ ନିଜର ପାଗଳପଣ ହରାଇ ଏକ ଶାନ୍ତ ମଣିଷ ହୋଇଯାଇଛନ୍ତି। ସମସ୍ତ ସୁପରହିରୋ ଓ ସୁପରଵିଲେନ୍ ନିଜର ଅଲୌକିକ ଶକ୍ତି ହରାଇଛନ୍ତି ଏଵଂ ଏକ ନୂତନ ଜୀଵନ ଗଢ଼ିଵା ପାଇଁ ସଂଘର୍ଷ କରୁଛନ୍ତି। Champion ଏକ ଜଙ୍ଗଲୀ ଆଶ୍ରୟସ୍ଥଳୀ, ଯେଉଁଠାରେ ଵଞ୍ଚିଥିଵା ଲୋକମାନେ ଏକତ୍ରିତ ହୋଇ ଏକ ଛୋଟ ସମ୍ପ୍ରଦାୟ ଗଠନ କରିଛନ୍ତି। ଏହି ସ୍ଥାନ ଵିଷାକ୍ତ ଜଙ୍ଗଲ ଓ ଵିକୃତ ପ୍ରାଣୀମାନଙ୍କଠାରୁ ସୁରକ୍ଷିତ ରହିଵା ପାଇଁ ଏକ ପ୍ରାଚୀର ଦ୍ୱାରା ଘେରାଯାଇଛି, ଯାହା ପୁରୁଣା ଧାତଵ ଖଣ୍ଡ ଓ କାଠରେ ନିର୍ମିତ।

Clarkଙ୍କ ସାଙ୍ଗ Kryptonite ମଧ୍ୟ ସେଠାରେ ରହେ । Championରେ Kryptonite ବିଡ଼ାଳ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ। ତାହାର ଶକ୍ତିଶାଳୀ ଶରୀର ଓ ତୀକ୍ଷ୍ଣ ଦାନ୍ତ ସମ୍ପ୍ରଦାୟର ଲୋକମାନଙ୍କୁ ସୁରକ୍ଷା ଦେଵାରେ ସାହାଯ୍ୟ କରେ। Kryptonite ପ୍ରାୟତଃ ପ୍ରାଚୀର ବାହାରେ ଵିକୃତ ଜୀଵମାନଙ୍କ ସହ ଲଢ଼େ, ଯେମିତି ଵିଶାଳ ମୂଷା କିମ୍ଵା ଵିଷାକ୍ତ ସାପ ଇତ୍ୟାଦି । ଵିକିରଣ ଯୋଗୁଁ ପୃଥିଵୀର ଜୀଵମାନେ ଅସ୍ୱାଭାଵିକ ଆକାର ଓ ଶକ୍ତି ପାଇଛନ୍ତି। ଦିନେ, ଏକ ଵିଶାଳ ମୂଷା ପ୍ରାଚୀର ଭାଙ୍ଗି Championରେ ପଶି ଆସେ। Kryptonite ଏହା ସହ ଏକ ଭୟଙ୍କର ଲଢ଼େଇରେ ଜିତେ, କିନ୍ତୁ ତାହାର ଶରୀରରେ ଗଭୀର କ୍ଷତାକ୍ତ ହୁଏ। Clark ଓ Wonder Woman ମିଳିତ ଭାଵେ ତାହାର ଚିକିତ୍ସା କରନ୍ତି, ଯାହା ଫଳରେ ସେମାନେ ପରସ୍ପରକୁ ଭଲ ପାଇ ବସନ୍ତି । 

Championରେ Clark ଓ Wonder Woman ପରସ୍ପରଙ୍କ ନିକଟତର ହୁଅନ୍ତି। ଦୁହେଁ ପରସ୍ପରକୁ ସାହାଯ୍ୟ କରନ୍ତି,ଏକାଠି ଖାଆନ୍ତି ପିଅନ୍ତି ଫଳତଃ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ଜନ୍ମ ନିଏ। Wonder Woman ଵା Diana, Clarkଙ୍କ ଦୁଃଖ ଓ ଏକାକୀତ୍ୱକୁ ଵୁଝିପାରନ୍ତି। ସେ ତାଙ୍କୁ ନିଜର Themysciraର ଗଳ୍ପ ଶୁଣାନ୍ତି, ଯାହା ଏଵେ ଧ୍ୱଂସ ହୋଇଛି, ଏଵଂ Clark ତାଙ୍କୁ Kryptonର ସ୍ମୃତି ଵାଣ୍ଟନ୍ତି। ଏହି ସମ୍ପର୍କ ସମ୍ପ୍ରଦାୟରେ ଆଶାର ଏକ କିରଣ ସୃଷ୍ଟି କରେ, କିନ୍ତୁ ଏହା ସମସ୍ତଙ୍କୁ ଖୁସି କରେ ନାହିଁ।

Billy Batson, ଯିଏ ଏକ ସମୟରେ “Shazam” ଶବ୍ଦ ଉଚ୍ଚାରଣ କରି Captain Marvelରେ ରୂପାନ୍ତରିତ ହେଉଥିଲେ, ଏବେ ଶକ୍ତିହୀନ। ସେ Championରେ Wonder Womanଙ୍କ ସହ ଏକ ସମ୍ପର୍କରେ ଥିଲେ, କିନ୍ତୁ Clarkଙ୍କ ଆଗମନ ତାଙ୍କୁ ଈର୍ଷାନ୍ୱିତ କରିଦିଏ। Billyଙ୍କ ମନରେ କ୍ରୋଧ ଓ ଅସନ୍ତୋଷ ବଢ଼ିଚାଲେ। ସେ Clarkଙ୍କୁ ଏକ ପ୍ରତିଦ୍ୱନ୍ଦୀ ଭାବେ ଦେଖନ୍ତି ଏଵଂ Championରେ ତାଙ୍କର ସ୍ଥାନ ହରାଇଵାର ଭୟ କରନ୍ତି।

Kryptonite ବିଡ଼ାଳ Championରେ ଏକ ଅଭିନ୍ନ ଅଂଶ ହୋଇଯାଏ। ଏହା ସମ୍ପ୍ରଦାୟର ଲୋକମାନଙ୍କୁ ଵିକୃତ ପ୍ରାଣୀମାନଙ୍କଠାରୁ ରକ୍ଷା କରେ। ଦିନେ ରାତିରେ, ଏକ ଵିଷାକ୍ତ ସାପ ପ୍ରାଚୀର ଭାଙ୍ଗି ପଶି ଆସେ। ଏହାର ଵିଷ ଏତେ ଶକ୍ତିଶାଳୀ ଥାଏ ତାହାର ଏକ ଚୋଟରେ ମଣିଷ ତତ୍‌କ୍ଷଣାତ୍ ମରିଯାଏ ।‌ Kryptonite ସେ ସର୍ପ ସହ ଲଢ଼େ ଏଵଂ ତାହାର ଗଳା ଚିପି ମାରିଦିଏ, କିନ୍ତୁ ଏହି ଲଢ଼େଇରେ Kryptoniteର ଗୋଡ଼ରେ ଗଭୀର କ୍ଷତ ହୁଏ। Clark ଓ Diana ତାହାର ଯତ୍ନ ନିଅନ୍ତି, ଏଵଂ Kryptonite ଧୀରେ ଧୀରେ ସୁସ୍ଥ ହୁଏ। ଏହି ଘଟଣା Kryptoniteକୁ Championର ଏକ ହିରୋ ଭାଵେ ପ୍ରତିଷ୍ଠା କରେ।

Billy Batsonଙ୍କ ଈର୍ଷା ତାଙ୍କୁ ଏକ ଅନ୍ଧକାର ପଥକୁ ନେଇଯାଏ। ସେ ଏକାକୀ ଜଙ୍ଗଲକୁ ଯାଇ “Shazam” ଶବ୍ଦ ଉଚ୍ଚାରଣ କରନ୍ତି। ଆଶ୍ଚର୍ଯ୍ୟଜନକ ଭାଵେ, ଏକ ମାୟାଵୀ ଵିଜୁଳି ତାଙ୍କୁ ଆଘାତ କରେ ଏଵଂ ସେ Captain Marvelରେ ରୂପାନ୍ତରିତ ହୁଅନ୍ତି, ଯଦିଓ ଏହି ଶକ୍ତି ଅଳ୍ପ ସମୟ ପାଇଁ ରହିଥାଏ। ଏହା ତାଙ୍କୁ ଏକ ନୂତନ ଶକ୍ତି ଓ ଆତ୍ମଵିଶ୍ୱାସ ଦିଏ, କିନ୍ତୁ ସେ ଜାଣି ନାହାନ୍ତି ଯେ ଏହି ବିଜୁଳି ପୃଥିଵୀର ଭୂତାତ୍ତ୍ୱିକ ସ୍ଥିରତାକୁ ଵିନାଶ କରୁଛି। ପ୍ରତିଥର ସେ “Shazam” କହିଲେ, ଭୂମିକମ୍ପ ଓ ଜ୍ୱାଳାମୁଖୀ ସକ୍ରିୟ ହେଵାର ଆଶଙ୍କା ବଢ଼ିଯାଏ।

Billy ତାଙ୍କର ଈର୍ଷା ଓ କ୍ରୋଧରେ ଅନ୍ଧ ହୋଇ Metallo ନାମକ ଏକ ଵଞ୍ଚିଥିଵା ଖଳନାୟକଙ୍କ ସହ ହାତ ମିଳାନ୍ତି। Metallo, ଯାହାର ଶରୀର ଏଵେ ଵିକିରଣ ଯୋଗୁଁ ଆହୁରି ଵିକୃତ ହୋଇଛି, Championକୁ ଧ୍ୱଂସ କରିଵାକୁ ଚାହୁଁଛି। ସେ ଵିକୃତ ଜୀଵମାନଙ୍କୁ ଏକତ୍ରିତ କରେ ଏଵଂ Billyଙ୍କ ସହ ମିଶି ଏକ ଆକ୍ରମଣ ଯୋଜନା କରେ।

Championରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୁଏ। Metallo ଓ Billy Batson ଵିକୃତ ଜୀଵମାନଙ୍କ ସହ ପ୍ରାଚୀର ଆକ୍ରମଣ କରନ୍ତି। Clark, Wonder Woman, Flash, ଓ Big Barda ମିଳିତ ଭାଵେ ଲଢ଼ନ୍ତି। Kryptonite ମଧ୍ୟ ଏହି ଯୁଦ୍ଧରେ ଅଂଶଗ୍ରହଣ କରେ ଏଵଂ ଏକ ଵିଶାଳ ଵିକୃତ ଜୀଵକୁ ମାରି ସମ୍ପ୍ରଦାୟକୁ ରକ୍ଷା କରେ। କିନ୍ତୁ ଏହି ଯୁଦ୍ଧରେ Martian Manhunter ଓ Wonder Woman ନିଜର ଜୀଵନ ହରାନ୍ତି। Billy, Captain Marvel ଭାଵେ ରୂପାନ୍ତରିତ ହୋଇ, Wonder Womanଙ୍କୁ ନିଜେ ହତ୍ୟା କରନ୍ତି, ଯାହା Clarkଙ୍କୁ କ୍ରୋଧାନ୍ଧ କରିଦିଏ ।‌

Clark ଶକ୍ତିହୀନ ହୋଇଥିଲେ ବି ନିଜର ଅଦମ୍ୟ ସାହସ ଯୋଗୁଁ ଏକ ଜ୍ୱାଳାମୁଖୀର ଶୀର୍ଷରେ Billyଙ୍କ ସହ ମୁହାଁମୁହିଁ ହୁଅନ୍ତି। ଯୁଦ୍ଧ ତୀଵ୍ର ହୁଏ, କିନ୍ତୁ ହଠାତ୍ ଏକ ଶକ୍ତିଶାଳୀ ଵିଜୁଳି Billyଙ୍କୁ ଆଘାତ କରେ ଫଳତଃ Billyଙ୍କର ମୃତ୍ୟୁ ହୋଇଯାଏ । Clark ତାଙ୍କ ଶରୀରକୁ ଜ୍ୱାଳାମୁଖୀରେ ଫୋପାଡ଼ି ଦିଅନ୍ତି। Kryptonite ମଧ୍ୟ ଏହି ଯୁଦ୍ଧରେ ଗୁରୁତର ଆହତ ହୁଏ ଏଵଂ Clarkଙ୍କ କୋଳରେ ମୃତ୍ୟୁ ଵରଣ କରେ। ଏହା Clarkଙ୍କୁ ଆହୁରି ଭାଙ୍ଗି ଦିଏ।

Clark ଜାଣିପାରନ୍ତି ଯେ Billyଙ୍କ ବିଜୁଳି ପୃଥିଵୀର ଭୂତାତ୍ତ୍ୱିକ ସ୍ଥିରତାକୁ ଵିନାଶ କରିଛି। ଜ୍ୱାଳାମୁଖୀ ସକ୍ରିୟ ହେଉଛି, ଏଵଂ ପୃଥିଵୀ ଶୀଘ୍ର ଧ୍ୱଂସ ହେଵାକୁ ଯାଉଛି। ସେ Championରେ ଏକ ମୃତ Green Lanternଙ୍କ ପାୱାର୍ ରିଙ୍ଗ୍ ଖୋଜି ପାଆନ୍ତି, ଯହିଁରେ ଆଉ ଅଳ୍ପ ଶକ୍ତି ବଞ୍ଚିଯାଇଛି। Clark ଏହାକୁ ଵ୍ୟଵହାର କରି ତାଙ୍କ ପୁତ୍ର Bruce ପାଇଁ ଏକ ଶକ୍ତି ନିର୍ମିତ ରକେଟ ତିଆରି କରନ୍ତି। ସେ Bruceକୁ ଏହି ରକେଟରେ ମହାକାଶକୁ ପଠାଇ ଦିଅନ୍ତି, ଯାହା ତାଙ୍କୁ ଏକ ନୂତନ ଜୀଵନର ଆଶା ଦେଇଥାଏ।

Clark ନିଜେ ପୃଥିଵୀରେ ରହିଯାଆନ୍ତି, ଯେଉଁଠାରେ ସେ ଏକାକୀ ମୃତ୍ୟୁକୁ ଅପେକ୍ଷା କରନ୍ତି। ସେ Kryptoniteର ମୃତ ଶରୀର ପାଖରେ ଵସି ପୃଥିଵୀର ଶେଷ ମୁହୂର୍ତ୍ତକୁ ଦେଖନ୍ତି। ସେ ଏବେ Kryptonର ଶେଷ ପୁତ୍ର ତଥା ପୃଥିଵୀର ମଧ୍ୟ ଶେଷ ପୁତ୍ର।

ଏହି ଗଳ୍ପ ଆଶା, ହତାଶା, ପ୍ରେମ ଓ ଵିଶ୍ୱାସଘାତକତାର ଏକ ହୃଦୟସ୍ପର୍ଶୀ କାହାଣୀ। Superman, ଯିଏ ସଵୁଵେଳେ ମାନଵଜାତିର ରକ୍ଷକ ଥିଲେ, ଶକ୍ତିହୀନ ହୋଇ ମଧ୍ୟ ନିଜ ପୁତ୍ର ଓ ମାନଵଜାତିର ଭଵିଷ୍ୟତ ପାଇଁ ଲଢ଼ିଛନ୍ତି। Kryptoniteର ସାହସିକତା ଓ Wonder Womanଙ୍କ ଵଳିଦାନ ଏହି ଗଳ୍ପକୁ ଆହୁରି ଗଭୀର କରିଛି। ଏହା ଆମକୁ ମନେ ପକାଇ ଦିଏ ଯେ ସଵୁଠାରୁ ଅନ୍ଧକାର ସମୟରେ ମଧ୍ୟ ଆଶାର ଏକ କିରଣ ରହିଥାଏ।


Sunday, August 3, 2025

Crisis on Infinite Earths : ସଂକ୍ଷିପ୍ତ କାହାଣୀ


"Crisis on Infinite Earths" (1985-1986) ଡିସି କମିକ୍ସର ଏକ ଐତିହାସିକ ମାଇଲଷ୍ଟୋନ, ଯାହା ମାର୍ଭ ଓଲ୍ଫମ୍ୟାନଙ୍କ ଦ୍ୱାରା ଲିଖିତ ଏଵଂ ଜର୍ଜ ପେରେଜଙ୍କ ଦ୍ୱାରା ଚିତ୍ରିତ 12-ଅଙ୍କ ଵିଶିଷ୍ଟ ଏକ ମହାକାହାଣୀ। ଏହା ଡିସିର ମଲ୍ଟିଭର୍ସକୁ ଏକକେନ୍ଦ୍ରିତ କରି ଏକ ଏକକ ଇଉନିଭର୍ସ ସୃଷ୍ଟି କରିଵା ପାଇଁ ରଚିତ ହୋଇଥିଲା। 

ଡିସି ମଲ୍ଟିଭର୍ସରେ ଅନେକ ସମାନ୍ତର ପୃଥିଵୀ ଥାଏ, ଯେଉଁଠାରେ ଭିନ୍ନ ଭିନ୍ନ ସୁପରହିରୋ ଏଵଂ ଘଟଣା ସଂଘଟିତ ହୁଏ (ଯେମିତି ଅର୍ଥ-୧, ଅର୍ଥ-୨)। କାହାଣୀ ଆରମ୍ଭ ହୁଏ ଅନେକ ପୃଥିଵୀର ଵିନାଶ ସହିତ, ଯେଉଁଠାରେ ଏକ ଧଳା ଆଣ୍ଟି-ମ୍ୟାଟର ତରଙ୍ଗ ସମସ୍ତ ଅସ୍ତିତ୍ୱକୁ ଗ୍ରାସ କରୁଛି। ଏହାର ପଛରେ ରହିଛି ଆଣ୍ଟି-ମନିଟର, ଏକ ଶକ୍ତିଶାଳୀ ଅମର ସତ୍ତା, ଯିଏ ସମସ୍ତ ମଲ୍ଟିଭର୍ସକୁ ଧ୍ୱଂସ କରି ନିଜର ଆଣ୍ଟି-ମ୍ୟାଟର ଇଉନିଭର୍ସକୁ ପ୍ରାଧାନ୍ୟ ଦେଵାକୁ ଚାହୁଁଛି। ଆଣ୍ଟି-ମନିଟରର ଵିପରୀତ ସତ୍ତା, ମନିଟର, ମଲ୍ଟିଭର୍ସକୁ ଵଞ୍ଚାଇଵା ପାଇଁ ସମସ୍ତ ପୃଥିଵୀର ହିରୋମାନଙ୍କୁ ଏକତ୍ର କରେ। ସେ ହାର୍ଵିଞ୍ଜର ନାମକ ଏକ ସହାୟିକା ଏଵଂ ପାରିଆ ନାମକ ଏକ ରହସ୍ୟମୟ ଚରିତ୍ର ମାଧ୍ୟମରେ କାର୍ଯ୍ୟ କରେ।
 ସୁପରମ୍ୟାନ (Earth-1 ଓ Earth-2), ଵାଟମ୍ୟାନ, ଓଣ୍ଡର ଓମ୍ୟାନ, ଫ୍ଲାସ (ବ୍ୟାରି ଆଲେନ), ଗ୍ରୀନ ଲ୍ୟାଣ୍ଟର୍ନ, ସୁପରଗାର୍ଲ, ଏଵଂ ଜଷ୍ଟିସ ସୋସାଇଟି ଓ ଜଷ୍ଟିସ ଲୀଗର ଅନେକ ହିରୋ ଏକତ୍ରିତ ହୁଅନ୍ତି। ଏମାନଙ୍କ ସହ ଅନ୍ୟ ପୃଥିଵୀର ହିରୋ ଏଵଂ ଖଳନାୟକ (ଯେମିତି ଲେକ୍ସ ଲୁଥର) ମଧ୍ୟ ମନିଟରଙ୍କ ନେତୃତ୍ୱରେ ଯୋଗ ଦିଅନ୍ତି। ଆଣ୍ଟି-ମନିଟର ଵିଭିନ୍ନ ପୃଥିଵୀକୁ ମିଶାଇ ଏକ ଏକକ ଇଉନିଭର୍ସ ସୃଷ୍ଟି କରିଵାକୁ ଚାହୁଁଛି, ଯାହା ତାଙ୍କ ନିୟନ୍ତ୍ରଣରେ ରହିଵ। ସେ ଶାଡୋ ଡିମନ୍ସ ନାମକ ଅନୁଚର ଏଵଂ ସାଇକୋ-ପାଇରେଟ ଭଳି ଖଳନାୟକଙ୍କୁ ଵ୍ୟଵହାର କରେ ହିରୋମାନଙ୍କୁ ଦୁର୍ଵଳ କରିଵା ପାଇଁ। ପାରିଆ, ଏକ ଚରିତ୍ର ଯିଏ ଅଜାଣତରେ ଆଣ୍ଟି-ମନିଟରକୁ ମୁକ୍ତ କରିଥିଲା, ସଙ୍କଟର ମୂଳ କାରଣ ଵୋଲି ଜଣାପଡେ଼। ତାଙ୍କର ଅତୀତ ଏଵଂ କାର୍ଯ୍ୟ କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ଆଣ୍ଟି-ମନିଟର ସମୟରେ ହସ୍ତକ୍ଷେପ କରି ଇତିହାସକୁ ଵଦଳାଇଵାକୁ ଚେଷ୍ଟା କରେ, ଯାହା ଫଳରେ ଅନେକ ପୃଥିଵୀର ଟାଇମଲାଇନ୍ ମିଶିଯାଏ। ହିରୋମାନେ ଏହାକୁ ରୋକିଵା ପାଇଁ ସମୟ ଯାତ୍ରା କରନ୍ତି।

ଆଣ୍ଟି-ମନିଟର ଵିରୁଦ୍ଧରେ ଏକ ମହାସଂଗ୍ରାମରେ ସୁପରଗାର୍ଲ (କାରା ଜୋର-ଏଲ) ନିଜ ଜୀଵନ ଵଳି ଦିଅନ୍ତି। ତାଙ୍କର ଏହି ଵଳିଦାନ ଅନେକ ପୃଥିଵୀକୁ ଅସ୍ଥାୟୀ ଭାଵେ ରକ୍ଷା କରେ ଏଵଂ ହିରୋମାନଙ୍କୁ ନୂଆ ଆଶା ଦିଏ।

ବ୍ୟାରି ଆଲେନ (ଫ୍ଲାସ) ଆଣ୍ଟି-ମନିଟରର ଆଣ୍ଟି-ମ୍ୟାଟର କାନନକୁ ଧ୍ୱଂସ କରିଵା ପାଇଁ ନିଜର ସୁପର-ସ୍ପୀଡ ଵ୍ୟଵହାର କରନ୍ତି। ଏହି ପ୍ରକ୍ରିୟାରେ ସେ ନିଜ ଜୀଵନ ହରାନ୍ତି, ଯାହା ଡିସି କମିକ୍ସର ଏକ ଆଵେଗପୂର୍ଣ୍ଣ ମୁହୂର୍ତ୍ତ ।

ମନିଟର ଏଵଂ ହିରୋମାନେ ଅଵଶିଷ୍ଟ ପୃଥିଵୀଗୁଡ଼ିକୁ (Earth-1, Earth-2, Earth-4, Earth-S, Earth-X) ଏକ ଅସ୍ଥାୟୀ ଅଵସ୍ଥାରେ ମିଶାଇ ରକ୍ଷା କରନ୍ତି। ମନିଟର ନିଜେ ମଧ୍ୟ ଆଣ୍ଟି-ମନିଟର ଵିରୁଦ୍ଧରେ ଲଢ଼ି ମୃତ୍ୟୁଵରଣ କରନ୍ତି।

ହିରୋ ଓ ଖଳନାୟକମାନେ ଏକତ୍ର ହୋଇ ଆଣ୍ଟି-ମନିଟରକୁ ତାଙ୍କର ଆଣ୍ଟି-ମ୍ୟାଟର ଇଉନିଭର୍ସରେ ପରାସ୍ତ କରନ୍ତି। ସୁପରମ୍ୟାନ (Earth-2), ସୁପରଵୟ-ପ୍ରାଇମ ଏଵଂ ଆଲେକ୍ସାଣ୍ଡର ଲୁଥର ଜୁନିୟର ଆଣ୍ଟି-ମନିଟରକୁ ଶେଷ କରିଵା ପାଇଁ ଏକ ଅଲଗା ମାଇନସ୍ ଡାଇମେନସନରେ ଲଢ଼ନ୍ତି।ମଲ୍ଟିଭର୍ସ ଧ୍ୱଂସ ହୋଇ ଏକ ଏକକ ପୃଥିଵୀ ସୃଷ୍ଟି ହୁଏ, ଯେଉଁଠାରେ ଇତିହାସ ପୁନର୍ଲିଖିତ ହୁଏ। ଅନେକ ହିରୋ ଓ ଘଟଣା ଏହି ନୂଆ ଟାଇମଲାଇନରେ ଅସ୍ତିତ୍ୱ ହରାନ୍ତି ଵା ଵଦଳି ଯାଆନ୍ତି। ଅର୍ଥ-2ର ସୁପରମ୍ୟାନ, ଲୋଇସ ଲେନ, ସୁପରଵୟ-ପ୍ରାଇମ ଏଵଂ ଆଲେକ୍ସାଣ୍ଡର ଲୁଥର ଏକ ପାରାଡାଇସ ଡାଇମେନସନରେ ଅନନ୍ତକାଳ ପାଇଁ ରହିଯାଆନ୍ତି, ଯେଉଁଠାରେ ସେମାନେ ଆଣ୍ଟି-ମନିଟରକୁ ଚିରକାଳ ପାଇଁ ଵନ୍ଦୀ ରଖନ୍ତି। ନୂଆ ଏକକ ଇଉନିଭର୍ସରେ ଡିସିର ଚରିତ୍ରମାନଙ୍କର ଇତିହାସ ସରଳୀକୃତ ହୁଏ। ଅନେକ ଚରିତ୍ର (ଯେମିତି ସୁପରଗାର୍ଲ, ଫ୍ଲାସ) ଏହି ନୂଆ ଟାଇମଲାଇନରେ ଅସ୍ତିତ୍ୱ ହରାନ୍ତି, କିନ୍ତୁ ପରେ ପୁନଃ ଆଗମନ କରନ୍ତି।

"Crisis on Infinite Earths" ଡିସି କମିକ୍ସର ଇତିହାସକୁ ପୁନଃନିର୍ମାଣ କଲା ଏଵଂ ମଲ୍ଟିଭର୍ସ ଧାରଣାକୁ ସରଳୀକୃତ କଲା।
ଏହି କାହାଣୀ ଦ୍ଵାରା ଅନେକ ଚରିତ୍ରଙ୍କୁ ନୂଆ ରୂପ ଦିଆଗଲା ଏଵଂ ଡିସିର ଆଧୁନିକ ଯୁଗର ଆରମ୍ଭ ହେଲା। ସୁପରଗାର୍ଲ ଓ ଫ୍ଲାସର ମୃତ୍ୟୁ କମିକ୍ସ ଜଗତରେ ଆଵେଗପୂର୍ଣ୍ଣ ଏଵଂ ଐତିହାସିକ ମୁହୂର୍ତ୍ତ ଭାଵେ ଗଣାଯାଏ।

ଏହି କାହାଣୀ ଡିସିର ସମସ୍ତ ଚରିତ୍ର ଏଵଂ ପୃଥିଵୀକୁ ଏକତ୍ର କରି ଏକ ମହାକାଵ୍ୟ ରଚନା କରିଥିଲା, ଯାହା ଆଜି ମଧ୍ୟ କମିକ୍ସ ପ୍ରେମୀଙ୍କ ମଧ୍ୟରେ ପ୍ରସିଦ୍ଧ।

JLA: Created Equal - ଏକ ଗଳ୍ପ

ଏକ ଅଜଣା କସ୍ମିକ୍ ଝଡ଼ରୁ ଆରମ୍ଭ ହେଲା ଏକ ଅଭୂତପୂର୍ଣ୍ଣ ସଙ୍କଟ। ପୃଥିଵୀର ଆକାଶ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଗଲା ଯେମିତି କୌଣସି ଅଶୁଭ ଶକ୍ତି ତା’ର କୋପ ଢାଳିଛି। ଏହି ଝଡ଼ ଆସିଵାର କିଛି ମୁହୂର୍ତ୍ତ ମଧ୍ୟରେ ପୃଥିଵୀରେ ଥିଵା ପ୍ରାୟ ସମସ୍ତ ପୁରୁଷ ଏକ ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁଵରଣ କଲେ। ସହର ଜନଶୂନ୍ୟ ହୋଇଗଲା, ପରିଵାରମାନ ଭାଙ୍ଗିଗଲା ଓ ମାନଵ ଜାତିର ଭଵିଷ୍ୟତ ଅନ୍ଧକାରରେ ବୁଡ଼ିଗଲା। କିନ୍ତୁ ଏହି ମହାଵିପଦ ମଧ୍ୟରେ ଦୁଇଜଣ ପୁରୁଷ ଵଞ୍ଚି ରହିଲେ: Superman, ନିଜର Kryptonian DNA ହେତୁ ଏହି ରୋଗରୁ ମୁକ୍ତ ରହିଲେ ଏଵଂ Lex Luthor ନିଜର ଵୈଜ୍ଞାନିକ ବୁଦ୍ଧି ତଥା ଏକ ଵିଶେଷ Battle Armer ସାହାଯ୍ୟରେ ନିଜକୁ ରକ୍ଷା କଲେ । 

ପୃଥିଵୀ ଏଵେ ଏକ ଅଜଣା ପଥରେ ଚାଲିଛି। ମହିଳାମାନେ ଏହି ସଙ୍କଟରେ ସମାଜର ନେତୃତ୍ୱ ନେଲେ। Wonder Woman, Amazonian ରାଣୀ ଓ Justice Leagueର ପୂର୍ଵତନ ସଦସ୍ୟା, ଏକ ନୂଆ ଦିଗ ଦେଖାଇଲେ। ସେ ତାଙ୍କର ଦ୍ୱୀପ Themysciraକୁ ପୃଥିଵୀର ନୂଆ ରାଜଧାନୀ ଭାବେ ଘୋଷଣା କଲେ। ଏହି ଦ୍ୱୀପରେ ମହିଳାମାନେ ଏକତ୍ରିତ ହୋଇ ଏକ ନୂଆ ସମାଜ ଗଢ଼ିଵା ଆରମ୍ଭ କଲେ, ଯେଉଁଠାରେ ଶାନ୍ତି, ସମାନତା ଓ ନ୍ୟାୟ ହେଉଛି ମୂଳ ଆଧାର। 

Wonder Womanଙ୍କ ନେତୃତ୍ୱରେ ଏକ ନୂଆ Justice League ଗଠିତ ହେଲା ଯହିଁରେ କେଵଳ ମହିଳା ସୁପରହିରୋ ଥିଲେ। Supergirl,Power Girl, Starfire,Zatanna,Black Canary ଏଵଂ ଅନ୍ୟମାନେ ଏହି ଦଳର ଅଂଶ ହେଲେ। ଏମାନେ ପୃଥିଵୀରେ ଅସ୍ଥିରତା ଓ ଅନିୟମକୁ ନିୟନ୍ତ୍ରଣ କରିଵା ସହ ମାନଵ ଜାତିର ପୁନର୍ଜନନ ପାଇଁ ଏକ ମାର୍ଗ ଖୋଜିଵାକୁ ଲାଗିଲେ।

ଏକମାତ୍ର ଵଞ୍ଚିଥିଵା ପୁରୁଷ ସୁପରହିରୋ- Superman, ଏହି ନୂଆ ଵିଶ୍ୱରେ ନିଜର ସ୍ଥାନ ଖୋଜୁଥିଲେ। ତାଙ୍କ ପତ୍ନୀ Lois Lane ଏଵେ ଗର୍ଭଵତୀ ଥିଲେ ଏଵଂ ତାଙ୍କ ଗର୍ଭରେ ଥିଵା ସନ୍ତାନ Adam Kent ମାନଵ ଜାତିର ଶେଷ ଆଶା। କିନ୍ତୁ Lex Luthor ଚକ୍ରାନ୍ତ କଲେ। ସେ ଦାଵି କଲେ ଯେ Superman ଏହି ରୋଗର ଵାହକ (carrier) ଅଟନ୍ତି ଏଵଂ ତାଙ୍କ ଉପସ୍ଥିତି ପୃଥିଵୀରେ ଆଗାମୀ ପିଢ଼ି ପାଇଁ ଵିପଦ ସୃଷ୍ଟି କରିପାରେ।

Superman ନିଜର ପରିଵାର ଓ ପୃଥିଵୀର ସୁରକ୍ଷା ପାଇଁ ଏକ କଠୋର ନିଷ୍ପତ୍ତି ନେଲେ। ସେ Lois Laneଙ୍କୁ ଓ ତାଙ୍କ ଅଜାତ ସନ୍ତାନ Adam Kentଙ୍କୁ ସୁରକ୍ଷିତ ରଖିଵା ପାଇଁ ପୃଥିଵୀ ଛାଡ଼ି ନିର୍ଵାସନରେ ଚାଲି ଗଲେ। ତାଙ୍କ ହୃଦୟ ଭାଙ୍ଗିଗଲା, କିନ୍ତୁ ସେ ଜାଣିଥିଲେ ଯେ ଏହା ତାଙ୍କର କର୍ତ୍ତଵ୍ୟ ତେଣୁ ସେ ନିଜ ଛାତିକୁ ପଥର କରି ସବୁଥିରୁ ଦୂରେଇ ଗଲେ । Lois Lane ତାଙ୍କୁ ଵିଦାୟ ଦେଲେ, କିନ୍ତୁ ତାଙ୍କ ଆଖିରେ ଥିଲା ଏକ ଅଜଣା ଭୟ ଓ ଆଶାର ମିଶ୍ରଣ।

Lex Luthor ଏଵେ Themysciraରେ ରହି ମହିଳା ନେତୃତ୍ୱଙ୍କୁ ଵୈଜ୍ଞାନିକ ସହାୟତା ଦେଉଥିଲେ। ସେ Supermanଙ୍କ DNA ଵ୍ୟଵହାର କରି ଏକ ନୂଆ ପିଢ଼ିର ପୁରୁଷ ଶିଶୁମାନଙ୍କୁ ସୃଷ୍ଟି କରିଵାର ପ୍ରସ୍ତାଵ ଦେଲେ। Wonder Woman ଓ ଅନ୍ୟ Justice League ସଦସ୍ୟାମାନେ ଏହି ପ୍ରସ୍ତାଵକୁ ଗ୍ରହଣ କଲେ, କାରଣ ଏହା ମାନଵ ଜାତିର ଵଞ୍ଚିଵା ପାଇଁ ଏକମାତ୍ର ଉପାୟ ଥିଲା। Adam Kent ଓ Lois Laneଙ୍କ ପୁଅ, Themysciraରେ ଜନ୍ମ ହେଲେ ଓ Amazonian ପଦ୍ଧତିରେ ପାଳିତ ହେଲେ। ସେ ସହ ଅନ୍ୟ ଶିଶୁମାନେ, ଯେଉଁମାନେ Supermanଙ୍କ DNA ଦ୍ୱାରା ସୃଷ୍ଟ, ଏକ ନୂଆ ପିଢ଼ିର ଆରମ୍ଭ ହେଲେ।

ଦଶ ଵର୍ଷ ଵିତିଗଲା। Themyscira ଏଵେ ଏକ ସମୃଦ୍ଧ ସମାଜରେ ପରିଣତ ହୋଇଛି। Wonder Womanଙ୍କ ନେତୃତ୍ୱରେ ମହିଳାମାନେ ଏକ ନ୍ୟାୟପୂର୍ଣ୍ଣ ଓ ସୁସଙ୍ଗଠିତ ଵିଶ୍ୱ ଗଢ଼ିଛନ୍ତି। Adam Kent ଏଵେ ଜଣେ ଯୁଵକ । ସେ Themysciraରେ ପାଳିତ ହୋଇଛନ୍ତି, କିନ୍ତୁ ତାଙ୍କ ମନରେ ଏକ ଅସନ୍ତୋଷ ଘର ବସା ବାନ୍ଧିଛି। ସେ ନିଜର ପିତା Supermanଙ୍କ କାହାଣୀ ଶୁଣିଛନ୍ତି ଓ ତାଙ୍କୁ ଲାଗୁଛି ଯେ Themysciraର ନିୟମଗୁଡ଼ିକ ତାଙ୍କର ତଥା ଅନ୍ୟ ଯୁଵକମାନଙ୍କ ସ୍ୱାଧୀନତାକୁ ସୀମିତ କରୁଛି।

ଏହି ସମୟରେ Superman ପୃଥିଵୀକୁ ଫେରିଲେ। ସେ ଜାଣିଲେ ଯେ Lex Luthorଙ୍କ ଦାଵି ମିଥ୍ୟା ଥିଲା; ସେ ରୋଗର ଵାହକ ନଥିଲେ। Luthorଙ୍କ ଉଦ୍ଦେଶ୍ୟ ଥିଲା Supermanଙ୍କୁ ପୃଥିଵୀରୁ ଦୂରେଇ ରଖି ନିଜର ନିୟନ୍ତ୍ରଣ ଵଢ଼ାଇଵା। Superman ଫେରିଵା ମାତ୍ରେ Adam Kentଙ୍କ ନେତୃତ୍ୱରେ ଏକ ଵିଦ୍ରୋହ ଆରମ୍ଭ ହେଲା। Adam ଓ ଅନ୍ୟ ଯୁଵକମାନେ Themysciraର ନିୟମ ଵିରୁଦ୍ଧରେ ସ୍ବର ଉଠାଇଲେ । Superman ଦ୍ୱନ୍ଦ୍ୱରେ ପଡ଼ିଲେ। ସେ କାହା ପକ୍ଷ ନେଵେ? ତାଙ୍କ ପୁଅ Adam Kentଙ୍କୁ ସମର୍ଥନ କରିଵେ ନା ତାଙ୍କ ପୁରୁଣା ସାଙ୍ଗ Wonder Woman ଓ Justice Leagueଙ୍କ ସହ ରହିଵେ?

Superman ଓ Wonder Woman ଏକତ୍ର ହୋଇ Lex Luthorଙ୍କ ଚକ୍ରାନ୍ତକୁ ପର୍ଦାଫାଶ କଲେ। Luthor ନିଜର ଵୈଜ୍ଞାନିକ ଜ୍ଞାନ ଵ୍ୟଵହାର କରି Themysciraରେ ନିୟନ୍ତ୍ରଣ ଲଭିଵାକୁ ଚାହୁଁଥିଲେ। ସେ Adam Kentଙ୍କୁ ଵିଦ୍ରୋହ ପାଇଁ ଉସକାଇଥିଲେ, ଯାହା ଦ୍ୱାରା Justice Leagueକୁ ଦୁର୍ଵଳ କରାଯାଇ ପାରିଵ। ତେବେ ଘଟଣାକ୍ରମେ Superman ଓ Adam Kent ମଧ୍ୟରେ ଏକ ଭାଵପୂର୍ଣ୍ଣ ମୁହୂର୍ତ୍ତ ଆସିଲା, ଯେଉଁଠାରେ Superman ତାଙ୍କ ପୁଅକୁ ଵୁଝାଇଲେ ଯେ ସ୍ୱାଧୀନତା ଓ ନ୍ୟାୟ ଏକତ୍ର ଚାଲିପାରେ।

Adam Kent ନିଜର ଭୁଲ ଵୁଝିଲେ ଓ Justice Leagueଙ୍କ ସହ ମିଶି Lex Luthorଙ୍କୁ ପରାସ୍ତ କଲେ। Luthorଙ୍କୁ Themysciraରୁ ଵହିଷ୍କାର କରାଗଲା ଏଵଂ Superman ପୁଣି ଥରେ ପୃଥିଵୀରେ ରହିଵାକୁ ନିଷ୍ପତ୍ତି ନେଲେ। Lois Lane ଓ Adam Kentଙ୍କ ସହ ସେ ଏକ ନୂଆ ଜୀଵନ ଆରମ୍ଭ କଲେ।

Themyscira ଏଵେ ଏକ ସମାନତାର ପ୍ରତୀକ ହୋଇଛି। Wonder Woman ଓ Justice League ମାନଵ ଜାତିର ଭଵିଷ୍ୟତ ପାଇଁ କାମ ଜାରି ରଖିଲେ। Superman ଓ Adam Kent ଏକ ନୂଆ ପିଢ଼ିର ମାର୍ଗଦର୍ଶକ ହେଲେ, ଯେଉଁମାନେ ଶାନ୍ତି ଓ ନ୍ୟାୟରେ ଵିଶ୍ୱାସ ରଖିଥାନ୍ତି। ପୃଥିଵୀ ଏକ ମହାଵିପଦରୁ ଵଞ୍ଚିଥିଲା ଏଵଂ ଏଵେ ଏକ ନୂଆ ଆଶାରେ ଆଗେଇ ଚାଲିଲା।
JLA: Created Equalର କାହାଣୀ ସମାନତା, ସଂଘର୍ଷ ଓ ଆଶାର ଵାର୍ତ୍ତା ଦେଇଥାଏ। ଏହା ଆମକୁ ପ୍ରଶ୍ନ କରେ: ସଙ୍କଟ ସମୟରେ ଆମେ କିପରି ଏକତ୍ର ହୋଇ ଏକ ଉତ୍ତମ ଵିଶ୍ୱ ଗଢ଼ିପାରିଵା?

Iron Man: Legacy of Doom - ଏକ ରୋମାଞ୍ଚକର କାହାଣୀ

ଏକ ଦୂର ଅତୀତରେ,Iron Man ନାମରେ ପରିଚିତ Tony Stark, ନିଜ ଜୀଵନର ଏକ ଅଜଣା ଅଧ୍ୟାୟ ଆଵିଷ୍କାର କରିଥିଲେ। Stark Internationalରେ ଏକ ପୁରୁଣା ଆର୍ମର, Mark VIII, ନଷ୍ଟ କରୁଥିଵା ସମୟରେ ସେ ଏକ ଅଟୋ-ସେଭ୍ ସର୍କିଟ୍ ପାଇଲେ, ଯେଉଁଥିରେ ଏକ ଏଡ଼ଭେଞ୍ଚରର ତଥ୍ୟ ଲିପିବଦ୍ଧ ଥିଲା, ଯାହା ତାଙ୍କର ମନେ ନଥିଲା। ଏହି ତଥ୍ୟ ତାଙ୍କୁ ଏକ ରହସ୍ୟମୟ ଯାତ୍ରାର ସନ୍ଧାନ ଦେଇଥିଲା, ଯେଉଁଥିରେ ସେ ତାଙ୍କର ଚିରପ୍ରତିଦ୍ୱନ୍ଦ୍ୱୀ Doctor Doom ସହିତ ଜଡ଼ିତ ହୋଇଥିଲେ। 


Tony Stark ତାଙ୍କ ପୁରୁଣା Iron Man Armor ନଷ୍ଟ କରୁଥିଵା ସମୟରେ ଏକ ଅଜଣା ଅତୀତର ସ୍ମୃତି ତାଙ୍କ ସାମ୍ନାକୁ ଆସିଥିଲା। ଏକ ଅଟୋ-ସେଭ୍ ସର୍କିଟ୍ ତାଙ୍କୁ ଏକ ଏଡ଼ଭେଞ୍ଚରର କଥା ମନେ ପକାଇଥିଲା, ଯାହା ସେ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ। ଏହି ତଥ୍ୟ ଅନୁସାରେ, Doctor Doom ତାଙ୍କୁ Latveriaକୁ ଡାକିଥିଲେ, କାରଣ ଲକ୍ଷ ଲକ୍ଷ ଜୀଵନ ବିପଦରେ ଥିଲା। Tony କିନ୍ତୁ Doctor Doomଙ୍କୁ ଆଦୌ ଵିଶ୍ୱାସ କରୁନଥିଲେ ତଥାପି ଲୋକଙ୍କ ଜୀଵନ ଵିପଦରେ ଅଛି ଜାଣି Doctor Doomଙ୍କ ସହିତ Latveria ଗଲେ। ସେଠାରେ ପହଞ୍ଚି ସେ ଦେଖିଲେ ଯେ Doomଙ୍କ ଦୁର୍ଗ ଉପରେ ଵିଦ୍ରୋହୀମାନେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । Doom ଏକ ଭୟଙ୍କର ଅସ୍ତ୍ର ପ୍ରୟୋଗ କରିବାକୁ ଯୋଜନା କରୁଥିଲେ, ଯାହା ସମସ୍ତଙ୍କୁ ଧ୍ୱଂସ କରିଦେଵ। କିନ୍ତୁ Iron Man ଏଥିରେ ହସ୍ତକ୍ଷେପ କଲେ,ସେ ଵିଦ୍ରୋହୀମାନଙ୍କ ଵିରୁଦ୍ଧରେ ଲଢ଼ିଲେ । Ironman କିନ୍ତୁ Doomଙ୍କୁ ସହାୟତା କରିଵା ପାଇଁ ଲଢ଼ୁନଥିଲେ ଵରଂ ଵିଦ୍ରୋହୀମାନଙ୍କୁ ନିଜଠାରୁ ରକ୍ଷା କରିବା ପାଇଁ ଲଢ଼ୁଥିଲେ।
ଵିଦ୍ରୋହୀମାନଙ୍କୁ ପରାସ୍ତ କରାଯିଵାପରେ, Doom ଏକ ନୂଆ ଯୋଜନା ପ୍ରକାଶ କଲେ। ସେ ତାଙ୍କ Time Cubeକୁ ପୁନଃ କନଫିଗର୍ କରିଥିଲେ, ଯାହା ସେମାନଙ୍କୁ Mephistoର ରାଜ୍ୟ ଅର୍ଥାତ୍ ନର୍କକୁ ନେଇଯିଵ। କିନ୍ତୁ Doom ଏହି ମିଶନର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ଵିଷୟରେ କିଛି କହିନଥିଲେ, ଯାହା Tonyଙ୍କୁ ଅସନ୍ତୁଷ୍ଟ କରିଥିଲା। ତଥାପି, ସେ ଏକ ରିମୋଟ୍ ଟ୍ରାନ୍ସମିଟର ଗ୍ରହଣ କରି Doom ସହିତ ନର୍କର ଯାତ୍ରା ଆରମ୍ଭ କଲେ।
Iron Man ଓ Doctor Doom ନର୍କରେ ପହଞ୍ଚିଲେ ଏଵଂ ସେଠାରେ ସେ ଦୁହେଁ ଅସଂଖ୍ୟ ନିଷ୍ଠୁର ଆତ୍ମାଙ୍କ ସହିତ ଲଢ଼ିଵାକୁ ବାଧ୍ୟ ହେଲେ। ଏହି ଅନ୍ଧକାର ରାଜ୍ୟରେ ସେମାନେ Mephisto ରହୁଥିଵା ସ୍ଥାନରେ ପହଞ୍ଚିଲେ । Mephisto ଏକ ରହସ୍ୟମୟ Shard ହାତରେ ଧରିଥିଲା। Mephisto ଏହି Shardକୁ Doctor Doomକୁ ଦେଇଥିଲା, କିନ୍ତୁ ତା’ପରେ ଏକ ଚମକପ୍ରଦ ଘଟଣା ଘଟିଲା। Doom ହଠାତ୍ ଅଦୃଶ୍ୟ ହୋଇଗଲେ ଏଵଂ Mephisto ପ୍ରକାଶ କଲେ ଯେ Doom ଏକ ଚୁକ୍ତି କରିଥିଲେ: Iron Manଙ୍କୁ ନର୍କରେ ଛାଡ଼ିଵା ବଦଳରେ ସେ Shardଟି ପାଇଥିଲେ। Tony ତାଙ୍କ ରିମୋଟ୍ ଟ୍ରାନ୍ସମିଟର ଵ୍ୟଵହାର କରିଵାକୁ ଚେଷ୍ଟା କଲେ, କିନ୍ତୁ ତାହା କାମ କଲା ନାହିଁ। ସେ ନର୍କରେ ଫସି ରହିଗଲେ । 
ନର୍କରେ ଏକାକୀ ଫସି ଯାଇଥିଵା Iron Manଙ୍କୁ ଅନେକ ପ୍ରତିବନ୍ଧକର ସାମ୍ନା କରିଵାକୁ ପଡ଼ିଲା। ସେ ଅସଂଖ୍ୟ ରାକ୍ଷସ ଓ ଅନ୍ୟାନ୍ୟ ଭୟଙ୍କର ଜୀଵଙ୍କ ସହିତ ଲଢ଼ିଲେ। ଏହି ସମୟରେ ତାଙ୍କ ମନରେ ଏକ ପ୍ରଶ୍ନ ଉଠୁଥିଲା: Doctor Doom ତାଙ୍କ ସହିତ କାହିଁକି ଏପରି ଵିଶ୍ୱାସଘାତକତା କଲେ? କିନ୍ତୁ Tony ଜାଣିଥିଲେ ଯେ ଏହି ଅନ୍ଧକାର ରାଜ୍ୟରୁ ବାହାରିଵାକୁ ହେଲେ ନିଜର ବୁଦ୍ଧି ଓ ଶକ୍ତି ଉପରେ ନିର୍ଭର କରିଵାକୁ ହେବ। ସେ ତାଙ୍କ Iron Man Armor ର ସମସ୍ତ ସମ୍ଭାଵ୍ୟ କ୍ଷମତା ଵ୍ୟଵହାର କରି ଏକ ଉପାୟ ଖୋଜିଵାକୁ ଲାଗିଲେ।
ଏପଟେ, Doctor Doom ନର୍କରୁ ଫେରି Latveriaରେ ପହଞ୍ଚିଥିଲେ। ସେ ତାଙ୍କ ହାତରେ ଥିଵା ଧାତବ Shardକୁ ଵ୍ୟଵହାର କରି King Arthurଙ୍କର ପୌରାଣିକ ଖଡ଼ଗ Excalibur ପାଇଵାକୁ ଚାହୁଁଥିଲେ। ଏହି Shard ତାଙ୍କ Armor ସହିତ ମିଶିଯାଇ ତାଙ୍କୁ ଅପରିମେୟ ଶକ୍ତି ପ୍ରଦାନ କରିଥିଲା। Doomର ଲକ୍ଷ୍ୟ ଥିଲା Excalibur ର ଶକ୍ତି ଆହରଣ କରି ନିଜକୁ ଅଜେୟ କରିଵା। କିନ୍ତୁ ଏହା ଏକ ସହଜ କାମ ନଥିଲା, କାରଣ Excaliburର ରହସ୍ୟ Camelotର ପୌରାଣିକ ଇତିହାସ ସହିତ ଜଡ଼ିତ ଥିଲା।

Doctor doom କେଵଳ Shard ହିଁ ନୁହେଁ Morgana LeFayକୁ ବି Mefistoଠାରୁ ପାଇଥିଲେ ଏଵଂ ତା ଶକ୍ତି ବଳରେ ଯେତେବେଳେ Shard ଓ Armor ଫ୍ୟୁଜ୍ କଲେ । ତହୁଁ Morgana LeFay ଡକ୍ଟର ଡୁମ୍‌କୁ କହିଲା : "ତୁମେ ଯାହା ଚାହୁଁଥିଲ ମୁଁ ତାହା କରିଛି। ଏବେ ମୋତେ Mephistoଙ୍କ ପାଖକୁ ଫେରାଇ ଦିଅ କିନ୍ତୁ ଜଣେ ପରିଚିତ ଭାବେ, ମନ ରଖ!"
ନିଶ୍ଚୟ...! 
Doctor doom ଏହା କହିଵା ସହିତ Morgana LeFayକୁ ତା କାଇମ ଲାଇନକୁ ପଠେଇ ଦେଲେ ଯାହା ଶକ୍ତିହୀନା Morgana LeFay ପାଇଁ ଗୋଟିଏ ଜେଲରୁ ଆଉ ଗୋଟିଏ ଜେଲକୁ ଯିଵା ଭଳି ଥିଲା । 
Iron Man, ଅନ୍ୟପକ୍ଷେ, Doomଙ୍କ ଟେକ୍ନୋଲୋଜି ଵ୍ୟଵହାର କରି ନର୍କରୁ ମୁକ୍ତି ପାଇଥିଲେ। ସେ Latveriaରେ ପହଞ୍ଚିଲେ ଏଵଂ Doctor Doomଙ୍କୁ Excalibur ସହିତ ଦେଖିଲେ, ଯାହାର ଶକ୍ତି ତାଙ୍କୁ ଏକ ନୂଆ ରୂପ ଦେଇଥିଲା। Doomର Armor ଏବେ ଏକ କଳା କେପ୍ ସହିତ ଅଧିକ ଭୟଙ୍କର ଦେଖାଯାଉଥିଲା। Iron Man ଜାଣିଥିଲେ ଯେ Doomଙ୍କୁ ଅଟକାଇଵା ପାଇଁ ତାଙ୍କୁ ଅତିରିକ୍ତ ଶକ୍ତି ଦରକାର। ସେ Doomଙ୍କ ଟେକ୍ନୋଲୋଜିକୁ ସଫଳତାର ସହିତ ଵିଫଳ କରିଵାକୁ ଚେଷ୍ଟା କଲେ, ଯାହା ଦ୍ୱାରା Doom ଏକ ଵିଦ୍ୟୁତ୍ ଆଘାତର ଶିକାର ହେଲେ। ଏହି ସୁଯୋଗରେ Iron Man ସେଠାରୁ ପଳାଇଵାରେ ସଫଳ ହେଲେ। Latveriaରୁ ପଳାଇ ଗଲାବେଳେ Iron Man ବାଟରେ Merlinଙ୍କୁ ଭେଟିଲେ।
Merlin ତାଙ୍କୁ କହିଲେ ଯେ ସେ ଏକ mental projection ମାତ୍ର, ତାଙ୍କ ଶରୀର ଇଂଲଣ୍ଡରେ ନିଦ୍ରାରେ ଅଛି, ଯେପର୍ଯ୍ୟନ୍ତ ଇଂଲଣ୍ଡର ସବୁଠୁ ଅନ୍ଧକାର ସମୟ ନଆସେ ସେ ପର୍ଯ୍ୟନ୍ତ କିଛି ଅସୁବିଧା ନାହିଁ । Morgana Le Fay ଯେତେବେଳେ Doctor Doomଙ୍କୁ Excaliburକୁ ଆହ୍ଵାନ କରିଵାରେ ସାହାଯ୍ୟ କଲେ, Merlinଙ୍କ monitor charms ଵିଚଳିତ ହେଲା। Merlin କହିଲେ , ଷ୍ଟାର୍କ୍ ଶୁଣ Doom ତୁମକୁ ଏକ ମିଛ କାହାଣୀ କହିଥିଲେ ଏଵଂ ତାଙ୍କର ପ୍ରକୃତ ଲକ୍ଷ୍ୟ ଥିଲା Excaliburର scabbard ଲାଭ କରିଵା ଯାହା ତାଙ୍କୁ ଅଜେୟ କରିଦେଵ। Excalibur ଓ scabbard ଏକାଠି ହେଲେ ଅପରିମେୟ ଶକ୍ତି ପ୍ରଦାନ କରିଵ। Merlin ପୁଣି କହିଲେ : Iron Man ତୁମେ ହେଉଛ Arthur Pendragonଙ୍କ ମନୋନୀତ champion ଏଵଂ ତାଙ୍କୁ Ballanayr, Scotland ରେ ଚୂଡ଼ାନ୍ତ ଲଢ଼େଇ ପାଇଁ ପଠାଇଲେ।
Ballanayrରେ ଏକ ପୁରୁଣା standing stone monumentର ଖଣ୍ଡଵିଖଣ୍ଡ ଅଵଶେଷ ଥିଲା, ଯାହା Stonehenge ତୁଳନାରେ ଅତ୍ୟନ୍ତ ସାଧାରଣ ଥିଲା। Doctor Doom, Excalibur ଧରି, ସେଠାରେ ପହଞ୍ଚିଗଲେ। ହଠାତ୍ ସ୍ଥାନଟି ଏକ arenaରେ ପରିଣତ ହେଲା। ପଥରଗୁଡ଼ିକ ମଧ୍ୟରେ ଥିଵା ଖାଲି ସ୍ଥାନ ଦର୍ପଣ ପରି ଚମକୁଥିଲା ଏଵଂ ଏକ shimmering force shield ଉପରେ ଵିସ୍ତାର ହେଲା, ଯାହା ସେମାନଙ୍କୁ ଭିତରେ ବନ୍ଦ କରି ରଖିଥିଲା। Iron Manଙ୍କ repulsors ଏହି ବାଧାକୁ ଭେଦ କରିପାରିଲା ନାହିଁ। ସେଇଠୁ ସେ ଜାଦୁକୁ ଘୃଣା କରୁଥିଵା କଥା କହିଲେ, କିନ୍ତୁ Doom ଏହାକୁ ଏକ intricate spell ବୋଲି ପ୍ରଶଂସା କଲେ। Iron Man ଏକ exit sign ଚାହିଁଥିଲେ, କିନ୍ତୁ ତାହା ସମ୍ଭଵ ନଥିଲା।
ଏହି ମନ୍ତ୍ରର ଉଦ୍ଦେଶ୍ୟ ଥିଲା Excaliburର scabbard ଖୋଜିଵା। ପଥରଗୁଡ଼ିକ ଯୋଦ୍ଧାମାନଙ୍କ ରୂପ ନେଇଥିଲେ, କିନ୍ତୁ Iron Man ଏକ ଓଲଟା ଚିତ୍ର ଦେଖି scabbard ଖୋଜି ପାଇଲେ। ଏହା ଏକ slender sun ପରି ଆଲୋକ ଵିକିରଣ କଲା ଏଵଂ Iron Manଙ୍କ armor ସହିତ ମିଶିଗଲା, ତାଙ୍କୁ ଦୃଢ଼, ଅତି ଶକ୍ତିଶାଳୀ, ଓ ଅଭେଦ୍ୟ ଵା invulnerable କରିଦେଲା। କିନ୍ତୁ ଏହା ଏକ ସର୍ଵନାଶ ଵା apocalypseକୁ ମୁକ୍ତ ମଧ୍ୟ କରିଦେଲା। Doom କହିଲେ, “Ironman ତୁମେ ଆମ ସମସ୍ତଙ୍କର ମୃତ୍ୟରୁ କାରଣ ହୋଇଯାଇଛ । Excalibur ଓ scabbard ମିଶାଇଵା ହିଁ ଏକମାତ୍ର ଆଶା ଥିଲା।”
ଏହି ଵିଫଳ ଅନୁଷ୍ଠାନ(ritual) ଏକ Eyesore Monster ଡାକି ଆଣିଲା, ଯାହା sparkly light ଉଦ୍‌ଗାର କରୁଥିଲା। Iron Man ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏହା କ’ଣ? ଏହା କାହିଁକି ଏଠାକୁ ଚାଲି ଆସିଲା ?” Doom ତାଙ୍କୁ ମନ୍ତ୍ର ପ୍ରୟୋଗ କରି ଭୂମିକୁ ଫଟେଇ ଦେଵାକୁ କହିଲେ, ଯାହା ଦ୍ୱାରା ଜୀଵଟି ତଳେ ଧସିଯିଵ। Iron Man ଜାଦୁ ଜାଣି ନଥିଲେ, କିନ୍ତୁ Doom କହିଲେ, “ଜାଦୁ ଇଚ୍ଛାଶକ୍ତି ଦ୍ୱାରା ଚାଳିତ। ତୁମର ମନ ହେଉଛି ତୁମର ସବୁଠୁ ବଡ଼ ଅସ୍ତ୍ର।” Iron Man ଚେଷ୍ଟା କଲେ, କିନ୍ତୁ ଭୂମି ଫାଟିଲା ନାହିଁ। Doom ଏକ୍ସକାଲିବରର blade ଵ୍ୟଵହାର କରି ଜୀଵଟିକୁ ପରାସ୍ତ କଲେ।
Doom ପ୍ରକାଶ କଲେ ଯେ ସେ ଅନ୍ୟ dimension ରୁ ଏକ tome ଚୋରି କରିଥିଲେ, ଯାହାର ମାଲିକ ଏହି Eyesore Monster ଥିଲା। ଏହା ତାଙ୍କ ସମସ୍ତ ସମ୍ପତ୍ତି, ଲାଟଭେରିଆର ପ୍ରଜାଙ୍କ ଆତ୍ମା ସହିତ, ନେଵାକୁ ଚାହୁଁଥିଲା। Doom ଏହାକୁ ରୋକିଵା ପାଇଁ Mephisto ସହିତ ଚୁକ୍ତି କରି Iron Man ଙ୍କୁ ନର୍କରେ ଛାଡ଼ିଥିଲେ। କିନ୍ତୁ scabbardଟି Iron Manଙ୍କ armor ସହିତ ମିଶିଯିଵାରୁ ଯୋଜନା ଵିଫଳ ହେଲା। Doom ଆହୁରି କହିଲେ, କିଛି ଵର୍ଷ ପୂର୍ଵେ ସେ ଵିଶ୍ୱର Emperor ଥିଲେ, ତେଣୁ ପୃଥିଵୀର ସମସ୍ତ ଜୀଵନ ତାଙ୍କ ଅଧୀନରେ ଥିଲା ଏଵଂ ସେଥିପାଇଁ ଏହି ଜୀଵ ସେହି ଆତ୍ମାଗୁଡ଼ିକୁ ହରଣ କରିଵାକୁ ଚାହୁଁଛି।
Eyesore Monster କ୍ଷତାକ୍ତ ହେଵା ସତ୍ତ୍ୱେ କ୍ରମେ ସୁସ୍ଥ ହେଉଥିଲା। Merlinଙ୍କ mental projection ପୁନର୍ଵାର ପ୍ରକାଶ ପାଇଲା ଏଵଂ କହିଲା ଯେ Excaliburକୁ scabbardରେ ରଖିଲେ ଜୀଵଟିକୁ ଅଟକାଇ ହେଵ। Iron Man ନିଜେ scabbard ହୋଇଥିଵାରୁ, Doomଙ୍କୁ ଖଣ୍ଡାମାଡ଼ କରିଵାକୁ ହେବ। ପ୍ରଥମେ ଏହା କାମ କଲା ନାହିଁ, କାରଣ Iron Man ଜାଦୁରେ ଵିଶ୍ୱାସ କରୁନଥିଲେ। ସେ କହିଲେ, “ଵିଜ୍ଞାନ ମୋର anchor, ଜାଦୁ ମୋ ଵିଶ୍ୱାସର ଵିରୁଦ୍ଧ।” Doom ତାଙ୍କୁ ବୁଝାଇଲେ, “ନୂତନ ଜ୍ଞାନଗ୍ରହଣ ସବୁବେଳେ ଵିଶ୍ୱାସର ବିରୁଦ୍ଧ ନୁହେଁ।” Tony ଚିନ୍ତା କଲେ, Doom ଦୁଷ୍ଟ ହେଲେ ମଧ୍ୟ ଜଣେ ପ୍ରତିଭାଶାଳୀ ଵିଜ୍ଞାନୀ। ସେ ନିଜ ମନକୁ ଉନ୍ମୁକ୍ତ କଲେ ଏଵଂ Doom ପୁନର୍ଵାର ଖଣ୍ଡା ଚଳାଇଲେ। ଏଥର ଏହା କାମ କଲା ଏଵଂ Eyesore Monster ପରାସ୍ତ ହେଲା।
Armorଗୁଡ଼ିକ ସାଧାରଣ ହୋଇଗଲାରୁ Merlin କହିଲେ, “ବାସ୍ ସବୁକାମ ସୁରୁଖୁରୁରେ ହୋଇଗଲା। ଧନ୍ୟଵାଦ।” ସେ ଏକ ମନ୍ତ୍ର ପ୍ରୟୋଗ କଲେ, ଯଦ୍ଵାରା ଵିଶ୍ୱରେ ଏ ଦୁର୍ଘଟଣା ଏକ ପ୍ରାକୃତିକ ଵିପର୍ଯ୍ୟୟ ବୋଲି ଲୋକଙ୍କ ମନରେ ସ୍ମୃତି ରହିଗଲା । ଏହା ସହିତ Merlin, Iron Man ଓ Doomଙ୍କ ସ୍ମୃତି ଲୋପ କରିଦେଲେ ଏଵଂ ସେଠାରୁ ଅଦୃଶ୍ୟ ହୋଇଗଲେ ।
ଵର୍ତ୍ତମାନକୁ ଫେରି Tonyଙ୍କ ସ୍ମୃତି auto-save circuit ଦ୍ୱାରା ପୁନର୍ଜନ୍ମ ହେଲା। ସେ ନିଜର ସ୍ମୃତି ଲୋପ ପାଇ॥ Merlinଙ୍କୁ ଦୋଷ ଦେଲେ କାରଣ ସେ ତାଙ୍କୁ ଵିଶ୍ୱାସ କରିନଥିଲେ ଏଵଂ ଭାବିଥିଲେ କାଳେ ସେ Excalibur ପାଇଁ ଲୋଭୀ ହୋଇପାରନ୍ତି। ସେ ଏକ message ପଠାଇଵାକୁ ନିଷ୍ପତି ନେଲେ, Lady of the Lake ଙ୍କ Excalibur ରଖିଥିଵା ହ୍ରଦକୁ ସଂରକ୍ଷଣ କରି। Mr. Conroy ଙ୍କୁ କହିଲେ, “ହ୍ରଦକୁ ଢାଙ୍କି ଦିଅନ୍ତୁ, କିନ୍ତୁ ଅକ୍ଷତ ରଖନ୍ତୁ।” ସେ କହିଲେ, “ଏହା ହଜାର ଵର୍ଷ ପର୍ଯ୍ୟନ୍ତ ଅକ୍ଷତ ରହିଵ। ମୁଁ ଜଣେ ପୁରୁଣା ବନ୍ଧୁଙ୍କୁ ସନ୍ଦେଶ ପଠାଉଛି।”

Thursday, July 31, 2025

The Thanos Imperativeର କାହାଣୀ

ଏକ ଅଜଣା ମହାଶୂନ୍ୟର ଅନ୍ଧକାର କୋଣରେ, ଯେଉଁଠି ତାରାମାନେ ମଳିନ ହୋଇ ଆଲୋକ ହଜାଇଛନ୍ତି, ଏକ ଭୟଙ୍କର ଶକ୍ତି ଜାଗ୍ରତ ହେଉଛି। ଏହା ଥିଲା Cancerverse, ଏକ ଅସ୍ତିତ୍ୱ ଯେଉଁଠି ମୃତ୍ୟୁ ଏକ ଅଜଣା ଧାରଣା ହୋଇପଡିଥିଲା। ଏହି ଅଜଣା ଵିଶ୍ୱରେ ଜୀଵନ ଅନିୟନ୍ତ୍ରିତ ଭାବେ ବଢିଚାଲିଥିଲା, ଏକ ଅସୁସ୍ଥ ଶକ୍ତି ଦ୍ୱାରା ପରିଚାଳିତ, ଯାହାର ନାମ ଥିଲା Many-Angled Ones । ଏହି ଶକ୍ତି ଏକ ଭୟଙ୍କର ଉଦ୍ଦେଶ୍ୟ ନେଇ ଆମ ଵିଶ୍ବ ଅଭିମୁଖେ ମାଡ଼ିଥିଲା ଏଵଂ ଏହାର ସାମ୍ନା କରିଵା ପାଇଁ ମହାଶୂନ୍ୟର ବୀରମାନେ ଏକତ୍ରିତ ହେଉଥିଲେ। ଏହି କାହାଣୀ ହେଉଛି The Thanos Imperative, ଯେଉଁଠି ମୃତ୍ୟୁ, ଜୀଵନ ଓ ଵିଶ୍ୱର ଭାରସାମ୍ୟ ଏକ ଅସାଧାରଣ ଯୁଦ୍ଧରେ ମୁହାଁମୁହିଁ ହେଉଛି।

ମହାଶୂନ୍ୟରେ ଶାନ୍ତି ଥିଲା ନାହିଁ। Annihilation War ଓ Annihilation: Conquest ପରେ Guardians of the Galaxy ଏଵଂ Nova, ଅର୍ଥାତ୍ Richard Rider, ମହାଶୂନ୍ୟର ସୁରକ୍ଷା ପାଇଁ ନିରନ୍ତର ଲଢୁଥିଲେ। Nova Corps ପୁନର୍ଗଠନ ହେଉଥିଲା ଏଵଂ Guardians ମହାଶୂନ୍ୟର ଵିଭିନ୍ନ ଗ୍ରହଗୁଡ଼ିକୁ ଏକତ୍ରିତ କରି ଶାନ୍ତି ପ୍ରତିଷ୍ଠା କରିଵାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏହି ସମୟରେ ଏକ ନୂଆ ଵିପଦ "The Fault" ଦେଖାଦେଇଥିଲା।

The Fault ଥିଲା ମହାଶୂନ୍ୟରେ ସୃଷ୍ଟ ହୋଇଥିବା ଏକ ଫାଟ, ଯାହା ଆମ ଵିଶ୍ୱକୁ Cancerverse ସହ ସଂଯୋଗ କରୁଥିଲା। ଏହି Cancerverse ଥିଲା ଏକ ଅଜଣା ଵିଶ୍ୱ, ଯେଉଁଠି Many-Angled Ones, ଏକ ପ୍ରାଚୀନ ଓ ଅନ୍ଧକାରମୟ ଶକ୍ତି, ସମସ୍ତଙ୍କୁ ନିୟନ୍ତ୍ରଣ କରୁଥିଲା। ଏହି ଵିଶ୍ୱରେ ମୃତ୍ୟୁ ନଥିଲା, କିନ୍ତୁ ଜୀଵନ ଏକ ଅସୁସ୍ଥ ରୂପ ନେଇଥିଲା, ଯେଉଁଠି ସମସ୍ତେ Many-Angled Onesଙ୍କ ଇଚ୍ଛାରେ ଚାଲୁଥିଲେ। ଏହି ଶକ୍ତି ଆମ ଵିଶ୍ୱକୁ ଆକ୍ରମଣ କରିଵାକୁ ଚାହୁଁଥିଲା ଏଵଂ ଏହାର ନେତୃତ୍ୱ ନେଉଥିଲା Mar-Vell, Cancerverseର ଏକ ଵିକୃତ ସଂସ୍କରଣ, ଯିଏ ଆମ ଵିଶ୍ୱର Captain Marvelଙ୍କ ଏକ ଅନ୍ଧକାର ପ୍ରତିଛବି ଥିଲା।

Star-Lord ନାମରେ ପରିଚିତ Peter Quill ସେତେବେଳେ Guardians of the Galaxyର ନେତା ଥାଆନ୍ତି ।‌ Peter Quill ଏହି ଵିପଦକୁ ପ୍ରଥମେ ଚିହ୍ନିଥିଲେ। ସେ ତାଙ୍କ ଦଳ—Gamora,Drax the Destroyer, Rocket Raccoon,Groot ଓସMantisଙ୍କୁ ଏକତ୍ରିତ କଲେ। Nova ମଧ୍ୟ ଏହି ଯୁଦ୍ଧରେ ଯୋଗଦେଲେ, ତାଙ୍କ ସାଙ୍ଗରେ Nova Corpsର ଜ୍ଞାନ ଓ ଶକ୍ତିର ମୂଳ Worldmind ମଧ୍ୟ ଥିଲା। କିନ୍ତୁ ଏହି ଵିପଦ ଏତେ ବଡ଼ ଥିଲା ଯେ ସେମାନେ ଏକ ଅସମ୍ଭଵ ନିଷ୍ପତ୍ତି ନେଵାକୁ ବାଧ୍ୟ ହେଲେ । ସେମାନେ ସହାୟତା ପାଇଁ Thanosଙ୍କର ଆଵଶ୍ୟକତା ଅନୁଭଵ କଲେ ।

Thanos,Mad Titan, ମୃତ୍ୟୁର ପୂଜାରୀ ଓ ମହାଶୂନ୍ୟର ସବୁଠାରୁ ଭୟଙ୍କର ଖଳନାୟକ, ଏକ ଅଜଣା କାରଣରୁ Cancerverseରେ ବନ୍ଦୀ ହୋଇଥିଲେ। Star-Lord ଓ Nova ଜାଣିଥିଲେ ଯେ Thanos ଏକ ଵିପଜ୍ଜନକ ସହଯୋଗୀ, କିନ୍ତୁ Many-Angled Onesଙ୍କ ଵିରୁଦ୍ଧରେ ଲଢିଵା ପାଇଁ ତାଙ୍କର ଶକ୍ତି ଓ ମୃତ୍ୟୁ ପ୍ରତି ଅନୁରାଗ ଆଵଶ୍ୟକ ଥିଲା। ସେମାନେ Thanosଙ୍କୁ ମୁକ୍ତ କଲେ, କିନ୍ତୁ ଏହା ଏକ ଏଭଳି ନିଷ୍ପତ୍ତି ଥିଲା ଯାହା ସମସ୍ତଙ୍କୁ ଵିପଦରେ ପକାଇପାରିଥାନ୍ତା।


Guardians ଓ Nova, Thanosଙ୍କୁ ସାଙ୍ଗରେ ନେଇ The Fault ଦେଇ Cancerverseରେ ପ୍ରଵେଶ କଲେ। ସେଠାରେ ସେମାନେ ଏକ ଭୟଙ୍କର ଦୃଶ୍ୟ ଦେଖିଲେ। ସମସ୍ତ ଜୀଵ ଅସୁସ୍ଥ ଓ ଵିକୃତ ଥିଲେ, ଏକ ଅଜଣା ଶକ୍ତି ଦ୍ୱାରା ନିୟନ୍ତ୍ରିତ ଥିଲେ। Mar-Vell, Cancerverseର ନେତା, ଏକ ଅମର ସୈନ୍ୟଵାହିନୀ ନେଇ ଆମ ଵିଶ୍ୱକୁ ଆକ୍ରମଣ କରିଵାକୁ ପ୍ରସ୍ତୁତ ହେଉଥିଲେ। ତାଙ୍କ ସୈନ୍ୟମାନେ ଆମ ଵିଶ୍ୱର ଵୀରମାନଙ୍କର ଵିକୃତ ସଂସ୍କରଣ ଥିଲେ—The Revengers,Cancerverseର Avengers ।


Star-Lord ଓ ତାଙ୍କ ଦଳ ଏକ ଯୁଦ୍ଧରେ ଜଡିତ ହେଲେ, ଯେଉଁଠି ସେମାନେ The Revengersଙ୍କ ସାମ୍ନା କଲେ। Gamora ତାଙ୍କ ତରବାରୀ ନେଇ ଯୁଦ୍ଧ କଲେ, Drax ତାଙ୍କ ଅଜଣା ଶକ୍ତିରେ ଶତ୍ରୁଙ୍କୁ ଧ୍ୱଂସ କଲେ, ଏଵଂ Rocket ଓ Groot ଏକତ୍ର ହୋଇ ଵିସ୍ଫୋରଣ ସୃଷ୍ଟି କଲେ। Nova ତାଙ୍କ Nova Force ଵ୍ୟଵହାର କରି ଶତ୍ରୁଙ୍କୁ ଦୂରେଇ ରଖିଥିଲେ। କିନ୍ତୁ Thanos ଏକ ଅଲଗା ଉଦ୍ଦେଶ୍ୟ ନେଇ କାମ କରୁଥିଲେ। ସେ Many-Angled Onesଙ୍କୁ ସାମ୍ନା କରିଵା ପାଇଁ ନୁହେଁ ଵରଂ Mistress Deathଙ୍କୁ ଖୋଜୁଥିଲେ, ଯିଏ Cancerverseରେ ଲୁଚି ରହିଥିଲେ।

Thanos ଜାଣିଥିଲେ ଯେ Cancerverseରେ ମୃତ୍ୟୁ ନାହିଁ, କିନ୍ତୁ ସେ ଵିଶ୍ୱାସ କରୁଥିଲେ ଯେ Mistress Death ଏଠାରେ କେଉଁଠି ଅଛନ୍ତି। ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା Mistress Deathଙ୍କୁ ଖୋଜିଵା ଏଵଂ ତାଙ୍କ ପାଇଁ ଏକ ଉପହାର ଦେଵା—ଏକ ଵିଶ୍ୱରେ ମୃତ୍ୟୁର ପୁନଃପ୍ରତିଷ୍ଠା। Star-Lord ଓ Nova ଏହା ଜାଣିଥିଲେ, କିନ୍ତୁ ସେମାନଙ୍କ ପାଖରେ ଅନ୍ୟ ଵିକଳ୍ପ ନଥିଲା ।‌


Cancerverseରେ ଯୁଦ୍ଧ ତୀଵ୍ର ହେଲା। The Revengers ଓ Many-Angled Onesଙ୍କ ସୈନ୍ୟ ଅପ୍ରତିରୋଧ୍ୟ ଥିଲେ। Mar-Vell ନିଜେ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହେଲେ, ତାଙ୍କର ଶକ୍ତି ଅସୀମ ଥିଲା। Nova ଓ Star-Lord ତାଙ୍କୁ ରୋକିଵାକୁ ଚେଷ୍ଟା କଲେ, କିନ୍ତୁ Mar-Vellର ଅମରତା ସେମାନଙ୍କୁ ଵିଫଳ କରୁଥିଲା। ଏହି ସମୟରେ Thanos ଏକ ଅଜଣା ପଦକ୍ଷେପ ନେଲେ। ସେ Mistress Deathଙ୍କୁ ଖୋଜି ପାଇଥିଲେ, ଯିଏ Cancerverseରେ ବନ୍ଦୀ ଥିଲେ।

Thanos Mistress Deathଙ୍କୁ ମୁକ୍ତ କରିଵା ପାଇଁ Many-Angled Onesଙ୍କ ସାମ୍ନା କଲେ। ଏକ ଭୟଙ୍କର ଯୁଦ୍ଧରେ, Thanos ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କଲେ। କିନ୍ତୁ Mistress Death ତାଙ୍କୁ ପ୍ରତ୍ୟାଖ୍ୟାନ କଲେ, କାରଣ Cancerverseରେ ମୃତ୍ୟୁର କୌଣସି ଅସ୍ତିତ୍ୱ ନଥିଲା। ଏହି ପ୍ରତ୍ୟାଖ୍ୟାନ Thanosଙ୍କୁ କ୍ରୋଧିତ କଲା ଏଵଂ ସେ Cancerverseକୁ ଧ୍ୱଂସ କରିଵାକୁ ନିଷ୍ପତ୍ତି ନେଲେ।

Star-Lord ଓ Nova ଜାଣିଥିଲେ ଯେ Cancerverseରୁ ବାହାରିଵାର କୌଣସି ଉପାୟ ନାହିଁ। The Fault ବନ୍ଦ ହେଵାକୁ ଯାଉଥିଲା ଏଵଂ Many-Angled Ones ଆମ ଵିଶ୍ୱକୁ ଆକ୍ରମଣ କରିଵା ପାଇଁ ପ୍ରସ୍ତୁତ ଥିଲେ। Thanos, ଯିଏ ଏବେ ଆଉ କାହାର ନିୟନ୍ତ୍ରଣରେ ନଥିଲେ, Mistress Deathଙ୍କ ପାଇଁ Cancerverseକୁ ଧ୍ୱଂସ କରିଵାକୁ ଚାହୁଁଥିଲେ। Star-Lord ଓ Nova ଏକ ଅସମ୍ଭଵ ନିଷ୍ପତ୍ତି ନେଲେ—ସେମାନେ Cosmic Cube ଵ୍ୟଵହାର କରି Cancerverseକୁ ଧ୍ୱଂସ କରିଵେ, କିନ୍ତୁ ଏହା ସେମାନଙ୍କୁ ମଧ୍ୟ ବଳିଦାନ ଦେଵାକୁ ବାଧ୍ୟ କରିଥାନ୍ତା।

Nova Cosmic Cubeକୁ ନେଇ The Faultରେ ରହିଲେ, ଯେଉଁଠି ସେ Thanosଙ୍କୁ ରୋକିଵାକୁ ଚେଷ୍ଟା କଲେ। Star-Lord ତାଙ୍କ ସାଙ୍ଗରେ ରହିଲେ, ଜାଣିଥିଲେ ଯେ ଏହା ତାଙ୍କର ଅନ୍ତିମ ଯାତ୍ରା। Cosmic Cubeର ଶକ୍ତି ସକ୍ରିୟ ହେଲା ଏଵଂ The Fault ବନ୍ଦ ହେଲା, Cancerverseକୁ ଧ୍ୱଂସ କରି ନେଇଗଲା। Nova ଓ Star-Lord ନିଜକୁ ବଳିଦାନ ଦେଲେ ଏଵଂ Thanos Mistress Deathଙ୍କ ସାଙ୍ଗରେ Cancerverseରେ ରହିଗଲେ।

Guardians of the Galaxy ଆମ ଵିଶ୍ୱକୁ ଫେରିଲେ, କିନ୍ତୁ Star-Lord ଓ Novaଙ୍କ ବଳିଦାନ ସେମାନଙ୍କୁ ଦୁଃଖରେ ଭରିଦେଲା। Cancerverseର ଵିପଦ ସମାପ୍ତ ହେଲା, କିନ୍ତୁ Thanosର ଅସ୍ତିତ୍ୱ ଏକ ଅଜଣା ପ୍ରଶ୍ନ ହୋଇ ରହିଗଲା। Mistress Deathଙ୍କ ସାଙ୍ଗରେ ତାଙ୍କର ଅନ୍ତିମ ମୁହୂର୍ତ୍ତ କ’ଣ ଥିଲା, ତାହା କେହି ଜାଣିନଥିଲେ।

The Thanos Imperative ଥିଲା ଏକ କାହାଣୀ ଯେଉଁଠି ଵୀରମାନେ ଓ ଖଳନାୟକ ଏକ ଅସାଧାରଣ ଉଦ୍ଦେଶ୍ୟ ପାଇଁ ଏକତ୍ର ହେଲେ। ଏହା ଦେଖାଇଥିଲା ଯେ ମୃତ୍ୟୁ ଓ ଜୀଵନର ଭାରସାମ୍ୟ ମହାଶୂନ୍ୟରେ କେତେ ଗୁରୁତ୍ୱପୂର୍ଣ୍ଣ। Star-Lord ଓ Novaଙ୍କ ବଳିଦାନ ଏକ ଅମର କାହାଣୀ ହୋଇ ରହିଗଲା, ଯାହା ମହାଶୂନ୍ୟର ଵୀରମାନଙ୍କୁ ସବୁଦିନ ପାଇଁ ପ୍ରେରଣା ଦେଵ।

The Thanos Imperative ପରେ ମାର୍ଭେଲ କମିକ୍ସର ମହାଶୂନ୍ୟ କାହାଣୀଗୁଡ଼ିକ ନୂଆ ଦିଗକୁ ଗତି କରିଥିଲା । Cancerverseର ଧ୍ୱଂସ ଓ Star-Lord ତଥା Nova (Richard Rider)ଙ୍କ ବଳିଦାନ ମହାଶୂନ୍ୟର ଵୀରମାନଙ୍କ ଉପରେ ଗଭୀର ପ୍ରଭାଵ ପକାଇଥିଲା।

Star-Lord (Peter Quill) ଓ Novaଙ୍କ ଅନୁପସ୍ଥିତିରେ Guardians of the Galaxy ଏକ କଠିନ ସମୟର ସାମ୍ନା କଲେ। Gamora, Drax, Rocket Raccoon, ଓ Groot ଦଳକୁ ଏକତ୍ର ରଖିଵାକୁ ଚେଷ୍ଟା କଲେ, କିନ୍ତୁ Star-Lordଙ୍କ ନେତୃତ୍ୱର ଅଭାବ ସେମାନଙ୍କୁ ଅସ୍ଥିର କରିଥିଲା। ଏହି ସମୟରେ Guardians ମହାଶୂନ୍ୟରେ ଛୋଟ ଛୋଟ ଵିପଦକୁ ସାମ୍ନା କରୁଥିଲେ, କିନ୍ତୁ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା Star-Lordଙ୍କୁ ଫେରାଇ ଆଣିଵା।

ପରଵର୍ତ୍ତୀ କାହାଣୀରେ ଜଣାପଡ଼ିଲା ଯେ Star-Lord ଓ Nova ସମ୍ପୂର୍ଣ୍ଣ ଭାବେ ମୃତ ନଥିଲେ। Cosmic Cubeର ଶକ୍ତି ସେମାନଙ୍କୁ Cancerverseରେ ବନ୍ଦୀ କରି ରଖିଥିଲା, କିନ୍ତୁ ସେମାନେ ଏକପ୍ରକାର ଅଜଣା ଅସ୍ତିତ୍ୱରେ ରହିଥିଲେ। Star-Lord ପରେ Guardians ଦଳକୁ ଫେରିଥିଲେ, କିନ୍ତୁ Novaଙ୍କ ଫେରିଵା ଅଧିକ ସମୟ ନେଇଥିଲା। Nova ଶେଷରେ Nova Corpsର ପୁନର୍ଗଠନ ଓ ଅନ୍ୟ କାହାଣୀରେ ଫେରିଥିଲେ, କିନ୍ତୁ ତାଙ୍କର ଅନୁପସ୍ଥିତି Nova Corpsକୁ ଦୁର୍ଵଳ କରିଥିଲା।

Thanosଙ୍କ ଭାଗ୍ୟ The Thanos Imperative ପରେ ଏକ ରହସ୍ୟ ହୋଇ ରହିଥିଲା। Mistress Deathଙ୍କ ସାଙ୍ଗରେ Cancerverseରେ ରହିଯାଇଥିଵା Thanos କିଛି ସମୟ ପାଇଁ ଅଦୃଶ୍ୟ ହୋଇଥିଲେ। କିନ୍ତୁ Thanos ମାର୍ଭେଲ କମିକ୍ସର ଏକ ଏଭଳି ଚରିତ୍ର, ଯିଏ ମୃତ୍ୟୁକୁ ଅତିକ୍ରମ କରି ବାରମ୍ବାର ଫେରିଆସେ। ପରଵର୍ତ୍ତୀ କାହାଣୀଗୁଡ଼ିକରେ, Thanos ନୂଆ ଉଦ୍ଦେଶ୍ୟ ନେଇ ଫେରିଥିଲେ, ଯେପରି ମାର୍ଭେଲ ବିଶ୍ୱରେ Infinity Stones ସମ୍ବନ୍ଧୀୟ ଘଟଣା ଓ Annihilation ସମ୍ପର୍କିତ ଅନ୍ୟ କାହାଣୀ। ତାଙ୍କର Mistress Death ପ୍ରତି ଅନୁରାଗ ତାଙ୍କୁ ବାରମ୍ବାର ନୂଆ ଵିପଦ ଆଡ଼କୁ ଟାଣି ନେଇଥିଲା।

The Faultର ବନ୍ଦ ହେଵା ମହାଶୂନ୍ୟରେ ଏକ ଅସ୍ଥାୟୀ ଶାନ୍ତି ଆଣିଥିଲା, କିନ୍ତୁ Cancerverseର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଅନ୍ତ ହୋଇନଥିଲା। Many-Angled Onesଙ୍କ ଅଵଶେଷ ଶକ୍ତି ମହାଶୂନ୍ୟରେ ଵିକ୍ଷିପ୍ତ ହୋଇ ରହିଥିଲା, ଯାହା ପରଵର୍ତ୍ତୀ କାହାଣୀଗୁଡ଼ିକରେ ନୂଆ ଵିପଦ ସୃଷ୍ଟି କରିଥିଲା। Guardians of the Galaxy ଏଵଂ Nova Corps ଏହି ନୂଆ ଵିପଦଗୁଡ଼ିକର ସାମ୍ନା କରିଵା ପାଇଁ ପ୍ରସ୍ତୁତ ହେଉଥିଲେ।

ଏହା ଵ୍ୟତୀତ, The Thanos Imperativeର ଘଟଣା ମାର୍ଭେଲର ମହାଶୂନ୍ୟ କାହାଣୀଗୁଡ଼ିକୁ ଅଧିକ ଜଟିଳ କରିଥିଲା। Annihilation ଓ Annihilation: Conquest ପରେ ଏହା ମହାଶୂନ୍ୟରେ Guardians ଓ Novaଙ୍କର ଭୂମିକାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଥିଲା। Star-Lordଙ୍କ ଫେରିଵା ପରେ Guardians ଦଳ ନୂଆ ସଦସ୍ୟ, ଯେପରି Iron Man ଓ Captain Marvel (Carol Danvers), ଙ୍କୁ ନେଇ ପୁନର୍ଗଠନ ହେଲା, ଯାହା ମାର୍ଭେଲ କମିକ୍ସର Infinity ଓ Secret Wars ପରି ବଡ଼ ଘଟଣାଗୁଡ଼ିକ ପାଇଁ ମଞ୍ଚ ପ୍ରସ୍ତୁତ କରିଥିଲା।

Nova (Richard Rider)ଙ୍କ ଅନୁପସ୍ଥିତିରେ Nova Corps ଦୁର୍ଵଳ ହୋଇପଡ଼ିଥିଲା। କିନ୍ତୁ ପରେ Sam Alexander, ଏକ ନୂଆ Nova, ଦେଖାଦେଇଥିଲେ, ଯିଏ ମାର୍ଭେଲ ଵିଶ୍ୱରେ Nova Corpsର ନୂଆ ପ୍ରତିନିଧି ହୋଇଥିଲେ। ତାଙ୍କର କାହାଣୀ Nova (2013) ସିରିଜରେ ଵିସ୍ତୃତ ଭାବେ ଦେଖାଯାଇଥିଲା, ଯେଉଁଠି ସେ Richard Riderଙ୍କ ଉତ୍ତରାଧିକାରୀ ଭାବେ ମହାଶୂନ୍ୟରେ ନୂଆ ଵିପଦର ସାମ୍ନା କରିଥିଲେ। Richard Rider ଶେଷରେ ଫେରିଥିଲେ ଏଵଂ ତାଙ୍କର ଫେରିଵା ମାର୍ଭେଲର ମହାଶୂନ୍ୟ କାହାଣୀଗୁଡ଼ିକରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା।

The Thanos Imperativeର ଘଟଣା ମାର୍ଭେଲର ମହାଶୂନ୍ୟ କାହାଣୀଗୁଡ଼ିକୁ ଅଧିକ ଗଭୀର ଓ ଜଟିଳ କରିଥିଲା। ଏହା Thanosଙ୍କୁ ଏକ କେଵଳ ଖଳନାୟକ ନୁହେଁ ଵରଂ ଏକ ଜଟିଳ ଚରିତ୍ର ଭାବେ ଉପସ୍ଥାପନ କରିଥିଲା, ଯାହାର Mistress Death ପ୍ରତି ଅନୁରାଗ ତାଙ୍କୁ ଅସାଧାରଣ ନିଷ୍ପତ୍ତି ନେଵାକୁ ବାଧ୍ୟ କରିଥିଲା। Guardians of the Galaxyର ଜନପ୍ରିୟତା ଏହି କାହାଣୀ ପରେ ବଢ଼ିଥିଲା, ଯାହା ମାର୍ଭେଲ ସିନେମାଟିକ ୟୁନିଭର୍ସ (MCU)ରେ Guardians ଚଳଚ୍ଚିତ୍ରଗୁଡ଼ିକର ସଫଳତାରେ ମଧ୍ୟ ପ୍ରତିଫଳିତ ହୋଇଥିଲା।

ଏତଦଵ୍ୟତୀତ, The Thanos Imperative ମାର୍ଭେଲର ମହାଶୂନ୍ୟ କାହାଣୀଗୁଡ଼ିକରେ Infinity Stones ଓ Cosmic Cube ପରି ଶକ୍ତିଶାଳୀ ବସ୍ତୁଗୁଡ଼ିକର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା। ଏହା ପରଵର୍ତ୍ତୀ ଘଟଣାଗୁଡ଼ିକ, ଯେପରି Infinity (2013) ଓ Secret Wars (2015), ପାଇଁ ମଞ୍ଚ ପ୍ରସ୍ତୁତ କରିଥିଲା, ଯେଉଁଠି Thanos, Guardians, ଓ Nova ପୁନର୍ଵାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ସଂକ୍ଷେପରେ, The Thanos Imperative ପରେ Guardians of the Galaxy ଓ Nova Corps ନୂଆ ଚ୍ୟାଲେଞ୍ଜର ସାମ୍ନା କରିଥିଲେ, Thanos ଏକ ରହସ୍ୟମୟ ଚରିତ୍ର ହୋଇ ରହିଥିଲେ, ଏବଂ ମହାଶୂନ୍ୟରେ ନୂଆ ଵିପଦ ଦେଖାଦେଇଥିଲା, ଯାହା ମାର୍ଭେଲର କାହାଣୀଗୁଡ଼ିକୁ ଆହୁରି ରୋମାଞ୍ଚକର କରିଥିଲା।

Superman: Distant Firesର କାହାଣୀ

ଏକ ଅନ୍ଧକାରମୟ ଭଵିଷ୍ୟତରେ, ପୃଥିଵୀର ଆକାଶ ଧୂସର ଓ ଧୂଳିମୟ ହୋଇ ପଡ଼ିଛି। ଏକ ଭୟଙ୍କର ପରମାଣଵିକ ଯୁଦ୍ଧ ସମଗ୍ର ଵିଶ୍ୱକୁ ଧ୍ୱଂସର ପଥକୁ ନେଇଯାଇଛି। ସହରଗୁଡ଼ିକ ଖଣ୍ଡଵି...